Sky News Australia ର ସନସନି ଖୁଲାସା – ଚୀନ୍ ର ମିଲିଟାରୀ ବୈଜ୍ଞାନିକମାନେ ମହାମାରୀର 5 ବର୍ଷ ପୂର୍ବରୁ କରୋନା ଭାଇସରକୁ ଜୈବିକ ଅସ୍ତ୍ର ଭାବେ ବ୍ୟବହାର କରିବାକୁ ଆଲୋଚନା କରିଥିଲେ

ସତ୍ୟପାଠ ବ୍ୟୁରୋ (ସ୍ପେଶାଲ ଷ୍ଟୋରି) : କରୋନା ମହାମାରୀ ତାଣ୍ଡବ ରଚିବା ର ୫ ଵର୍ଷ ପୂର୍ବରୁ 2015 ମସିହାରେ ଚାଇନାର ମିଲିଟାରୀ ବୈଜ୍ଞାନିକ ଏବଂ ସ୍ୱାସ୍ଥ୍ୟ ଅଧିକାରୀଙ୍କ ଦ୍ୱାରା ଲିଖିତ ଏକ ଦଲିଲରେ SARS କରୋନା ଭୂତାଣୁକୁ ନୂତନ ଯୁଗର ଜୈବିକ ଅସ୍ତ୍ର ଭାବେ ବ୍ୟବହାର କରାଯିବାର ସମ୍ଭାବନା ଵିଷୟରେ ଉଲ୍ଲେଖ କରାଯାଇଛି । ଏ ନେଇ ‘ୱିକେଣ୍ଡ ଅଷ୍ଟ୍ରେଲିଆନ୍’ ରିପୋର୍ଟ କରିଛି । ଏହି ଗୁରୁତ୍ୱପୂର୍ଣ୍ଣ ଦଲିଲ ର କପି ଏବେ ଅଷ୍ଟ୍ରେଲିଆ ର ଅଗ୍ରଣୀ ନ୍ୟୂଜ ଚ୍ୟାନେଲ ସ୍କାଏ ନ୍ୟୂଜ ର ହସ୍ତଗତ ହୋଇଛି। ଏଥି ସହିତ କରୋନା ଚୀନ ର ଉହାନ୍ ଲାଵୋରେଟରୀ ରୁ ଆସିଛି ନା ନାହିଁ ପୁଣିଥରେ ଏହି ବିତର୍କ ମୁଣ୍ଡ ଟେକିଛି ।

ଏହି ରିପୋର୍ଟରେ SARS ର ଅସ୍ୱାଭାବିକ ଉତ୍ପତ୍ତି ଏବଂ କୋଭିଡ୍ ଭାଇରସକୁ କିପରି ମଣିଷ ଦେହରେ ପ୍ରବେଶ କରାଇ ଯୁଦ୍ଧ ଲଢ଼ିହେବ ବୋଲି ଏକ ରିସର୍ଚ୍ଚ ପେପର୍ ଚୀନର କିଛି ବୈଜ୍ଞାନିକ ପ୍ରସ୍ତୁତ କରିଥିଲେ । ଏହି ବୈଜ୍ଞାନିକ ମାନଙ୍କ ମତରେ ଜୈବିକ ଅସ୍ତ୍ର ମାଧ୍ୟମରେ ତୃତୀୟ ବିଶ୍ୱଯୁଦ୍ଧ ଲଢାଯିବ । ଡକ୍ୟୁମେଣ୍ଟରୁ ଜଣାପଡିଛି ଯେ COVID-19 ମହାମାରୀର ପାଞ୍ଚ ବର୍ଷ ପୂର୍ବରୁ ଚାଇନାର ବୈଜ୍ଞାନିକମାନେ SARS କରୋନାଭାଇରସର ଜୈବିକ ଅସ୍ତ୍ରଶସ୍ତ୍ର ଉପରେ ଆଲୋଚନା କରୁଛନ୍ତି। ‘ୱିକେଣ୍ଡ ଅଷ୍ଟ୍ରେଲିଆନ୍’ର ଏହି ରିପୋର୍ଟ news.com.au ରେ ପ୍ରକାଶିତ ହୋଇଥିଲା । ଅଷ୍ଟ୍ରେଲୀୟ ଷ୍ଟ୍ରାଟେଜିକ୍ ପଲିସି ଇନଷ୍ଟିଚ୍ୟୁଟ୍ (ASPI) ର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ପିଟର ଜେନିଙ୍ଗସ୍ news.com.au କୁ କହିଛନ୍ତି ଯେ ଏହି ଡକ୍ୟୁମେଣ୍ଟଟି ଏକ “ସମୋକିଙ୍ଗ୍ ଗନ୍ “ଭଳି ନିକଟତର।

