ଆଜି ବସୁଛି ବିଜେପି ସଂସଦୀୟ ବୋର୍ଡ ବୈଠକ, ଉପରାଷ୍ଟ୍ରପତି ପ୍ରାର୍ଥୀଙ୍କ ନାଁ ରେ ବାଜିପାରେ ମୋହର

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ): ଦେଶରେ ଉପରାଷ୍ଟ୍ରପତି ନିର୍ବାଚନକୁ ନେଇ ରାଜନୈତିକ ମହୋଲ ସରଗରମ ରହିଛି। ଏହା ମଧ୍ୟରେ ଆଜି ବସିବାକୁ ଯାଉଛି ବିଜେପି ସଂସଦୀୟ ବୋର୍ଡ ବୈଠକ।ଏହି ବୈଠକ ରେ ଉପରାଷ୍ଟ୍ରପତି ପ୍ରାର୍ଥୀ ସମ୍ପର୍କରେ ବିଜେପି ଚୂଡ଼ାନ୍ତ ନିଷ୍ପତ୍ତି ନେଇପାରେ। ତେବେ ଆଜି ଏହି ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା, ଗୃହ ମନ୍ତ୍ରୀ ଅମିତ ଶାହା, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ସମେତ ଦଳର ବହୁ ବରିଷ୍ଠ ନେତା ସାମିଲ ହେବେ।

ସୂଚନା ଅନୁସାରେ ଉପରାଷ୍ଟ୍ରପତି ରେସ ରେ ବହୁ ନେତାଙ୍କ ନାମ ରହିଥିବା ବେଳେ ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ଅମରିନ୍ଦର୍ ସିଂହ ଓ ପୂର୍ବତନ କେନ୍ଦ୍ରମନ୍ତ୍ରୀ ମୁକ୍ତାର ଆବାସ ନାକବୀଙ୍କ ନାମ ସବୁଠୁ ଆଗରେ ରହିଛି। ତେବେ ଅଗଷ୍ଟ ୬ ତାରିଖ ରେ ହେବାକୁ ଥିବା ଉପରାଷ୍ଟ୍ରପତି ନିର୍ବାଚନରେ ବିଜେପି କାହାକୁ ପ୍ରାର୍ଥୀ କରୁଛି ଏହା ଉପରେ ସମସ୍ତଙ୍କର ନଜର ରହିଛି।

Related Posts