ଯେହେତୁ ବେଆଇନ କାମ ହୋଇଥିଲା, ତେଣୁ ଗାତ ଗୁଡ଼ିକରେ ଟ୍ରକ ଟ୍ରକ ବାଲି ଭର୍ତ୍ତି କରାଯାଉଛି: ବିଜୟ ମହାପାତ୍ର

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଶ୍ରୀମନ୍ଦିର ଐତିହ୍ୟ କରିଡରକୁ ନେଇ ବିବାଦ ବଢ଼ିବାରେ ଲାଗିଛି । ଏପରିକି ଏହି ପ୍ରସଙ୍ଗ ସଂସଦରେ ମଧ୍ୟ ପହଞ୍ଚିଛି । ଏହା ମଧ୍ୟରେ ବିଜେପିର ବରିଷ୍ଠ ନେତା ବିଜୟ ମହାପାତ୍ର ଏହି ପ୍ରସଙ୍ଗକୁ ନେଇ ବଡ଼ ବୟାନ ଦେଇଛନ୍ତି । ତେବେ ସଂସଦରେ ଏହି ପ୍ରସଙ୍ଗ ଉଠିବା ପରେ ମଧ୍ୟ ଏଏସଆଇ ଓ ଏନଏମଏ ଚୁପ ରହିଛନ୍ତି। ଏଥିରୁ ତାଙ୍କର ଅବହେଳା ଜଣାପଡ଼ୁଛି । ଏଏସଆଇ କୌଣସି ଏକ୍ସପର୍ଟ ଟିମ୍ ନପଠାଇ ମଧ୍ୟ ଭୁଲ କରୁଛନ୍ତି। ଗାତ ଖୋଳିବା ସ୍ଥାନରେ ବର୍ତ୍ତମାନ ଟ୍ରକ ଟ୍ରକ ବାଲି ଭର୍ତ୍ତି କରାଯାଉଛି। ଯେହେତୁ ବେଆଇନ କାମ ହୋଇଥିଲା, ତେଣୁ ବାଲି ଭର୍ତ୍ତି କରାଯାଉଛି। ଏଏସଆଇ ଓ ଏନଏମଏ ଟିମ ତୁରନ୍ତ ପଠାନ୍ତୁ। ଜିଲ୍ଲାପାଳଙ୍କୁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଭାବେ ଦାୟିତ୍ୱ ଦେବା ବେଆଇନ।

ଆରଡିସିସ୍ତରର ଅଫିସର ମୁଖ୍ୟ ପ୍ରଶାସକ ଦାୟିତ୍ୱରେ ରହିବା କଥା ବୋଲି ବିଜୟ ମହାପାତ୍ର କହିଛନ୍ତି । ସେପଟେ ଅପରାଜିତା ଷଡ଼ଙ୍ଗୀ ଏହାକୁ ନେଇ ବାରମ୍ବାର ଶାସକ ଦଳକୁ ଟାର୍ଗେଟ କରିଆସୁଛନ୍ତି । ଏପରିକି ସଂସଦରେ ମଧ୍ୟ ସେ ଏହି ପ୍ରସଙ୍ଗ ଉଠାଇଥିଲେ । ହେଲେ ପୁରୀ ସାଂସଦ ପିନାକୀ ମିଶ୍ର ଏପରି କିଛି ହେଉନଥିବାର କହି କେବଳ ଶୌଚାଳୟ ନିର୍ମାଣ ଚାଲିଛି ବୋଲି କହିଥିଲେ । ବାସ ଏହା ପରେ ସାରା ରାଜ୍ୟର ରାଜନୀତି ବେଶ ସରଗରମ ହୋଇ ଉଠିଥିଲା । ଶାସକ ଓ ବିରୋଧୀ ଦଳର ନେତାଙ୍କ ମଧ୍ୟରେ ବୟାନବାଜି ଆରମ୍ଭ ହୋଇଥିଲା ।

Related Posts