ସିଦ୍ଧୁ ମୁସେୱାଲା ହତ୍ୟାକାଣ୍ଡ ଘଟଣା: ଦିଲ୍ଲୀ ପୋଲିସର ସ୍ୱତନ୍ତ୍ର ସେଲ୍‌କୁ ଆଉ ଏକ ସଫଳତା, ହତ୍ୟାକାଣ୍ଡରେ ଯଡ଼ିତ ଆଉ ତିନି ଶୁଟର୍‌ ଗିରଫ

ନୂଆଦିଲ୍ଲୀ : ପଞ୍ଜାବର ପ୍ରସିଦ୍ଧ ଗାୟକ ସିଦ୍ଧୁ ମୁସେୱାଲା ହତ୍ୟାକାଣ୍ଡ ଘଟଣାରେ ପୋଲିସ ଅଭିଯୁକ୍ତ ମାନଙ୍କୁ ଗିରଫ କରିବା ପାଇଁ ଜୋର୍ ଦାର ପ୍ରୟାସ ଜାରି ରଖିଥିବା ବେଳେ, ଗୋଟିଏ ପରେ ଗୋଟିଏ ସଫଳତା ମିଳିବାକୁ ଲାଗିଛି । ଦିଲ୍ଲୀ ପୋଲିସର ସ୍ୱତନ୍ତ୍ର ସେଲ୍‌କୁ ଏହି ବଡ଼ ସଫଳତା ମିଳିଛି।

ଏହି ହତ୍ୟାକାଣ୍ଡରେ ଯଡ଼ିତ ଥିବା ତିନି ଜଣ ଶୁଟର୍‌ଙ୍କୁ ଗିରଫ କରାଯାଇଛି। ଦିଲ୍ଲୀ ପୋଲିସର ସ୍ୱତନ୍ତ୍ର ସେଲ୍‌ ହରିୟାଣା ସୋନିପତର ଶୁଟର୍‌ ପ୍ରିୟବ୍ରତ ଫୌଜି ସହିତ ତିନିଜଣଙ୍କୁ ଗିରଫ କରିଛି। ପୋଲିସ ସେମାନଙ୍କ ଠାରୁ ବିପୁଳ ମାତ୍ରାରେ ଅସ୍ତ୍ରଶସ୍ତ୍ର ଓ ବିସ୍ଫୋରକ ସାମଗ୍ରୀ ଜବତ କରିଛି।

ଖବର ଅନୁସାରେ ଗିରଫ ହୋଇଥିବା ଶୁଟର ଦୁଇଜଣ ମୁସେୱାଲାଙ୍କୁ ଗୁଳି କରିଥିଲେ। ଏହି ଦୁଇଜଣ ଗିରଫ ଅଭିଯୁକ୍ତ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ ସହିତ ଯଡ଼ିତ ଓ ତାଙ୍କ ଅପରାଧର ଲମ୍ୱା ତାଲିକା ରହିଛି ବୋଲି କୁହାଯାଇଛି।

ସୂଚନାଥାଉକି, ମେ ୨୯ରେ ପଞ୍ଜାବୀ ଗାୟକ ସିଦ୍ଧୁ ମୁସେୱାଲାଙ୍କୁ ପଞ୍ଜାବର ମାନସା ଜିଲ୍ଲାରେ ଅଜଣା ଦୁର୍ବୃତ୍ତମାନେ ଗୁଳିକରି ହତ୍ୟା କରିଥିଲେ। ସେମାନେ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ ସହିତ ଯଡ଼ିତ ଥିଲେ।

ମୁସେୱାଲା ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଲରେନ୍ସ ବିଷ୍ଣୋଇ ଏବେ ପଞ୍ଜାବ ପୋଲିସ ହେପାଜତରେ ଅଛି। ଜୁନ୍‌ ୧୪ରେ ଲରେନ୍ସକୁ ପଞ୍ଜାବ ପୋଲିସ ଗିରଫ କରି ଟ୍ରାଞ୍ଜିଟ୍‌ ରିମାଣ୍ଡରେ ପଞ୍ଜାବ ନେଇଥିଲା। ପଞ୍ଜାବ ପୋଲିସ ଦିଲ୍ଲୀ ପଟିଆଲା ହାଉସ କୋର୍ଟରେ ଦଲିଲ୍‌ ଦାଖଲ କରିଥିଲେ ଯେ ଏହି ମାମାଲାର ପଚରାଉଚୁରା ସମୟରେ ଜଣା ପଡ଼ିଥିଲାକି ଲରେନ୍ସ ବିଷ୍ଣୋଇ ସିଦ୍ଧୁ ମୁସେୱାଲା ହତ୍ୟା କାଣ୍ଡର ମୁଖ୍ୟ ଅଭିଯୁକ୍ତ ।

Related Posts