ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ଆସନ୍ତାକାଲି ଠାରୁ ରାଜ୍ୟରେ ଏସଆଇଆର୍ । ଜୁନ ୨୮ ଯାଏଁ ଚାଲିବ ଏସଆଇଆର। ସାମ୍ବାଦିକ ସମ୍ମିଳନୀ କରି ଏସ୍ଆଇଆର୍ ନେଇ ତଥ୍ୟ ରଖିଲେ ମୁଖ୍ୟ ନିର୍ବାଚନ ଅଧିକାରୀ। ରାଜ୍ୟରେ ୩ କୋଟି ୩୩ ଲକ୍ଷ ୯୯ ହଜାର ୫୯୧ ଘର ବୁଲି ଗଣନା କରିବେ ବିଏଲଓ। ୪୫ ହଜାର ୨୫୫ ବ୍ଲକ ଲେବୁଲ୍ ଅଫିସର ନିଯୁକ୍ତି ହୋଇଛନ୍ତି।ଏହାସହ ୩୧ ହଜାର ୨୬ ବୁଥ ଲେବୁଲ ଏଜେଣ୍ଟ ମଧ୍ୟ ଦେଇଛନ୍ତି। ପ୍ରତିଦିନ ସନ୍ଧ୍ୟାରେ ୩ଟାରୁ ୫ଟା ବୁଥ୍ରେ ଉପସ୍ଥିତ ରହିବେ ବିଏଲ୍ଓ।
ସକାଳେ ଘର ଘର ବୁଲି ଗଣନା କରିବେ। ୯୫ ପ୍ରତିଶତ ଅର୍ଥାତ ୩ କୋଟି ୧୬୩ ହଜାର ୩୨୩ ଜଣ ଭୋଟରଙ୍କ ମ୍ୟାପିଙ୍ଗ ସରିଛି। ୧୭ ପ୍ରତିଶତ ଲଜିକାଲ ଏରର ବାହାରିଛି। ବୟସ ତ୍ରୁଟି, ନାମ ତ୍ରୁଟି ଏବଂ ବାପାଙ୍କ ନାମ ତ୍ରୁଟି ଯୋଗୁଁ ଏରର ଆସୁଛି। ଘର ଘର ବୁଲିବାବେଳେ ତାକୁ ସଂଶୋଧନ କରିବେ ବିଏଲଓ। ମ୍ୟାପଙ୍ଗ ସାରିଥିବା ଭୋଟର ନିଜର ଫଟୋ ଦେବେ ଏବଂ ସାଇନ କରିବେ। ଭୋଟର ଚାହିଁଲେ ନୂଆ ଫଟୋ ଦେଇ ପାରିବେ। ସବୁ ଭୋଟରଙ୍କୁ ଦିଆଯିବ ୨ଟା ଫର୍ମ।
