ଜମୁଛି ସୋସିଆଲ ମିଡିଆ ଲଢେଇ : ପୁରୀର ନାୟକ ସାଜିବେ ସତ୍ୟ !

ଦୀର୍ଘଦିନର ନିରବତା ପରେ ପୁଣି କଡ ଲେଉଟେଉଛି ପୁରୀ ରାଜନୀତି । ସତ୍ୟ ଏବଂ ସ୍ୱାଭିମାନକୁ ଆୟୁଧ କରି ପୁରୀ ଲୋକସଭା ନିର୍ବାଚନ ରଣାଙ୍ଗନକୁ ଓହ୍ଲାଇଥିବା ସତ୍ୟପ୍ରକାଶ ନାୟକଙ୍କୁ ଏବେ ଭରପୂର ଜନସମର୍ଥନ ମିଳିବାରେ ଲାଗିଲାଣି । ନିର୍ବାଚନକୁ ମାତ୍ର କେଇଦିନ ବାକିଥିବା ବେଳେ ସତ୍ୟ ନାୟକଙ୍କର ସୋସିଆଲ ମିଡିଆରେ ବଢୁଥିବା କ୍ରେଜ ଏ ଘଟଣାକୁ ପ୍ରମାଣିତ କରୁଛି ।

ରାଜ୍ୟବ୍ୟାପୀ ବିଶେଷକରି ପୁରୀ ଜିଲ୍ଲାରେ ଫେସବୁକ୍ ହ୍ୱାର୍ଟ୍ସଆପ ପରି ସୋସିଆଲ ମିଡିଆ ଗ୍ରୁପ୍ରେ ସତ୍ୟକୁ ନେଇ, ନାହିଁ ନଥିବା ଉତ୍ସାହ ଦେଖାଦେଇଛି । ନିଜର ରୋକଠୋକ୍ ସ୍ୱଭାବ ଏବଂ ସାଲିସ୍ବିହୀନ ଜୀବନଶୈଳୀ ପାଇଁ ଯୁବଗୋଷ୍ଠୀଙ୍କ ମଧ୍ୟରେ ବେଶ୍ ଲୋକପ୍ରିୟ ଥିବା ସତ୍ୟ ଏବେ ସବୁ ବର୍ଗର ଜନସାଧାରଣଙ୍କର ପ୍ରଥମ ପସନ୍ଦ ପାଲଟିଲେଣି । ଏହି ସୋସିଆଲ ମିଡିଆ ଓାର୍ରେ ନିଜର ଦୁଇ ପ୍ରତିଦ୍ୱନ୍ଦୀ ବିଜେଡିର ପିନାକୀ ମିଶ୍ର ଏବଂ ବିଜେପିର ସମ୍ବିତ ପାତ୍ରଙ୍କୁ ସତ୍ୟ ନାୟକ ବହୁ ପଛରେ ପକାଇ ଦେଇଛନ୍ତି । ପିନାକୀ ଏବଂ ସମ୍ବିତ ନିଜର ଚେହେରା ଚମକେଇବା ପାଇଁ ବିଭିନ୍ନ ସଂସ୍ଥାକୁ ମୋଟା ଅଙ୍କର ଟଙ୍କା ଦେଇ ସୋସିଆଲ ମିଡିଆରେ ପ୍ରଚାର କରାଉଥିବା ବେଳେ, ସତ୍ୟଙ୍କ ପାଇଁ ସ୍ୱତଃପ୍ରତ ଭାବେ ବାହାରି ଆସିଛନ୍ତି ପୁରୀ ଯୁବଗୋଷ୍ଠୀ । ସତ୍ୟଙ୍କ ନାମରେ ଫ୍ୟାନ କ୍ଲବଠାରୁ ଆରମ୍ଭ କରି ଅନ୍ଲାଇନ ଭୋଟିଂ ପର୍ଯ୍ୟନ୍ତ କରାଯାଉଛି । ଆଉ ସବୁଠି ସତ୍ୟ ବାଜିମାତ କରୁଛନ୍ତି ।

