ସିଦ୍ଧୁ ମୁସେୱାଲାଙ୍କ ହତ୍ୟାକାଣ୍ଡ ଘଟଣା: ଜଣେ ଗ୍ୟାଙ୍ଗଷ୍ଟାରକୁ ପୋଲିସର ଏନ୍‌କାଉଣ୍ଟର

ଚଣ୍ଡିଗଡ଼: ପଞ୍ଜବୀ ଗାୟକ ସିଦ୍ଧୁ ମୁସେୱାଲାଙ୍କ ହତ୍ୟାକାଣ୍ଡ ଘଟଣାରେ ଅଭିଯୁକ୍ତ ମାନଙ୍କୁ ଧରିବା ପାଇଁ ପୋଲିସ ଜାଲ ବିଛାଇଛି। ଏହି ଘଟଣାରେ ସଂପୃକ୍ତି ନେଇ ପୋଲିସ ଗ୍ୟାଙ୍ଗଷ୍ଟରଙ୍କୁ ଖୋଜି ଖୋଜି ଗିରଫ କରୁଛି । ହେଲେ ଆଜି ଏହି ଘଟଣାରେ ଏନ୍‌କାଉଣ୍ଟର ହୋଇଛି। ପାକିସ୍ତାନ ଅଟ୍ଟାରୀ ବୋର୍ଡରରେ ଏନ୍‌କାଉଣ୍ଟର କରି ଜଣେ ଗ୍ୟାଙ୍ଗଷ୍ଟାରକୁ ମାରିଛି ପୁଲିସ।ପାକିସ୍ତାନ ଅଟ୍ଟାରୀ ବର୍ଡର ନିକଟରେ ପଞ୍ଜାବ ପୁଲିସ ଓ ମୁସେୱାଲା ମର୍ଡର କ୍ୟାସରେ ସମ୍ପୃକ୍ତ ଗ୍ୟାଙ୍ଗଷ୍ଟରଙ୍କ ମଧ୍ୟରେ ଗୁଳିମାଡ଼ ହୋଇଥିଲା। ପଞ୍ଜାବ ପୁଲିସ ଉକ୍ତ ଅଞ୍ଚଳକୁ କର୍ଡନ କରି ସର୍ଚ୍ଚ ଅପରେସନ ଜାରି ରଖିଛି। ସ୍ଥାନୀୟ ଲୋକମାନଙ୍କୁ ଘରୁ ନ ବାହିରିବାକୁ ପରାମର୍ଶ ଦିଆଯାଇଛି। ମିଳିଥିବା ସୂଚନା ଅନୁସାରେ ସନ୍ଦିଗ୍ଧ ଗ୍ୟାଙ୍ଗଷ୍ଟର ହାଭେଳିରେ ଲୁଚିଥିବା ସନ୍ଦେହ କରାଯାଉଛି।ଗ୍ୟାଙ୍ଗଷ୍ଟର ଲୁଚି ରହିଥିବା ଖବର ପାଇବା ପରେ ବୁଧବାର(ଜୁଲାଇ ୨୦) ଉକ୍ତ ଅଞ୍ଚଳରେ କର୍ଡନ କରି ସର୍ଚ୍ଚ ଅପରେସନ କରିଥିଲା ପୁଲିସ। ଖବର ମିଳିଥିଲା ଯେ ମୁସେୱାଲା ମର୍ଡର କେସ୍‌ରେ ସମ୍ପୃକ୍ତ ଗ୍ୟାଙ୍ଗଷ୍ଟର ପାକିସ୍ତାନ ଅମ୍ରିତସରର ଅଚ୍ଚାରୀ ବର୍ଡର ନିକଟସ୍ଥ ଚିଚକ ଭାଙ୍ଗା ଗାଁରେ ଲୁଚିଛନ୍ତି। ଗ୍ୟାଙ୍ଗଷ୍ଟର ରୁପା ଓ ମନ୍ନୁ କୁସାକୁ ଗିରଫ କରିବାକୁ ପୁଲିସ ଉକ୍ତ ଅଞ୍ଚଳରେ ପହଞ୍ଚିଥିଲା। କର୍ଡନ କରି ସର୍ଚ୍ଚ ଅପରେସନ କାଲାବେଳ ଉଭୟ ପକ୍ଷରୁ ଗୁଳିରେ ଜଣଙ୍କର ମୃତ୍ୟୁ ହୋଇଛି।

Related Posts