ସିଦ୍ଧୁ ମୁସେୱାଲା ହତ୍ୟା ଘଟଣା: ଗିରଫ ଚର୍ଚ୍ଚା ଭିତରେ ଗ୍ୟାଙ୍ଗଷ୍ଟର ଗୋଲ୍ଡି ବ୍ରାର୍‌ର ଅଡିଓ ଭାଇରାଲ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଲୋକପ୍ରିୟ ପଞ୍ଜାବୀ ଗାୟକ ସିଦ୍ଧୁ ମୁସେୱାଲା ହତ୍ୟାକାଣ୍ଡ ପଛରେ ଗ୍ୟାଙ୍ଗଷ୍ଟର ଗୋଲ୍ଡି ବ୍ରାର୍ ହାତ ଥିବା କୁହାଯାଉଛି। ତେବେ ନିକଟରେ ଏହି ଗ୍ୟାଙ୍ଗଷ୍ଟରକୁ ଗିରଫ କରାଯାଇଥିବା କଥା ସାମ୍ନାକୁ ଆସିଥିଲା। ଗୋଲ୍ଡି ବ୍ରାର୍ ଆମେରିକା ପୁଲିସର ହେପାଜତରେ ଥିବା ମଧ୍ୟ କୁହାଯାଇଥିଲା। କିନ୍ତୁ ଏବେ ଏହି ଗ୍ୟାଙ୍ଗଷ୍ଟର୍ ଗିରଫଦାରୀକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି।ସୋଶାଲ ମିଡିଆରେ ଗୋଲ୍ଡି ବ୍ରାର୍‌ର ଏକ ଅଡିଓ ଭାଇରାଲ ହେଉଛି। ଏଥିରେ ସେ ପୁଲିସ ହାତରେ ଧରାପଡିନି କି ଆମେରିକାରେ ବି ନାହିଁ ବୋଲି ଗୋଲ୍ଡି ବ୍ରାର୍ ଦାବି କରୁଥିବା ଶୁଣିବାକୁ ମିଳିଛି।

ନ୍ୟୁଜ ଏଜେନ୍ସି ପିଟିଆଇର ରିପୋର୍ଟ ମୁତାବକ, ସାମ୍ନାକୁ ଆସିଥିବା ଇଣ୍ଟରଭ୍ୟୁ ଅଡିଓରେ ଗୋଲ୍ଡି ବ୍ରାର ଦାବି କରିଛି ଯେ, ତାକୁ ଆମେରିକା ପୁଲିସ ଗିରଫ କରିନାହିଁ। ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ ଯେଉଁ ଦାବି କରିଛନ୍ତି ତାହା ଭୁଲ୍। ଏଥିସହ ସେ ଆମେରିକାରେ ବି ନାହିଁ। ମେତେ ଅଟକ ରଖିବାର ପ୍ରଶ୍ନ ଉଠୁ ନାହିଁ ବୋଲି ସେ କହିଛି।

ସେପଟେ ଗତ ବୁଧବାର ଦିନ ସିଦ୍ଧୁ ମୁସେୱାଲାଙ୍କ ବାପା ବାଲ୍‌କୌର୍ ସିଂହ କାନଡାରେ ରହୁଥିବା ଗ୍ୟାଙ୍ଗ୍‌ଷ୍ଟର୍ ଗୋଲ୍‌ଡି ବ୍ରାର୍‌କୁ ଗିରଫ କରିବାରେ ଯିଏ ସହାୟତା କରିବ ତାଙ୍କୁ ସେ ୨ କୋଟି ଟଙ୍କା ଦେବେ ବୋଲି ଘୋଷଣା କରିଛନ୍ତି।

ସୂଚନାଯୋଗ୍ୟ ଯେ, ଡିସେମ୍ବର ୨ ତାରିଖରେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ୍ ବ୍ରାର୍‌କୁ ଆମେରିକାର ସରକାରୀ କର୍ତ୍ତୃପକ୍ଷମାନେ କାଲିଫର୍ଣ୍ଣିଆରେ ଅଟକ ରଖିଥିବା କଥା କହିଥିଲେ। ଏହା ସହ ପଞ୍ଜାବ ପୁଲିସ୍ ତାକୁ ଖୁବ୍ ଶୀଘ୍ର ହେପାଜତରେ ନେବ ବୋଲି ଆଶ୍ୱସନା ଦେଇଥିଲେ। କିନ୍ତୁ, ଗୋଲ୍ଡ ବ୍ରାରର୍ ଅଟକ ସଂକ୍ରାନ୍ତରେ କାଲିଫର୍ଣ୍ଣିଆ ପୁଲିସ ପକ୍ଷରୁ କୌଣସି ବୟାନ ସାମ୍ନାକୁ ଆସିନଥିଲା।

Related Posts