ଏସପି ମୁଖ୍ୟ ଅଖିଳେଶ ଯାଦବଙ୍କୁ ଜଣେ ଭଲ ଡାକ୍ତରଙ୍କ ଆବଶ୍ୟକ: କେଶବ ପ୍ରସାଦ ମୌର୍ଯ୍ୟ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ସମାଜବାଦୀ ପାର୍ଟିର ମୁଖ୍ୟ ତଥା ବିରୋଧୀ ଦଳର ନେତା ଅଖିଳେଶ ଯାଦବ ଉତ୍ତରପ୍ରଦେଶରେ ଘଟୁଥିବା ଅପରାଧିକ ଘଟଣାକୁ ନେଇ ଉତ୍ତରପ୍ରଦେଶ ସରକାରଙ୍କୁ ଟାର୍ଗେଟ କରୁଛନ୍ତି। ନିକଟରେ ଏକ ଟୁଇଟ୍ ଜରିଆରେ ସେ ରାସନ କାର୍ଡ ବାତିଲ କରିବା ନେଇ ବିଜେପି ଉପରେ ଆକ୍ରମଣ କରିଥିଲେ। ତାଙ୍କ ବିବୃତ୍ତିରେ ୟୁପି ଡେପୁଟି ସିଏମ କେଶବ ପ୍ରସାଦ ମୌର୍ଯ୍ୟ ପ୍ରତିକ୍ରିୟା ଦେଇଥିବାର ଦେଖିବାକୁ ମିଳିଛି । ତେବେ ସରକାର ଗରୀବ ଲୋକଙ୍କୁ ରାସନ ଦେଉଛନ୍ତି ଗୁଣ୍ଡା ଓ ଅପରାଧୀଙ୍କୁ ନୁହଁ । କିନ୍ତୁ ଅଖିଳେଶ ଯାଦବ ଗୁଣ୍ଡାମାନଙ୍କ ପାଇଁ ଓକିଲାତି କରୁଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ ଗୁଣ୍ଡମାନଙ୍କ ପାଇଁ ଓକିଲାତି ହେତୁ ସେ ପେଟରେ ଯନ୍ତ୍ରଣା ଭୋଗୁଛନ୍ତି। ତାଙ୍କୁ ଜଣେ ଭଲ ଡାକ୍ତରଙ୍କୁ ପାଖକୁ ଯିବା ଉଚିତ । ଏସପି ଏବଂ ବିଜେପିର ପାର୍ଥକ୍ୟକୁ ବ୍ୟାଖ୍ୟା କରି ