ଯମୁନା ନଦୀରେ ଭାସୁଛି ଵହୁ କୋଭିଡ ମୃତକଙ୍କ ଶବ !

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ଵର : କରୋନାର ଦ୍ବିତୀୟ ଲହରରେ ଉତ୍ତରପ୍ରଦେଶ ହେଉଛି ଅଧିକ ପ୍ରଭାବିତ ରାଜ୍ୟ। ସଂକ୍ରମଣ ହେତୁ ଏଠାରେ ପ୍ରତିଦିନ ଶହ ଶହ ଲୋକ ମୃତ୍ୟୁ ବରଣ କରୁଛନ୍ତି।  ସ୍ଥିତି ଏତେ ଗମ୍ଭୀର ଯେ, ଶବଦାହ କରିବା ଶ୍ମଶାନରେ ଲୋକଙ୍କୁ ଘଣ୍ଟା ଘଣ୍ଟା ଅପେକ୍ଷା କରିବାକୁ ପଡୁଛି। ଏହା ମଧ୍ୟରେ ୟୁପିର ହମିରପୁର ଜିଲ୍ଲାରୁ ଏକ ହୃଦୟବିଦାରକ ଚିତ୍ର ସାମ୍ନାକୁ ଆସିଛି। ହମିରପୁରର ଯମୁନା ନଦୀରେ ଅନେକ ଅର୍ଦ୍ଧ ଦଗ୍ଧ ଶବ ଭାସୁଥିବାର ଦେଖାଯାଉଛି। କୁହାଯାଉଛି ଯେ ଜଳରେ ପ୍ରବାହିତ ହେଉଥିବା ଶବ କରୋନାରେ ପ୍ରାଣ ହରାଇଛନ୍ତି। ଏହି ଘଟଣାରେ ଅତିରିକ୍ତ ପୋଲିସ ଅଧୀକ୍ଷକ ଅନୁପ ସିଂ କହିଛନ୍ତି ଯେ ଅନେକ ଲୋକ ସେମାନଙ୍କ ମୃତ ସମ୍ପର୍କୀୟଙ୍କ ମୃତଦେହକୁ ପୋଡି ଦେବା ପରିବର୍ତ୍ତେ ସେମାନଙ୍କୁ ନଦୀରେ ଭସାଇ ଦେଉଛନ୍ତି ।  ସେ କହିଛନ୍ତି ଯେ ସେମାନେ ଏହି ଘଟଣାର ଅନୁସନ୍ଧାନ କରୁଛନ୍ତି ଏବଂ କାନପୁର ଓଟର ଏବଂ କାନପୁର ଦେହତ ପୋଲିସ ସହ ମଧ୍ୟ ଯୋଗାଯୋଗରେ ଅଛନ୍ତି।

ପୋଲିସ ଅଧିକାରୀ କହିଛନ୍ତି ଯେ “ଦୁଇଟି ମୃତଦେହ ଆଂଶିକ ଜଳିଯାଇଛି।  ଆମେ ସେହି ଦୁଇ ଜିଲ୍ଲାକୁ ଏ ସମ୍ପର୍କରେ ସୂଚନା ଦେଇଛୁ ଏବଂ ଆମ ଅଞ୍ଚଳରେ ମଧ୍ୟ ସଜାଗ ରହିଛୁ। ” ମହାମାରୀର ଦ୍ୱିତୀୟ ଲହରରେ ଗ୍ରାମାଞ୍ଚଳରେ ବହୁ ସଂଖ୍ୟାରେ ଲୋକଙ୍କର ମୃତ୍ୟୁ ଘଟିଛି ଏବଂ ଭୟଭୀତ ହୋଇ ଲୋକମାନେ ପରସ୍ପରକୁ ସାହାଯ୍ୟ କରୁନାହାଁନ୍ତି। ଏଭଳି ପରିସ୍ଥିତିରେ ସେମାନେ ମୃତଦେହକୁ ନଦୀରେ ଭସାଇ ଦେଉଛନ୍ତି ବୋଲି ହମିରପୁର ନାଗର ପାଲିକାର କାଉନସିଲର ଦୀନେଶ ନିଗମ କହିଛନ୍ତି। ଗୁରୁବାର ଦିନ ନଦୀରେ ଡଜନରୁ ଅଧିକ ଶବ ଭାସୁଥିବାର ଦେଖି ପୁଲିସ ନିୟନ୍ତ୍ରଣ କକ୍ଷକୁ ସ୍ଥାନୀୟ ଲୋକେ ସୂଚନା ଦେଇଥିଲେ।  ପୁଲିସ କହିଛି ଯେ ତଦନ୍ତ ଜାରି ରହିଛି ଏବଂ ମୃତକଙ୍କ ପରିଚୟ ଖୋଜିବା ପାଇଁ ଉଦ୍ୟମ ଚାଲିଛି। 

Related Posts