ଗଞ୍ଜାମ ଏସ୍‌ପିଙ୍କ ଅଫିସର ସମ୍ମୁଖରେ ଆତ୍ମହୁତି ଉଦ୍ୟମ କରିଥିବା ବାଦଲଙ୍କ ମୃତ୍ୟୁ

ଖଲ୍ଲିକୋଟ: ଆଖି ବୁଜିଲେ ବାଦଲ ସାହୁ | ଗଞ୍ଜାମ ଏସ୍.ପି.ଙ୍କ କାର୍ଯ୍ୟାଳୟ ଆଗରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଆତ୍ମହୂତି ଉଦ୍ୟମ କରିଥିବା ଯୁବକଙ୍କ ମୃତ୍ୟୁ ଘଟିଛି । ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି | ମୃତ ଯୁବକ ହେଲେ ରମ୍ଭା ବୋରିଗାଁ ର।

ଖବର ଅନୁଯାୟୀ, ଶନିବାର ଅପରାହ୍ନ ସମୟରେ ଗଞ୍ଜାମ ଏସ୍‌ପିଙ୍କ ଅଫିସର ସମ୍ମୁଖରେ ଆତ୍ମହୁତି ଉଦ୍ୟମ କରିଥିଲେ । ପରେ ତାଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ଛତ୍ରପୁର ମେଡିକାଲ ଅଣାଯାଇଥିଲା । ସେଠାରେ ପ୍ରାଥମିକ ଚିକିତ୍ସା ପରେ ବ୍ରହ୍ମପୁର ଏମକେସିଜି ମେଡିକାଲ ନିଆଯାଇଥିଲା । ସ୍ୱାସ୍ଥ୍ୟବସ୍ଥା ବିଗିଡିବାରୁ ଭୁବନେଶ୍ୱର ସ୍ଥିତ ଏକ ଘରୋଇ ହସ୍ପିଟାଲରକୁ ସ୍ଥାନାନ୍ତରିତ କରାଯାଇଥିଲା । କିନ୍ତୁ ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି ।

ତେବେ ନ୍ୟାୟ ମିଳିନଥିବାରୁ ସେ ଏଭଳି କରିଥିବା କହିଥିଲେ । ତାଙ୍କ ପରିବାରକୁ ଗାଁ ଲୋକ ବାସନ୍ଦ କରିଥିବା କହିଥିଲେ । ନ୍ୟାୟ ମିଳିବା ଆଶା ନେଇ ଗଞ୍ଜାମ ଏସ୍.ପିଙ୍କୁ ଭେଟିବା ପାଇଁ ଏକ ବାଇକରେ ସେ ଆସିଥିଲେ । ତେବେ ଏସ୍.ପିଙ୍କୁ ଭେଟିପାରିନଥିଲେ । ଏହାପରେ ସେ ଦେହରେ ନିଆଁ ଲଗାଇ ଦେଇଥିଲେ । ତାଙ୍କ ଶରୀରର ୮୦ ପ୍ରତିଶତ ପୋଡ଼ି ଯାଇଥିଲା ।

Related Posts