କେଦାରନାଥ ଯାତ୍ରାରେ ବାଧକ ସାଜିଛି ତୁଷାରପାତ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): କେଦାରନାଥ ଯାତ୍ରାରେ ବାଧକ ସାଜିଛି ତୁଷାରପାତ । ପ୍ରବଳ ତୁଷାରପାତ ପାଇଁ ଅସୁବିଧାରେ ପର‌୍ୟ୍ୟଟକ । ମଙ୍ଗଳବାର ସକାଳୁ ଆରମ୍ଭ ହୋଇଥିବା ତୁଷାରପାତ ପାଇଁ ଯାତ୍ରୀମାନଙ୍କୁ ନାନା ହିନସ୍ତା ହେବାକୁ ପଡିଥିଲା । ସେମାନଙ୍କୁ ସୋନପ୍ରୟାଗରୁ ଆଉ ଆଗକୁ ଯିବାକୁ ଦିଆଯାଇ ନଥିଲା । ତେବେ ବୁଧବାର ତୁଷାରପାତ କମିବା ପରେ ଯାତ୍ରୀଙ୍କୁ ଆଗକୁ ବଢିବାକୁ ଅନୁମତି ମିଳିଛି । ତେବେ ଯମୁନେତ୍ରୀ ଯାତ୍ରା ପାଇଁ ପର‌୍ୟ୍ୟଟକଙ୍କୁ ଅନୁମତି ମିଳିନାହିଁ । ଘଟଣାକୁ ନେଇ ବରିଷ୍ଠ ପୋଲିସ ଅଧିକାରୀ ପ୍ରବୋଧ ଘିଡଲିଆଲ୍ କହିଛନ୍ତି ଯେ, ପ୍ରବଳ ତୁଷାରପାତ ହେବା ଯୋଗୁ ଗମନାଗମନ ବାଧାପ୍ରାପ୍ତ ହୋଇଛି ।

ସୋନପ୍ରୟାଗର ସୀତାପୁର ରାମପୁର ଠାରେ ପ୍ରାୟ ୮ ରୁ ୧୦ ହଜାର ଯାତ୍ରୀ ଅଟକ ରହିଥିଲେ । ପୁଣି ତାଙ୍କୁ କିଛି ବାଟ ଆଗକୁ ଯିବାକୁ ଅନୁମତି ମିଳିଛି । ତେବେ ବୁଧବାର ତୁଷାରପାତ ସାମାନ୍ୟ କମିଛି । ସକାଳେ ଯାତ୍ରୀମାନେ ପୁଣି କେଦାରନାଥ ଯାତ୍ରା କରିଛନ୍ତି । ଅନ୍ୟପଚେ ଯମୁନେତ୍ରୀ ମାର୍ଗରେ ମଧ୍ୟ ପ୍ରବଳ ବର୍ଷା ଓ ତୁଷାରପାତ ହୋଇଛି। ସେଠାରେ ମଧ୍ୟ ଯାତ୍ରୀମାନଙ୍କୁ ଜାନକିଚଟ୍ଟି ପାଖରେ ପ୍ରଶାସନ ଅଟକ ରଖିଛି।କେଦାରଘାଟୀରେ ପାଣିପାଗ ବିଗିଡ଼ିବା ପାରେ ଯାତ୍ରୀମାନେ ପ୍ରଭାବିତ ହୋଇଛନ୍ତି।

Related Posts