ସିଙ୍ଗୁର ଆନ୍ଦୋଳନର ୧୩ ବର୍ଷ ପରେ ବେଙ୍ଗଲ ସରକାରରେ ମନ୍ତ୍ରୀ ପାର୍ଥ ଚାଟାର୍ଜୀ କହିଲେ, ” ଟାଟା ମୋଷ୍ଟ୍ ୱେଲକମ୍ “

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ସିଙ୍ଘୁରରେ ଜମି ଅଧିଗ୍ରହଣ ଆନ୍ଦୋଳନ ପଶ୍ଚିମବଙ୍ଗର ରାଜନୈତିକ ଦୃଶ୍ଯପଟ ବଦଳାଇ ଦେଇଥିଲା। ଏହି ଆନ୍ଦୋଳନ ପଛର କାରଣ ଥିଲା ଟାଟାର ନାନୋ କାର ପ୍ରୋଜେକ୍ଟ। ୨୦୦୫ ମସିହା ଅକ୍ଟୋବର ୨୦ରେ ବୁଦ୍ଧଦେବ ଭଟ୍ଟାଚାର୍ଯ୍ୟ ସରକାର ଶିଳ୍ପର ବିକାଶ ନାଁରେ ଚାଷୀମାନଙ୍କ ଠାରୁ ବଳ ପୂର୍ବକ ଜମି ଛଡ଼ାଇ ଆଣିବାକୁ ଯେଉଁ ଯୋଜନା କରିଥିଲେ ଏହାକୁ ମମତା ଓ ଟିଏମସି ଜୋରଦାର ବିରୋଧ କରିବା ଆରମ୍ଭ କରିଥିଲେ। ୨୦୦୬ ନଭେମ୍ବର ମାସରେ ସିଙ୍ଘୁରରେ ପ୍ରସ୍ତାବିତ ଟାଟା ମୋଟର୍ସ କାର୍‌ ପ୍ରକଳ୍ପକୁ ବିରୋଧ କରି ମମତା ବାନାର୍ଜୀ ସେଠାକୁ ଯିବା ପରେ ପୁଲିସ୍‌ ତାଙ୍କୁ ଅଧାରୁ ଉଠାଇ ନେଇଥିଲା। ୨୦୦୬ ଡିସେମ୍ବର ୧୪ରେ ବଡ଼ ଧରଣର ଷ୍ଟ୍ରାଇକ୍‌ କରାଯାଇଥିଲା। ଶେଷରେ ୨୦୦୮ ମସିହାରେ ଗୁଜୁରାଟର ସାନନ୍ଦକୁ ଚାଲିଯାଇଥିଲା। 

୧୩ ବର୍ଷ ପରେ ଚର୍ଚ୍ଚା କାହିଁକି ? 

ସିଙ୍ଘୁର ଆନ୍ଦୋଳନକୁ ୧୩ ବର୍ଷ ବିତିଯାଇଛି। ଯେଉଁ ଆନ୍ଦୋଳନ ବଳରେ ଟିଏମସି କ୍ଷମତାକୁ ଫେରିଥିଲା, ବର୍ତ୍ତମାନ ପୁଣି ଥରେ ବହୁମତ ନେଇ ଦଳ ଶାସନ କ୍ଷମତାକୁ ଆସିଛି। ତେବେ ଏହାରି ମଧ୍ୟରେ ପରିସ୍ଥିତି ବଦଳି ଯାଇଛି। ବର୍ତ୍ତମାନ ନିଯୁକ୍ତି ଏକ ବଡ ସମସ୍ୟା ପାଲଟିଛି। ଏହାରି ମଧ୍ୟରେ ପଶ୍ଚିମବଙ୍ଗରେ ନିବେଶ ପାଇଁ ଟିଏମସି ସରକାର ଟାଟା କମ୍ପାନୀ ସହ ଆଲୋଚନା କରୁଛନ୍ତି। ଶିଳ୍ପ ଏବଂ ଆଇଟି ମନ୍ତ୍ରୀ ପାର୍ଥ ଚାଟାର୍ଜୀ କହିଛନ୍ତି ଯେ ରାଜ୍ୟରେ ବଡ ନିବେଶ ପାଇଁ ଟାଟା ସହ ଆଲୋଚନା ଚାଲିଛି।

