ବିଜେପିରେ ଶ୍ୱାସରୁଦ୍ଧ ହୋଇ ଟିଏମସିକୁ ଫେରିବାକୁ ଚାହୁଁଛନ୍ତି ଶୁଭେନ୍ଦୁ ଅଧିକାରୀ, ହେଲେ ଟିଏମସିର କବାଟ ତାଙ୍କ ପାଇଁ ବନ୍ଦ ଅଛି: କୁନାଲ ଘୋଷ

କୋଲିକତା(ସତ୍ୟପାଠ ବ୍ୟୁରୋ): ପଶ୍ଚିମବଙ୍ଗରେ ପୁଣିଥରେ ରାଜନୀତି ଚଳଚଞ୍ଚଳ ହେବାରେ ଲାଗିଛି । ଏଥର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପାଇଁ ନୁହଁ ବରଂ ତୃଣମୂଳ କଂଗ୍ରେସର ମୁଖପାତ୍ର କୁନାଲ ଘୋଷଙ୍କ ବୟାନ ପାଇଁ । ପଶ୍ଚିମବଙ୍ଗ ବିଧାନସଭାରେ ବିରୋଧୀ ଦଳର ନେତା ସୁଭେନ୍ଦୁ ଅଧିକାରୀଙ୍କୁ ନେଇ ସେ ବଡ଼ ବୟାନ ଦେଇଥିବାର ଦେଖିବାକୁ ମିଳିଛି । ତେବେ ବିଜେପିରେ ଶ୍ୱାସରୁଦ୍ଧ ହୋଇ ଶୁଭେନ୍ଦୁ ଅଧିକାରୀ ଟିଏମସିକୁ ଫେରିବାକୁ ଆଗ୍ରହୀ ଅଛନ୍ତି । କିନ୍ତୁ ବିଜେପିରେ ମିଶିବା ପରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓ ଟିଏମସିର ଜାତୀୟ ସାଧାରଣ ସମ୍ପାଦକ ଅଭିଷେକ ବାନାର୍ଜୀଙ୍କ ବିରୋଧରେ ଅପମାନଜନକ ମନ୍ତବ୍ୟ ଦେଇଥିବାରୁ ଦଳ ତାଙ୍କୁ କେବେ ବି ଗ୍ରହଣ କରିବ ନାହିଁ ବୋଲି କୁନାଲ ଘୋଷ କହିଛନ୍ତି । ସେପଟେ ପଶ୍ଚିବଙ୍ଗ ବିଧାନସଭା ନିର୍ବାଚନ ପୂର୍ବରୁ ତୃଣମୂଳ କଂଗ୍ରେସ ଛାଡ଼ି ଶୁଭେନ୍ଦୁ ଅଧିକାରୀ ଡିସେମ୍ବର ୨୦୨୦ରେ ବିଜେପିରେ ମିଶିଥିଲେ । ଏହା ସହ କୁନାଲ ଘୋଷଙ୍କ ବୟାନରେ ପ୍ରତିକ୍ରିୟା ଦେଇଥିବାର ଦେଖିବାକୁ ମିଳିଛି ।

ଶୁଭେନ୍ଦୁ ଅଧିକାରୀ କହିଛନ୍ତି ଯେ ଦୁର୍ନୀତି ମାମଲାରେ ଅଭିଯୁକ୍ତଙ୍କ ମନ୍ତବ୍ୟ ଉପରେ ସେ କୌଣସି ପ୍ରତିକ୍ରିୟା ଦିଅନ୍ତି ନାହିଁ। କେବଳ ଏତିକି ନୁହେଁ ବରଂ ବିଧାନସଭା ନିର୍ବାଚନରେ ଟିଏମସି ପ୍ରାର୍ଥୀ ସବ୍ୟସାଚୀ ଦତ୍ତଙ୍କୁ ମଧ୍ୟ ଟାର୍ଗେଟ କରିଥିବାର ଦେଖିବାକୁ ମିଳିଛି । ବିଧାନସଭା ନିର୍ବାଚନ ପାଇଁ ଦତ୍ତଙ୍କୁ ଟିକେଟ୍ ଦେବା ବିଜେପିର ବଡ଼ ଭୁଲ୍ ଥିଲା । ୨୦୧୯ ରେ ଦତ୍ତ ଟିଏମସି ଛାଡିଥିଲେ । ଏବଂ ୨୦୨୧ ବିଧାନସଭା ନିର୍ବାଚନରେ ବିଜେପି ପ୍ରାର୍ଥୀ ଭାବରେ ପରାଜୟର ସମ୍ମୁଖୀନ ହୋଇଥିଲେ ଏବଂ ଏହା ପରେ ପୁଣି ସେ ଟିଏମସିକୁ ଫେରିଥିଲେ।

ଅନ୍ୟପଟେ ଶୁଭେନ୍ଦୁ ଅଧିକାରୀଙ୍କ ଏପରି ବୟାନର ଜବାବ ଦେଇ କୁନାଲ ଘୋଷ କହିଛନ୍ତି ଯେ ବିଜେପିରେ ଯୋଗଦେବା ପାଇଁ ତାଙ୍କର ସ୍ୱପ୍ନ ଭାଙ୍ଗି ଯାଇଥିବାରୁ ଶୁଭେନ୍ଦୁ ମାନସିକ ଅବସାଦରେ ପୀଡିତ। ଆମ ପାଖରେ ସୂଚନା ଅଛି ଯେ ସେ ଅନ୍ୟ ଦୁଇ ନେତାଙ୍କ ସହ ଟିଏମସିକୁ ଫେରିବାକୁ ଚାହୁଁଛନ୍ତି ଯାହାକୁ ସେ ସାଙ୍ଗରେ ନେଇଥିଲେ । କିନ୍ତୁ, ଶୁଭେନ୍ଦୁ ଭଳି ଲୋକଙ୍କ ପାଇଁ ଆମର କବାଟ ବନ୍ଦ ଅଛି ବୋଲି ତୃଣମୂଳ କଂଗ୍ରେସର ମୁଖପାତ୍ର କୁନାଲ ଘୋଷ କହିଛନ୍ତି । ଏ ଖବର ସାମ୍ନାକୁ ଆସିବା ପରେ ପୁଣିଥରେ ଦେଶରେ ପଶ୍ଚିମବଙ୍ଗ ରାଜନୀତି ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି ।

Related Posts