ଜାମ୍ମୁ କାଶ୍ମୀରରେ ସୁରକ୍ଷାବାହିନୀକୁ ସଫଳତା: ଏନକାଉଣ୍ଟରରେ ଜଣେ ଆତଙ୍କବାଦୀ ନିହତ, ଦୁଇଜଣ ସେନା କର୍ମଚାରୀ ଆହତ

ନୂଆଦିଲ୍ଲୀ : ଜାମ୍ମୁ କାଶ୍ମୀରରେ ସୁରକ୍ଷାବାହିନୀକୁ ମିଳିଲା ସଫଳତା । ଆତଙ୍କବାଦୀ ବିରୋଧ ଅଭିଯାନ ରେ ସୁରକ୍ଷାବାହିନୀକୁ ସଫଳତା ମିଳିଛି । ଏହି ପରିପ୍ରେକ୍ଷୀରେ ଜାମ୍ମୁ କାଶ୍ମୀର ପୋଲିସ କହିଛି ଯେ ବାରାମୁଲ୍ଲା ଜିଲ୍ଲାର ବିନର୍ ଅଞ୍ଚଳରେ ଶନିବାର ଘଟିଥିବା ଏକ ଏନକାଉଣ୍ଟରରେ ଜଣେ ଆତଙ୍କବାଦୀ ନିହତ ହୋଇଛନ୍ତି ।

ଏହା ସହିତ ଅସ୍ତ୍ରଶସ୍ତ୍ର ଏବଂ ଅନ୍ୟାନ୍ୟ ଆପତ୍ତିଜନକ ସାମଗ୍ରୀ ମଧ୍ୟ ସ୍ଥାନରୁ ଉଦ୍ଧାର କରାଯାଇଛି । ଶନିବାର ଦିନ ଜାମ୍ମୁ-କାଶ୍ମୀର, ବାରାମୁଲ୍ଲା ଠାରେ ଏକ ଏନକାଉଣ୍ଟରରେ ସୁରକ୍ଷା ବାହିନୀ ଦ୍ୱାରା ଜଣେ ଆତଙ୍କବାଦୀଙ୍କୁ ନିପାତ କରାଯାଇଛି ।

ଖବର ଅନୁଯାୟୀ ଏହି ଏନକାଉଣ୍ଟରରେ ଦୁଇଜଣ ସେନା କର୍ମଚାରୀ ଏବଂ ଜଣେ ପୋଲିସ କର୍ମଚାରୀ ମଧ୍ୟ ଆହତ ହୋଇଛନ୍ତି । ଅପରେସନ୍ ସମୟରେ ଏକ ସନ୍ଧାନୀ କୁକୁରର ମୃତ୍ୟୁ ହୋଇଛି । ଏନକାଉଣ୍ଟର ସ୍ଥାନରେ ଏକ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଏବଂ ଗୁଳି ଜବତ କରାଯାଇଛି । ଏଥିସହ ଅଂଚଳରେ ଆଉ ଆତଂକବାଦୀ ଲୁଚି ରହିଥିବା ନେଇ ଅନୁମାନ କରାଯାଉଛି । ସର୍ଚ୍ଚ ଅପରେସନ ଜାରି ରହିଛି ।

Related Posts