ସେ କହିଛନ୍ତି ଯେ, ଟିଏମସି ସରକାରଙ୍କ ପ୍ରାଥମିକତା ହେଉଛି ନିଯୁକ୍ତି ସୃଷ୍ଟି କରିବା। ଚାଟାର୍ଜୀ ଏହା ମଧ୍ୟ କହିଛନ୍ତି ଯେ କମ୍ପାନୀଗୁଡିକ ପାଇଁ ପ୍ରୋତ୍ସାହନ ନିଯୁକ୍ତି ସୁଯୋଗ ଉପରେ ନିର୍ଭର କରିବ। ସେ କହିଛନ୍ତି ଯେ ମମତା ବାନାର୍ଜି ସରକାର ଚାହୁଁଛନ୍ତି ଯେ ଦୁଇଟି ବୃହତ ଉତ୍ପାଦନ ୟୁନିଟ୍ ଖୁବ୍ ଶୀଘ୍ର ସ୍ଥାପିତ ହେଉ।

ସେ କହିଛନ୍ତି ଯେ  “ଟାଟା ସହ ଆମର କୌଣସି ଶତ୍ରୁତା ନଥିଲା କିମ୍ବା ଆମେ ସେମାନଙ୍କ ବିରୁଦ୍ଧରେ ଲଢି ନ ଥିଲୁ।  ସେମାନେ ଏହି ଦେଶର ତଥା ବିଦେଶର ସବୁଠାରୁ ସମ୍ମାନଜନକ ଏବଂ ସବୁଠାରୁ ବଡ କମ୍ପାନୀ। ଏଥିପାଇଁ (ସିଙ୍ଘୁର ଅନ୍ଦୋଳନ) ଟାଟାକୁ ଦାୟୀ କରିପାରିବେ ନାହିଁ ।

ନ୍ୟୁଜ୍ ଏଜେନ୍ସି ପିଟିଆଇ ସହ ଆଲୋଚନା କରି ଚାଟାର୍ଜୀ କହିଛନ୍ତି “ବାମପନ୍ଥୀ ସରକାର ଏବଂ ଏହାର ଜବରଦସ୍ତ ଜମି ଅଧିଗ୍ରହଣ ନୀତିକୁ ନେଇ ଆମର ସମସ୍ୟା ଥିଲା।  ପଶ୍ଚିମବଙ୍ଗରେ ନିବେଶ କରିବାକୁ ଟାଟା ସର୍ବଦା ସ୍ୱାଗତଯୋଗ୍ୟ । ଚାଟାର୍ଜୀ କହିଛନ୍ତି ଯେ ଇସ୍ପାତ ଠାରୁ ଲୁଣ ପର୍ଯ୍ୟନ୍ତ ଏହାର ନୂତନ ଅଫିସ୍ ପ୍ରତିଷ୍ଠା କରିବା ପାଇଁ କୋଲକାତାରେ ଆଉ ଏକ ଟାଟା ସେଣ୍ଟର ପ୍ରତିଷ୍ଠା କରିବାକୁ କମ୍ପାନୀ ଆଗ୍ରହ ଦେଖାଇଥିବା ଟିଏମସି ସରକାରଙ୍କ ମନ୍ତ୍ରୀ କହିଛନ୍ତି। 

