ସିଦ୍ଧୁ ମୁସେୱାଲା ନିଜକୁ ବଞ୍ଚାଇବା ପାଇଁ ୨କୋଟି କରିଥିଲେ ଅଫର; ଭିଡିଓ କରି ବଡ ଖୁଲାସା କଲେ ଗ୍ୟାଙ୍ଗଷ୍ଟର ଗୋଲଡି ବରାର୍‌

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ପଞ୍ଜାବୀ ଗାୟକ ସିଦ୍ଧୁ ମୁସେୱାଲାଙ୍କୁ ନେଇ ନୂଆ ତଥ୍ୟ ସାମ୍ନାକୁ ଆସିଛି । ତେବେ ସିଦ୍ଧୁ ମୁସେୱାଲା ହତ୍ୟା ମାମଲାର ମାଷ୍ଟରମାଇଣ୍ଡ ଗୋଲଡି ବାବର ବର୍ତ୍ତମାନ ଏକ ଭିଡିଓ ସେୟାର କରିଛନ୍ତି। ଏଥିରେ ସେ ଦାବି କରିଛନ୍ତି ଯେ ଭିକି ମିଡ୍‌ଦୁଖେଡା ମାମଲା ପରେ ସିଦ୍ଧୁ ମୁସେୱାଲା ତାଙ୍କ ଜୀବନ ବଞ୍ଚାଇବା ପାଇଁ ତାଙ୍କୁ ୨ କୋଟି ଟଙ୍କା ଅଫର କରିଥିଲେ। ନିର୍ବାଚନ ସମୟରେ ମୁସେୱାଲାଙ୍କ ଲୋକ ତାଙ୍କୁ କହିଥିଲେ ଯେ ତୁମେ ତାଙ୍କ ଜୀବନ ରକ୍ଷା କର, ଆମେ ତୁମକୁ ଦୁଇ କୋଟି ଟଙ୍କା ଦେବୁ। ଏହା ପରେ ଆପଣଙ୍କୁ ଗୁରୁଦ୍ୱାର ସାହିବକୁ ଯାଇ ଶପଥ କରିବାକୁ ପଡିବ । ବରାର୍‌ କୌଣସି ପରିସ୍ଥିତିରେ ଆପୋଷ ବୁଝାମଣା କରିବାକୁ ଚାହୁଁ ନ ଥିବାରୁ ଏହି ଅଫରକୁ ପ୍ରତ୍ୟାଖ୍ୟାନ କରିଦେଇଥିଲେ। ସେପଟେ ଭାଇରାଲ୍‌ ହୋଇଥିବା ଭିଡିଓଟି କମ୍ ଆଲୋକରେ ସୁଟ୍ ହୋଇଛି। ଗୋଲଡି ମୁହଁ ଘୋଡାଇ କଥା କହିଛନ୍ତି ଯେ ମୁସେୱାଲାଙ୍କୁ ଶିଖ ‘ସହୀଦ’ ରୂପେ ଦେଖାଇବା ଚେଷ୍ଟା କରାଯାଉଛି। ତେଣୁ ସେ ଭିଡିଓ ସୁଟିଂ କରିବାକୁ ବାଧ୍ୟ ହୋଇଥିଲେ। ବରାର୍‌ କହିଛନ୍ତି, “ସେ (ମୁସୱାଲା) ଜଣେ ସହୀଦ ନୁହଁନ୍ତି। ଆମର ଦୁଇ ଭାଇଙ୍କୁ ହତ୍ୟା କରିବାରେ ମୁସେୱାଲାଙ୍କର ହାତ ଥିଲା।

ତେଣୁ ତାଙ୍କୁ ହତ୍ୟା କରିଥିବାରୁ ଆମର କୌଣସି ଅନୁତାପ ନାହିଁ।ଏହା ବ୍ୟତୀତ ଆହୁରି କହିଛନ୍ତି ଯେ ‘ଲୋକମାନେ ଆମକୁ ଖରାପ ବୋଲି କହୁଛନ୍ତି, ହେଲେ ଭଲ ଆମେ ଖରାପ କିନ୍ତୁ କେତେକ ଲୋକମାନେ ଭଲ ଲୋକଙ୍କ ଘର ନଷ୍ଟ କରନ୍ତି। ଆଜି ସିଦ୍ଧୁ ମୁସେୱାଲାଙ୍କ ମୃତ୍ୟୁ ପରେ ତାଙ୍କୁ ସହୀଦ ତଥା ଯୋଦ୍ଧା କୁହାଯାଉଛି, କିନ୍ତୁ ସେ ଜୀବିତ ଥିବାବେଳେ ୯୫ ପ୍ରତିଶତ ଲୋକ ତାଙ୍କୁ ସମାଲୋଚନା କରୁଥିଲେ। ଏହି ଭିଡିଓ ଦେଖି ପୋଲିସ୍‌ ନିଶ୍ଚିତ କରିଛି କି ଗୋଲଡି ବରାର କାନାଡାର କୌଣସି ଏକ ସ୍ଥାନରେ ଲୁଚି ରହିଥିବା ଜଣାପଡିଛି। ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶରେ ଏନେଇ ଚର୍ଚ୍ଚା ଜୋର୍ ଧରିବାରେ ଲାଗିଛି।

Related Posts