ଦଳୀୟ ନିର୍ଦ୍ଦେଶ ବିରୁଦ୍ଧରେ ଯାଇଥିବାରୁ କଂଗ୍ରେସ ବିଧାୟକ ମହମ୍ମଦ ମୋକିମଙ୍କୁ କାରଣ ଦର୍ଶାଅ ନୋଟିସ୍

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ରାଷ୍ଟ୍ରପତି ନିର୍ବାଚନରେ ଦଳର ନିର୍ଦ୍ଦେଶ ବିରୁଦ୍ଧରେ ଭୋଟ ଦେବାପରେ କଂଗ୍ରେସ ବିଧାୟକ ମହମ୍ମଦ ମୋକିମଙ୍କ ପାଇଁ ଅଡୁଆ ବଢ଼ିଛି । ଦଳ ବିରୋଧୀ କାର୍ଯ୍ୟପାଇଁ ମୋକିମଙ୍କୁ ଦଳ ପକ୍ଷରୁ କାରଣ ଦର୍ଶାଅ ନୋଟିସ ପଠାଯାଇଥିବା ସୂଚନା ମିଳିଛି। ଏନେଇ କଂଗ୍ରେସ ନେତା ତଥା ପ୍ରଦେଶ କଂଗ୍ରେସ ମିଡିଆ ସେଲ ମୁଖ୍ୟ ସତ୍ୟପ୍ରକାଶ ନାୟକ ସୂଚନା ଦେଇଛନ୍ତି।

ସୂଚନା ଅନୁଯାୟୀ ମୋକିମ ରାଷ୍ଟ୍ରପତି ନିର୍ବାଚନରେ ଭୋଟ ଦେବାପରେ ଖୋଲା ଖୋଲି ଗଣମାଧ୍ୟମରେ କହିଥିଲେ ଯେ ସେ ବିଜେପି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ ଙ୍କୁ ଭୋଟ ଦେଇଛନ୍ତି। ମାତ୍ର ବିରୋଧୀ ପ୍ରାର୍ଥୀ ଯଶୋବନ୍ତ ସିହ୍ନା ଙ୍କୁ ଭୋଟ ଦେବାକୁ ଦଳର ହାଇକମାଣ୍ଡଙ୍କ ନିର୍ଦ୍ଦେଶ ଥିଲା। ତେବେ ଖୁଲମଖୁଲା ଦଳର ନିଷ୍ପତି ବିରୋଧରେ ଯାଇଥିଲେ ମୋକିମ। ଏହାପରେ ରାଜ୍ୟ କଂଗ୍ରେସ ପକ୍ଷରୁ ପିସିସି ସଭାପତି ଶରଦ ପଟ୍ଟନାୟକ ତାଙ୍କୁ କାରଣ ଦର୍ଶାଅ ନୋଟିସ ପଠାଇବା ସହ ୨ ସପ୍ତାହ ମଧ୍ୟରେ ନୋଟିସର ଉତ୍ତର ଦେବାକୁ ନୋଟିସରେ ନିର୍ଦ୍ଦେଶ ଦେଇଛନ୍ତି ।

Related Posts