 ସେ କହିଛନ୍ତି, “ଆମର ପୂର୍ବରୁ ଟାଟା ମେଟାଲିକ୍ସର ଅଛି, ଏଠାରେ TCS ମଧ୍ୟ ଅଛି । କିନ୍ତୁ ଯଦି ସେମାନେ ଉତ୍ପାଦନ କିମ୍ବା ଅନ୍ୟାନ୍ୟ କ୍ଷେତ୍ରରେ ବଡ ନିବେଶ ଆଣିବାକୁ ଇଚ୍ଛୁକ, ତେବେ କୌଣସି ଅସୁବିଧା ନାହିଁ । ନିକଟରେ ଆମର ଆଇଟି ସଚିବ ମୋତେ କହିଥିଲେ ଯେ ସେମାନେ ଏଠାରେ ଟାଟା ସେଣ୍ଟର ପ୍ରତିଷ୍ଠା କରିବାକୁ ଆଗ୍ରହ ପ୍ରକାଶ କରିଛନ୍ତି।

 ଲାଇମଲାଇଟ୍ କୁ କେମିତି ଆସିଲା ସିଙ୍ଗୁର :-

ସିଙ୍ଗୁର, ଏକାଧିକ ଫସଲ ଚାଷ ପାଇଁ ଜଣାଶୁଣା, ୨୦୦୬ ରେ ଟାଟା ମୋଟର୍ସ ଏହାର ଶସ୍ତା କାର ‘ନାନୋ’ ନିର୍ମାଣ ପାଇଁ ଜମି ମାଗିଥିଲା। ଏହାପରେ ସେହି ସମୟର ବାମପନ୍ଥୀ ସରକାର ଏଠାରେ ଜମି ଆଲର୍ଟ କରିଥିଲେ। ଏହାକୁ ନେଇ ବିବାଦ ସୃଷ୍ଟି ହେବାରୁ ସିଙ୍ଘୁର ଉପରେ ସମସ୍ତଙ୍କ ଦୃଷ୍ଟି ପଡିଥିଲା। ତାପରେ ଟିଏମସି ସୁପ୍ରିମୋ ମମତା ବାନାର୍ଜୀ ୨୬ ଦିନିଆ ଅନଶନ ଡାକରା ଦେଇ ୩୪୭ ଏକର ଚାଷ ଜମିକୁ “ଜବରଦସ୍ତ” ଅକ୍ତିଆର କରିଥିବା ଅଭିଯୋଗ କରିଥିଲେ।

 ଟିଏମସି ଏବଂ ବାମପନ୍ଥୀ ସରକାର ମଧ୍ୟରେ ଅନେକ ରାଉଣ୍ଡ ବୈଠକ ସତ୍ତ୍ୱେ ଏହି ସମସ୍ୟାର ସମାଧାନ ହୋଇପାରିଲା ନାହିଁ ଏବଂ ଟାଟା ଶେଷରେ ୨୦୦୮ ମସିହାରେ ଗୁଜୁରାଟର ସାନନ୍ଦକୁ ଚାଲିଗଲା। ଏହି ପ୍ରକଳ୍ପ ପାଇଁ ଅଧିଗ୍ରହଣ ହୋଇଥିବା ଜମି ପରବର୍ତ୍ତୀ ସମୟରେ ୨୦୧୬ ରେ କୃଷକମାନଙ୍କୁ ଫେରସ୍ତ କରାଯାଇଥିଲା।

 ତେବେ ସିଙ୍ଘୁରରେ ଶିଳ୍ପ ପ୍ରତିଷ୍ଠା ପାଇଁ ଟାଟାକୁ ଆମନ୍ତ୍ରଣ କରିବେ କି ବୋଲି ପଚରାଯିବାରୁ ମନ୍ତ୍ରୀ କହିଥିଲେ, “ଟାଟା କାହିଁକି ସିଙ୍ଘୁରକୁ ଫେରିବାକୁ ଚାହୁଁଛନ୍ତି ? ଜମି ପୂର୍ବରୁ ଚାଷୀଙ୍କୁ ଫେରାଇ ଦିଆଯାଇଛି। ଏହି ଅଞ୍ଚଳର ଅର୍ଥନୀତି କୃଷି ଉପରେ ଆଧାରିତ ଥିବାରୁ ଆମେ ସେଠାରେ କୃଷି ଭିତ୍ତିକ ଶିଳ୍ପ ଆଣିବାକୁ ଯୋଜନା କରୁଛୁ। ”

