
ପୁରୀ: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ବିବାଦ ପ୍ରସଙ୍ଗକୁ ନେଇ ଏବେ ଜୋର୍ ଧରିଛି ଚର୍ଚ୍ଚା । ଏନେଇ ଜଗତଗୁରୁ ଶଙ୍କରାଚାର୍ଯ୍ୟକୁ ଭେଟିଛନ୍ତି ପ୍ରକଳ୍ପକୁ ସମର୍ଥନ କରୁଥିବା ଵ୍ୟକ୍ତିବିଶେଷ ଓ ବିରୋଧ କରୁଥିବା ବ୍ୟକ୍ତିବିଶେଷ ।
ଏହି ପ୍ରସଙ୍ଗରେ ଆଲୋଚନା କରିବା ପରେ ଶଙ୍କରାଚାର୍ଯ୍ୟକୁ ସମାଧାନର ବାଟ ଖୋଜିବାକୁ ନିବେଦନ କରିଛନ୍ତି । ଏଭଳି ଆଶା ନେଇ ଉଭୟ ପକ୍ଷ ଅର୍ଥାତ୍ ସର୍ବଦଳୀୟ ପ୍ରତିନିଧି ଶଙ୍କରାଚାର୍ଯ୍ୟଙ୍କୁ ଭେଟିଥିବା ଜଣାପଡ଼ିଛି ।
ପରିକ୍ରମା ପ୍ରକଳ୍ପକୁ ନେଇ ବିବାଦ ବଢିବା ପରେ ପ୍ରକଳ୍ପକୁ ସମର୍ଥନ କରୁଥିବା ଓ ବିରୋଧ କରୁଥିବା ବ୍ୟକ୍ତି ବିଶେଷଙ୍କୁ ଶଙ୍କରାଚାର୍ଯ୍ୟଙ୍କ ମଠରୁ ଆଜି ଆଲୋଚନା ପାଇଁ ଡକାଯାଇଥିଲା । ଗୁରୁଜୀ ଏକ ସମାଧାନ ରାସ୍ତା ବାହାର କରିବା ନେଇ ଉଦ୍ୟମ କରିବେ ବୋଲି ଦୁଇ ପକ୍ଷ ଆଶା କରିଛନ୍ତି । ଏହି ବିଚାର ବିମର୍ଷରେ ବିଜେଡ଼ି ନେତା ଲେନିନ ମହାନ୍ତି, ଓମପ୍ରକାଶ, ବିଜେପି ନେତା ଯତୀନ ମହାନ୍ତି, ସୁଦୀପ ରାୟ ଅଂଶଗ୍ରହଣ କରିଛନ୍ତି ।ଏହା ବି ପଢନ୍ତୁ- ଶ୍ରୀମନ୍ଦିର ପ୍ରକଳ୍ପ କାର୍ଯ୍ୟରେ ରାଜନୀତି କରିବା ଉଚିତ ନୁହେଁ: ଶଙ୍କରାଚାର୍ଯ୍ୟଏମାନଙ୍କ ସହ ସ୍ଥପତି ସୁଦର୍ଶନ ସାହୁ, ପ୍ରଫୁଲ୍ଲ ରଥ, ଅନୀଲ ଧିର, ଆର୍ଯ୍ୟ ଜ୍ଞାନେନ୍ଦ୍ର ମଧ୍ୟ ଶଙ୍କରାଚାର୍ଯ୍ୟଙ୍କୁ ଭେଟିଛନ୍ତି । ଗତକାଲି ଗଜପତି, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ବୀର ବିକ୍ରମ ଯାଦବ, ଜିଲ୍ଲାପାଳ ସମର୍ଥ ବର୍ମା, ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ଶଙ୍କରାଚାର୍ଯ୍ୟଙ୍କୁ ଭେଟିଥିଲେ ।