କିଛି ଲୋକ ନିଜର ବ୍ୟକ୍ତିଗତ ଉଦ୍ଦେଶ୍ୟ ପାଇଁ ଜାମ୍ମୁ-କାଶ୍ମୀରର ମାହୋଲ ଖରାପ କରୁଛନ୍ତି: ଜିତେନ୍ଦ୍ର ସିଂହ

jitendra singh

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର: ଭାରତୀୟ ଜନତା ପାର୍ଟି ଜାମ୍ମୁ କାଶ୍ମୀରରେ ଏହାର ନେତାଙ୍କ ଉପରେ ହୋଇଥିବା ଗ୍ରେନେଡ ଆକ୍ରମଣକୁ ତୀବ୍ର ସମାଲୋଚନା କରିଛି। ଏନେଇ ବିଜେପି ନେତା ଜିତେନ୍ଦ୍ର ସିଂହ ବଡ ବୟାନ ଦେଇଛନ୍ତି । ତେବେ ଜାମ୍ମୁ କାଶ୍ମୀରର ଶାନ୍ତିପୂର୍ଣ୍ଣ ପରିବେଶକୁ ପୁଣି ନଷ୍ଟ କରିବାକୁ ଉଦ୍ୟମ କରାଯାଉଛି। ଏପରି ବିପଜ୍ଜନକ ଉଦ୍ଦେଶ୍ୟ ଥିବା ଲୋକମାନେ ଚାହାଁନ୍ତି ଯେ ଜାମ୍ମୁ କାଶ୍ମୀରରେ ଆତଙ୍କବାଦ ଜାରି ରହୁ । ଯାହା ଦ୍ୱାରା ଏଠାରେ ଶାନ୍ତି ପ୍ରତିଷ୍ଠା ହୋଇପାରିବ ନାହିଁ ବୋଲି କହିବା ସହ ଏପରି ଲୋକଙ୍କ ସଂଖ୍ୟା ତିନି ଦଶନ୍ଧି ମଧ୍ୟରେ ବହୁତ ବଢିଯାଇଛି ବୋଲି ଜିତେନ୍ଦ୍ର ତାଙ୍କ ଟ୍ୱିଟର ଆକାଉଣ୍ଟରୁ ଟ୍ୱିଟ କରି କହିଛନ୍ତି । କେବଳ ଏତିକି ନୁହେଁ ବରଂ ବର୍ତ୍ତମାନ ସମୟରେ ସେ ଅନେକ ରାଜନୈତିକ ଦଳମାନଙ୍କୁ ମଧ୍ୟ ଟାଗେର୍ଟ କରିଛନ୍ତି । ଯେଉଁମାନେ କି ରାଜ୍ୟରେ ଶାନ୍ତି ଏବଂ ସ୍ଥିରତା ଫେରାଇ ଆଣିବାରେ ସମସ୍ୟା ସୃଷ୍ଟି କରୁଛନ୍ତି । ଏ ବାବଦକୁ ମଧ୍ୟ ସେ ବଡ ବୟାନ ଦେଇଛନ୍ତି । ସେ କହିଛନ୍ତି କାଶ୍ମୀରର କିଛି ଲୋକ କେବଳ ସେମାନଙ୍କର ରାଜନୈତିକ ସ୍ୱାର୍ଥ ହାସଲ କରିବା ପଛରେ ଅଛନ୍ତି

। ଏହା ଛଡା ଏଥିରେ ସେହି ଲୋକମାନେ ମଧ୍ୟ ସାମିଲ ଅଛନ୍ତି, ଯେଉଁମାନେ ରାତାରାତି ଧନୀ ହେବାକୁ ଚାହୁଁଛନ୍ତି । ଏବଂ ଏପରି କରି କିଛି ହେଉମଧ୍ୟ ଗଲେଣି । ଏହି ଲୋକମାନେ ବାହ୍ୟରୁ ପାଣ୍ଠି ଏବଂ ଶକ୍ତି ଦ୍ୱାରା ନିର୍ଦ୍ଦେଶିତ ଏବଂ ନିୟନ୍ତ୍ରିତ ବୋଲି କହିଛନ୍ତି । ଅପରିପକ୍ଷରେ ସ୍ୱାଧୀନତା ଦିବସ ପାଖେଇ ଆସିବା ସହିତ କେବଳ ଜାମ୍ମୁ କାଶ୍ମୀରରେ ନୁହେଁ ସମଗ୍ର ଦେଶରେ ଆତଙ୍କବାଦୀ ଏବଂ ଯେଉଁମାନେ ସେମାନଙ୍କୁ ସମର୍ଥନ କରୁଛନ୍ତି ସେମାନେ ଦେଶର ପରିବେଶକୁ ନଷ୍ଟ କରିବାକୁ ଚେଷ୍ଟା କରୁଛନ୍ତି। ୧୫ ଅଗଷ୍ଟକୁ ଦୃଷ୍ଟିରେ ରଖି କେବଳ ଜାମ୍ମୁ କାଶ୍ମୀରରେ ନୁହେଁ ସମଗ୍ର ଦେଶରେ ସୁରକ୍ଷାକୁ ଆହୁରି ମଜବୁତ କରାଯାଇଛି। । ଅନ୍ୟପଟେ ଜାମ୍ମୁ-କାଶ୍ମୀରର ରାଜୌରି ଠାରେ ଗତକାଲି ବିଜେପି ନେତା ଯଶବୀର ସିଂହଙ୍କ ଘରେ ଗ୍ରେନେଡ ବିସ୍ପୋରଣ କରାଯାଇଥିଲା ।

ଯାହାଫଳରେ ତାଙ୍କର ଦୁଇ ବର୍ଷର ଶିଶୁଙ୍କ ମୃତ୍ୟୁ ହୋଇଥିବା ବେଳେ ୬ ଜଣ ଆହତ ହୋଇଛନ୍ତି । ସେହିପରି କିଛି ଦିନ ପୂର୍ବରୁ ଅନନ୍ତନାଗ ଅଞ୍ଚଳରେ ବିଜେପି ନେତା ଗୁଲାମ ରସୁଲଙ୍କୁ ହତ୍ୟା କରାଯାଇଥିଲା । ଏପରିକି ତରଙ୍କ ପତ୍ନୀଙ୍କୁ ମଧ୍ୟ ହତ୍ୟା କରାଯାଇଥିଲା । ସ୍ୱାଧୀନତା ଦିବସ ପୂର୍ବରୁ ଜାମ୍ମୁ-କାଶ୍ମୀରରେ ଅଶାନ୍ତି ସୃଷ୍ଟି କରିବା ପାଇଁ ଆତଙ୍କବାଦୀମାନେ ବିଭିନ୍ନ ସ୍ଥାନରେ ଆକ୍ରମଣ କରୁଛନ୍ତି । ଏବଂ ଏହା ପଛରେ ରାଜନୈତିକ ଦଳ ସାମିଲ ଅଛନ୍ତି ବୋଲି ବିଜେପି ନେତା ଜିତେନ୍ଦ୍ର ସିଂହ କହିଛନ୍ତି ।

Related Posts