ସମ୍ପତ୍ତି ପାଇଁ ସଇତାନ୍ ସାଜିଲା ପୁଅ: ମାକୁ କଲା ହତ୍ୟା

ଭଞ୍ଜନଗର : ଗଞ୍ଜାମ ଜିଲ୍ଲା ତାରାସିଂ ଥାନା ଉଲୁଦନ ଗାଁର ଅଡଙ୍ଗପାରି ସାହିରେ ଘଟିଛି ଏକ ଅଭାବନୀୟ ଘଟଣା । ମାଆକୁ ମାରିଦେଲା ପୁଅ। ସମ୍ପତ୍ତି ପାଇଁ ସଇତାନ୍ ସାଜିଲା ଘରର ଏକ ମାତ୍ର ପୁଅ। ଟଙ୍କା ପାଇଁ ମାଆର ତଣ୍ଟି ଚିପି ହତ୍ୟା କରିଛି ପୁଅ। ଯାହାକୁ ନେଇ ଏବେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳି ଯାଇଛି ।

ଖବର ଅନୁଯାୟୀ, ଘରର ସମ୍ପତ୍ତି ଭlଗବାଣ୍ଟାକୁ କେନ୍ଦ୍ର କରି ୪ ଦିନ ହେଲା ପୁଅ ସନ୍ତୋଷ ଓ ମାଆଙ୍କ ମଧ୍ୟରେ ବଚସା ଲାଗି ରହିଥିଲା । ପୂର୍ବରୁ ମଧ୍ୟ ବହୁବାର କଳହ କରି ମାଆକୁ ମାରପିଟ କରୁଥିଲା ପୁଅ l ମଙ୍ଗଳବାର ଅପରାହ୍ନରେ ଝଗଡ଼ା କରିବା ପରେ ପୁଅ ମାଆର ଗଳା ଚିପି ହତ୍ୟା କରିଥିବା ଅଭିଯୋଗ ହୋଇଛି। ମୃତକ ହେଲେ ଶ୍ରୀମତୀ ନାୟକ। ହତ୍ୟାକାଣ୍ଡ ପରେ ଘଟଣାସ୍ଥଳରୁ ଅଭିଯୁକ୍ତ ପୁଅ ଚମ୍ପଟ ହୋଇଯାଇଛି । ଏନେଇ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ମୃତ ମହିଳାଙ୍କ ଝିଅ l

ଘଟଣାସ୍ଥଳରେ ତାରାସିଂଙ୍ଗ ପୋଲିସ ପହଂଚି ମୃତଦେହ ଜବତ କରି ବ୍ୟବଛେଦ ପାଇଁ ଭଞ୍ଜନଗର ପଠାଇବା ସହ ଘଟଣାର ଅଧିକ ତଦନ୍ତ କରୁଛି l

Related Posts