ଜେନିଙ୍ଗସ୍ କହିଛନ୍ତି ଯେ ମୁଁ ଭାବୁଛି ,ଏହା ସ୍ପଷ୍ଟ ଭାବରେ ଦର୍ଶାଉଛି ଯେ ଚାଇନାର ବୈଜ୍ଞାନିକମାନେ କରୋନାଭାଇରସ୍ ର ବିଭିନ୍ନ ଷ୍ଟ୍ରେନ୍ ପାଇଁ ସାମରିକ ପ୍ରୟୋଗ ବିଷୟରେ ଚିନ୍ତା କରୁଛନ୍ତି ଏବଂ ଏହାକୁ କିପରି ନିୟୋଜିତ କରାଯାଇପାରିବ ସେ ବିଷୟରେ ଚିନ୍ତା କରୁଛନ୍ତି। ସେ ଏହା ମଧ୍ୟ କହିଛନ୍ତି ଯେ COVID-19 ର ଉତ୍ପତ୍ତିର ଅନୁସନ୍ଧାନ ପାଇଁ ଚୀନ୍ କାହିଁକି ଅନିଚ୍ଛା ପ୍ରକାଶ କରିଛି ତାହା ଏହି ଡକ୍ୟୁମେଣ୍ଟରେ ବର୍ଣ୍ଣନା କରାଯାଇଛି। ଯଦି ଏହା ଏକ ଓଦା ବଜାରରୁ ସାରା ବିଶ୍ବକୁ ବ୍ୟାପିଛି ତେବେ ଏହାକୁ ସହଯୋଗ କରିବା ଚୀନ୍‌ର ସ୍ୱାର୍ଥରେ ରହିବ ବୋଲି ସେ କହିଛନ୍ତି। ଚାଇନାରୁ ଲିକ୍ ହୋଇଥିବା ସରକାରୀ ଦଲିଲଗୁଡ଼ିକୁ ବିଶ୍ଳେଷଣ କରୁଥିବା ସାଇବର ସୁରକ୍ଷା ବିଶେଷଜ୍ଞ ରବର୍ଟଙ୍କୁ ଯାଞ୍ଚ କରିବାକୁ ଅଷ୍ଟ୍ରେଲୀୟ ପକ୍ଷରୁ କୁହାଯାଇଥିଲା। ତେବେ ଏହି ଡକ୍ୟୁମେଣ୍ଟ ନିଶ୍ଚିତ ଭାବରେ ନକଲି ନୁହେଁ ବୋଲି ନ୍ୟୁଜ୍ ଡଟ୍ କମ୍ ଡଟ୍ କମ୍ ରିପୋର୍ଟ କରିଛି। ପୋର୍ଟର କହିଛନ୍ତି ଯେ ଆମେ ଏକ ଆତ୍ମବିଶ୍ୱାସର ସହ ଏହି ସିଦ୍ଧାନ୍ତରେ ପହଞ୍ଚିଛୁ ଯେ ଏହା ସତ୍ୟ ଅଟେ। ଏହା ନକଲି ନୁହେଁ କିନ୍ତୁ ଏହା କେତେ ଗମ୍ଭୀର ତାହା ବ୍ୟାଖ୍ୟା କରିବା ଅନ୍ୟ କାହା ଉପରେ ନିର୍ଭର କରେ। ଏହି ରିପୋର୍ଟକୁ ଚୀନ୍ ଖାରଜ କରିବ ବୋଲି ସେ ଦାବି କରିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ ସେମାନଙ୍କର ବୈଜ୍ଞାନିକ ଅନୁସନ୍ଧାନକାରୀମାନେ କ’ଣ ଚିନ୍ତା କରୁଛନ୍ତି ତାହା ଦର୍ଶାଇବା ପ୍ରକୃତରେ ଏକ ଆକର୍ଷଣୀୟ ପ୍ରବନ୍ଧ। ୨୦୧୯ ମସିହାରେ ଚୀନର ଉହାନ ସହରରୁ ଚିହ୍ନଟ ହୋଇଥିବା କରୋନା ଭୂତାଣୁ ଏବେ ସାରା ବିଶ୍ୱରେ କାୟା ବିସ୍ତାର କରିଛି। ଦେଢ଼ ବର୍ଷ ମଧ୍ୟରେ ଏହି ଭୂତାଣୁ ମହାମାରୀର ରୂପ ନେଇ ପାଖାପାଖି ୧୬ କୋଟି ଲୋକଙ୍କୁ ଆକ୍ରାନ୍ତ କରିବା ସହ ପାଖାପାଖି ୩୩ ଲକ୍ଷ ଲୋକଙ୍କ ଜୀବନ ନେଇଛି ।

Related Posts