ପାକିସ୍ତାନ ନିର୍ବାଚନ କମିଶନଙ୍କ କାର୍ଯ୍ୟାଳୟ ସାମ୍ନାରେ ଫୁଟିଲା ଗୁଳି, ଇମ୍ରାନ ଖାନଙ୍କ ସଦସ୍ୟତା ରଦ୍ଦ ପରେ ଉତ୍ତେଜନା

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ପାକିସ୍ତାନ ଇସଲାମାବାଦରେ ନିର୍ବାଚନ କମିଶନଙ୍କ କାର୍ଯ୍ୟାଳୟ ସାମ୍ନାରେ ଗୁଳିକାଣ୍ଡ । ଇମ୍ରାନ ଖାନଙ୍କ ସଦସ୍ୟତା ରଦ୍ଦ ପରେ ଉତ୍ତେଜନା ଦେଖାଦେଇଛି । ଇମ୍ରାନଙ୍କ ବିରୋଧରେ ତ୍ରୁଟିପୂର୍ଣ୍ଣ ତଥ୍ୟ ଦିଆଯାଇଥିବା ଅଭିଯୋଗ ହୋଇଛି । ତେବେ ଇମ୍ରାନଙ୍କ ସମର୍ଥକ ଏହି ଗୁଳିକାଣ୍ଡ କରିଥିବା ସୂଚନା ଦିଆଯାଇଛି । ଏହି ଘଟଣା ପାଇଁ ନିର୍ବାଚନ କମିଶନ ଇମ୍ରାନ ଖାନଙ୍କୁ ଦାୟୀ କରିଛନ୍ତି । ଗୁଳିକାଣ୍ଡ ପରେ ନିର୍ବାଚନ କମିଶନଙ୍କ କାର୍ଯ୍ୟାଳୟ ବାହାରେ ସୁରକ୍ଷା ବ୍ୟବସ୍ଥା ବଢ଼ାଇ ଦିଆଯାଇଛି।

ସୂଚନା ଅନୁସାରେ, ଆଜି ପାକିସ୍ତାନର ପୂର୍ବ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ଏକ ବଡ ଝଟକା ଦେଇଛନ୍ତି ନିର୍ବାଚନ କମିଶନ । ନିର୍ବାଚନ ଆୟୋଗଙ୍କ ଘୋଷଣା ମୁତାବକ ସେ ଆଉ ନିର୍ବାଚନ ଲଢିପାରିବେ ନାହିଁ । ପାକିସ୍ତାନ ଜାତୀୟ ସଂସଦ ରୁ ମଧ୍ୟ ତାଙ୍କ ସଭ୍ୟପଦ ରଦ୍ଦ ହୋଇ ଯାଇଛି। କୁହାଯାଉଛି ଯେ ସେ କ୍ଷମତାରେ ଥିବା ସମୟରେ ତାଙ୍କୁ ବିଦେଶରୁ ମିଳିଥିବା ଉପହାର ନେଇ ସେ ନିର୍ବାଚନ ଆୟୋଗଙ୍କ ନିକଟରେ ଭୁଲ ତଥ୍ୟ ଦେଇଥିଲେ। ଏହି ଅପରାଧରେ ତାଙ୍କୁ ଏଭଳି ଦଣ୍ଡରେ ଦଣ୍ଡିତ କରାଯାଇଛି । ପାକିସ୍ତାନର ମୁଖ୍ୟ ନିର୍ବାଚନ କମିଶନର ସିକନ୍ଦର ସୁଲତାନଙ୍କ ଅଧ୍ୟକ୍ଷତାରେ ୪ ଜଣିଆ ସଦସ୍ୟ ବେଞ୍ଚ ଏହି ନିଷ୍ପତ୍ତି ଶୁଣାଇଛନ୍ତି ।

Related Posts