ପଞ୍ଜାବରେ ପିକ୍ଚର ଅଭି ବାକି ହେ… କ୍ୟାପଟେନଙ୍କ କ୍ଷମା ମାଗିବା ପ୍ରସ୍ତାବକୁ ସିଦ୍ଧୁଙ୍କ କ୍ୟାମ୍ପ୍ ର ପ୍ରତ୍ୟାଖ୍ୟାନ

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ପଞ୍ଜାବ କଂଗ୍ରେସର କମାଣ୍ଡ ସିଦ୍ଧୁଙ୍କୁ ମିଳିବା ପରେ ବି ବିବାଦ ଥମିବାର ନାଁ ଧରୁନି। ଯଦିଓ ହାଇ କମାଣ୍ଡ ସିଦ୍ଧୁଙ୍କୁ ପଞ୍ଜାବ କଂଗ୍ରେସ  ସଭାପତି କରି ବିବାଦର ସମାଧାନ ହୋଇଯାଇଥିବା କହିଛନ୍ତି କିନ୍ତୁ ଏହାର ବାସ୍ତବତା ସମ୍ପୂର୍ଣ୍ଣ ଭିନ୍ନ । ପଞ୍ଜାବ କଂଗ୍ରେସର ଅଧିନାୟକ ହେବା ପରେ ମଧ୍ୟ ସିଦ୍ଧୁ ନରମ ହୋଇ ନାହାନ୍ତି ଏବଂ ତାଙ୍କ କ୍ୟାମ୍ପ ସିଏମ ଅମରିନ୍ଦର ସିଂଙ୍କ ଉପରେ ହମଲା ଜାରି ରଖିଛି। ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂଙ୍କ ତରଫରୁ ଦାବି କରାଯାଇଥିଲା ଯେ ସିଦ୍ଧୁ ଟ୍ଵିଟ୍ କରି କ୍ଷମା ମାଗନ୍ତୁ।  ବର୍ତ୍ତମାନ ସିଦ୍ଧୁଙ୍କ କ୍ଯାମ୍ପ ପକ୍ଷରୁ ଏହାର ଜବାବ ଦିଆଯାଇଛି।

 ଜଲନ୍ଦର କ୍ୟାଣ୍ଟର ବିଧାୟକ ତଥା ସିଦ୍ଧୁଙ୍କର ଜଣେ ଘନିଷ୍ଠ ସହଯୋଗୀ ପରଗେଟ୍ ସିଂ କହିଛନ୍ତି ଯେ , କ୍ୟାପଟେନ ଅମରିନ୍ଦର ସିଂ କ୍ଷମା ପ୍ରାର୍ଥନା କରିବାର କଥା କହୁଛନ୍ତି।  ଯଦି କେହି କ୍ଷମା ମାଗିବା କଥା ସେ ହେଉଛନ୍ତି ନିଜେ ମୁଖ୍ୟମନ୍ତ୍ରୀ କ୍ଷମା ପ୍ରାର୍ଥନା କରନ୍ତୁ, ଯିଏକି ଜନସାଧାରଣଙ୍କୁ ଦେଇଥିବା ପ୍ରତିଶ୍ରୁତି ପାଳନ କରିବାରେ ବିଫଳ ହୋଇଛନ୍ତି। ତେବେ ଅମରିନ୍ଦର ସିଂ କ୍ଯାମ୍ପରେ ମଧ୍ୟ କିଛି ବିଧାୟକ ଅଛନ୍ତି ଯେଉଁମାନେ ଏବେ ସିଦ୍ଧୁଙ୍କ ନିକଟତର ଥିବା ଜଣାପଡିଛି।  ଏଭଳି ଜଣେ ବିଧାୟକ ହେଉଛନ୍ତି ତ୍ରିପାଠୀ ରାଜୀନ୍ଦର ସିଂ ବାଜୱା । ସେ କହିଛନ୍ତି ଯେ ସିଏମ ଅମରିନ୍ଦର ସିଂ ପ୍ରତାପ ସିଂ ବାଜୱାଙ୍କ ଭଳି ନବଜୋତ ସିଂ ସିଦ୍ଧୁଙ୍କ ଟ୍ୱିଟକୁ ଅଣଦେଖା କରିବା ଉଚିତ୍।

  କ୍ୟାପଟେନ ସରକାରଙ୍କ କାର୍ଯ୍ୟ ଶୈଳୀ ଉପରେ ପ୍ରଶ୍ନ କରି ବାଜୱା ଅତୀତରେ ଅନେକ ଚିଠି ଲେଖିଥିଲେ।  ବିଧାୟକ ମଦନ ଲାଲ ଜଲାଲପୁର ମଧ୍ୟ ସିଏମ ଅମରିନ୍ଦର ସିଂଙ୍କୁ ଏକ ବଡ଼ ହୃଦୟ ଦେଖାଇବାକୁ ଏବଂ ନବଜୋତ ସିଂ ସିଦ୍ଧୁଙ୍କୁ କ୍ଷମା କରିବାକୁ ପରାମର୍ଶ ଦେଇଛନ୍ତି।  ଅମରିନ୍ଦର ସିଂଙ୍କୁ ଭେଟିବା ପରେ ଜଲାଲପୁର କହିଛନ୍ତି, ‘ନବଜୋତ ସିଂ ସିଦ୍ଧୁଙ୍କୁ କ୍ଷମା କରାଯିବା ଉଚିତ୍।  ଅମରିନ୍ଦର ସିଂଙ୍କର ଏକ ବଡ଼ ହୃଦୟ ଅଛି ଏବଂ ଦୁହେଁ ଏକାଠି କାମ କରିବାର ସମୟ ଆସିଛି । କୁହାଯାଉଛି ଯେ ଶନିବାର ପଞ୍ଜାବର ଦାୟିତ୍ୱରେ ଥିବା ହରିଶ ରାୱତଙ୍କ ସହ ସାକ୍ଷାତ ସମୟରେ କ୍ୟାପଟେନ ମନେ ପକାଇ ଦେଇଛନ୍ତି ଯେ ସିଦ୍ଧୁ ତାଙ୍କ ବିରୋଧରେ ପ୍ରାୟ ୧୫୦ ଟ୍ୱିଟ କରିଛନ୍ତି।

 ସେ କହିଛନ୍ତି ଯେ ସିଦ୍ଧୁ ଏହି ଟ୍ୱିଟ୍ ମାଧ୍ୟମରେ ସରକାର ଏବଂ ରାଜ୍ୟ କଂଗ୍ରେସର କାର୍ଯ୍ୟକାରିତା ଉପରେ ସର୍ବସାଧାରଣରେ ପ୍ରଶ୍ନ ଉଠାଇଛନ୍ତି।  ସେ ଏଥିପାଇଁ କ୍ଷମା ନମାଗିବା ପର୍ଯ୍ୟନ୍ତ ସେ ତାଙ୍କୁ ଭେଟିବେ ନାହିଁ।  ଏପଟେ ସିଦ୍ଧୁଙ୍କ କ୍ୟାମ୍ପ କ୍ଷମା ମାଗିବାକୁ ଅସ୍ୱୀକାର କରିଛନ୍ତି।  

Related Posts