
ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଧାମନଗର ଉପନିର୍ବାଚନରେ ବିଜେଡିର ପରଜୟକୁ ନେଇ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି ଏକ ବିସ୍ଫୋରକ ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି ଯେ, ବବିଙ୍କ ଆଧିପତ୍ୟ କମାଇବାକୁ କିଛି ବିଜେଡି ନେତା ବିରୋଧ କରି ଧାମନଗରରେ ବିଜେଡିକୁ ହରାଇ ଦେଲେ। ଧାମନଗରରେ ବିଜେଡିର ପରାଜୟ ପାଇଁ ଦଳ ମଧ୍ୟରେ ଥିବା ଅନ୍ତଃ କନ୍ଦଳକୁ ଦାୟୀ କରିଛନ୍ତି ତାରା।
ସେ କହିଛନ୍ତି ଯେ, ବବିଙ୍କୁ ବିରୋଧ କରି ବିଜେଡିର କିଛି ଯୁବ ଓ ବରିଷ୍ଠ ନେତା କଂଗ୍ରେସ ଓ ସ୍ୱାଧୀନକୁ ଫଣ୍ଡିଂ କଲେ । ଯେଉଁଥିପାଇଁ କଂଗ୍ରେସକୁ ମିଳିବାକୁ ଥିବା ୮ରୁ ୧୦ ହଜାର ଭୋଟ କମିଗଲା । ବିଜେଡି-ବିଜେଡିର ଲଢେଇରେ କଂଗ୍ରେସ ବି କ୍ଷତି ହେଲା । ଭୋଟ ସବୁ ଭାଗ ହେଲା ଆଉ ବିଜେପି ଖାତାକୁ ଗଲା ତେଣୁ ସେମାନେ ବିଜୟୀ ହେଲେ ବୋଲି ତାରା କହିଛନ୍ତି।
ସେ ଆହୁରି କହିଛନ୍ତି ଯେ, ବିଜେଡି ପାଖରେ ପ୍ରବଳ ଟଙ୍କା ଅଛି କଂଗ୍ରେସ ପାଖରେ ଟଙ୍କା ନଥିବାରୁ ଆମର କିଛି ଚୋର ଟସ୍କର ପଇସା ନେଇ ଯାଉଛନ୍ତି ।ଯେଉଁଥିପାଇଁ ଆମେ ସବୁ ଉପନିର୍ବାଚନରେ ପଛରେ ରହି ଯାଉଛୁ ।କିନ୍ତୁ ପଦ୍ମପୁରରେ ତାହା ହେବ ନାହିଁ । ଆମର ସେଠି ଭଲ ପ୍ରାର୍ଥୀ ରହିଛନ୍ତି। ବିଗତ ଦିନରେ ଆମ ପ୍ରାର୍ଥୀ ସତ୍ୟଭୂଷଣ ସାହୁ ସେଠାରେ ୩୦୦୦୦ ଭୋଟ ପାଇଥିଲେ। ଆଉ ତାଙ୍କର କି ସେଠିକାର ନେତାଙ୍କର ଟଙ୍କାର ବି ଅଭାଵ ନାହିଁ ତେଣୁ ଆମେ ସେଠାରେ ନିଶ୍ଚୟ ଜି ବୋଲି କହିଛନ୍ତି ତାରା ପ୍ରସାଦ ବାହିନୀପତି ।