 ଦ୍ରୁତ ଶିଳ୍ପାୟନ ଏବଂ ନିଯୁକ୍ତି ଉତ୍ପାଦନ ପାଇଁ ସରକାରଙ୍କ ପ୍ରାଥମିକ କ୍ଷେତ୍ର ବିଷୟରେ ଆଲୋଚନା କରି ଚାଟାର୍ଜୀ କହିଛନ୍ତି ଯେ ଲୁହା ଏବଂ ଇସ୍ପାତ କ୍ଷେତ୍ରରେ ଦୁଇଟି ପ୍ରମୁଖ ଉତ୍ପାଦନ ୟୁନିଟ୍ ସ୍ଥାପନ କରିବା ସରକାରଙ୍କ ତାଲିକାର ଶୀର୍ଷରେ ରହିଛି।ସେ କହିଛନ୍ତି “ଆମର ପାର୍ଟି ମନିଫେଷ୍ଟୋରେ ଶିଳ୍ପାୟନ ଏବଂ ନିଯୁକ୍ତି ସୃଷ୍ଟି ପ୍ରମୁଖ ପ୍ରତିଶ୍ରୁତି । ଏଥିରେ କୌଣସି ସନ୍ଦେହ ନାହିଁ ଯେ COVID ପରିସ୍ଥିତି ଯୋଗୁଁ ସମଗ୍ର ବିଶ୍ୱରେ ପରିସ୍ଥିତି ଅନୁକୂଳ ନୁହେଁ । ତେଣୁ ବର୍ତ୍ତମାନ ଆମର ପ୍ରାଥମିକତା ଦୁଇଟି ବଡ ଉତ୍ପାଦନକାରୀ କମ୍ପାନୀ ଆଣିବା ଯାହାକି ନିଯୁକ୍ତି ସୃଷ୍ଟି କରିବ। ମୁଁ ବିଭିନ୍ନ ହିତାଧିକାରୀ, ଶିଳ୍ପପତି ଏବଂ ଅଧିକାରୀଙ୍କ ସହ ଏହା ବିଷୟରେ ଆଲୋଚନା କରୁଛି।” ଚାଟାର୍ଜୀ କହିଛନ୍ତି ଯେ, “ଶିଳ୍ପ ପ୍ରତିଷ୍ଠା ପାଇଁ ଆବଶ୍ୟକ ଜମି ପାଇଁ ଆବଶ୍ୟକ କ୍ଲିୟରାନ୍ସ ପ୍ରକ୍ରିୟାକୁ ଆମେ ସରଳୀକରଣ କରିବୁ।  ମୁଁ ଆମର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିବି।

   ପଶ୍ଚିମବଙ୍ଗର ଭଲ ସଂଯୋଗ, ଭିତ୍ତିଭୂମି ଏବଂ ଶିଳ୍ପ ପାଇଁ ଅନୁକୂଳ ଆଇନ ରହିଛି ବୋଲି ସେ କହିଛନ୍ତି।  ଶ୍ରମ କୁଶଳୀ ଏବଂ ଶସ୍ତା ବୋଲି ସେ କହିଛନ୍ତି। ସିଙ୍ଗୁର ଏବଂ ନନ୍ଦିଗ୍ରାମରେ ଜମି ଅଧିଗ୍ରହଣ ଆନ୍ଦୋଳନ ଟିଏମସିକୁ ଶିଳ୍ପ ବିରୋଧୀ ଭାବମୂର୍ତ୍ତି କରିଥିବା କଥାକୁ ସେ ଖଣ୍ଡନ କରିଛନ୍ତି।  ସେ କହିଛନ୍ତି ଯେ “ଯଦି ଏହା ହୋଇଥାନ୍ତା, ଦଳ କ୍ରମାଗତ ତିନି ଥର ଜିତି ପାରି ନଥାନ୍ତା।

Related Posts