ଦୀର୍ଘ ୨୫ ବର୍ଷ ଧରି ରାଜ୍ୟରେ ନିର୍ଭୀକ, ନିରପେକ୍ଷ ଏବଂ ସାଲିସ୍ବିହୀନ ସାମ୍ବାଦିକତା କରିଥିବା ସତ୍ୟ ଭାଇ ହିଁ ପୁରୀ ବିଜୟର ଟୀକା ପିନ୍ଧିବେ ବୋଲି ପୁରୀର ସାଧାରଣ ଲୋକେ ମତପ୍ରକାଶ କରିଛନ୍ତି । ଆମେ ଯେଉଁ ଦଳରେ ହେଉ ନା କାହିଁକି ସତ୍ୟ ନାୟକ ଆମର ପସନ୍ଦ ବୋଲି ଚା ଖଟି ଠାରୁ ଅଫିସ୍ କାର୍ଯ୍ୟାଳୟ ଯାଏଁ ସବୁଠାରେ ଶୁଣିବାକୁ ମିଳୁଛି । ତେବେ ଏ ନେଇ ରାଜନୈତିକ ବିଶେଷଜ୍ଞମାନେ ନିଜର ମତାମତ ରଖିଛନ୍ତି । ପୁରୀରେ ସାଂସଦ ପିନାକୀ ମିଶ୍ରଙ୍କର ଲୋକପ୍ରିୟତା ପୂର୍ବାପେକ୍ଷା ବହୁମାତ୍ରାରେ ହ୍ରାସ ପାଇଛି । ପିନାକୀ ପୁରୀରେ କମ୍ ଦିଲ୍ଲୀରେ ଅଧିକ ସମୟ ଦେଖିବାକୁ ମିଳନ୍ତି । ମୁଖ୍ୟମନ୍ତ୍ରୀ ତଥା ବିଜେଡିର ମାମଲା ଲଢୁ ଲଢୁ ସେ ପୁରୀର ସାଧାରଣ ଜନତାଙ୍କ ପ୍ରତି ଅହେତୁକ ଅବହେଳା ପ୍ରଦର୍ଶନ କରିଛନ୍ତି । ଏପଟେ ସମ୍ବିତ ପାତ୍ର ମଧ୍ୟ ପୁରୀବାସୀଙ୍କ ପାଇଁ ସମ୍ପୂର୍ଣ୍ଣ ଭାବେ ନୂଆ । ଜାତୀୟ ରାଜନୀତିରେ ସମ୍ବିତଙ୍କର ପ୍ରଭାବ ଥିଲେ ମଧ୍ୟ ରାଜ୍ୟ ରାଜନୀତି ବିଶେଷକରି ପୁରୀ ଜିଲ୍ଲା ପାଇଁ ତାଙ୍କର ଆଦୌ ଅବଦାନ ନାହିଁ କହିଲେ ଚଳେ । ଏପରିସ୍ଥଳରେ ସତ୍ୟ ନାୟକ ନିଶ୍ଚୟ ଭାବେ ବିଜୟର ସମ୍ଭାବନା ରଖୁଛନ୍ତି ବୋଲି ରାଜନୀତିରୁ ପାଖରୁ ଦେଖିଥିବା ଲୋକମାନେ ମତ ଦେଇଛନ୍ତି ।

ତେବେ ‘ସତ୍ୟ’ଙ୍କ ପୁରୀ ରାଜନୀତିରେ ଅଚାନକ ଆବିର୍ଭାବ ରାଜନୈତିକ ପାରାକୁ ଉଦ୍ଧ୍ୱର୍ଗାମୀ କରିଥିଲା ବେଳେ ସେ ହିଁ ପୁରୀ ରାଜନୀତିର ଅସଲି ‘ନାୟକ’ ସାଜିବେ ବୋଲି ଶୁଣିବାକୁ ମିଳିଲାଣି । ତେବେ ଦୁଇ ପ୍ରମୁଖ ପ୍ରତିଦ୍ୱନ୍ଦୀ ‘ସତ୍ୟର ସାମ୍ନା’ କେମତି କରୁଛନ୍ତି ତାହା ଦେଖିବାକୁ ବାକି ରହିଲା ।

Related Posts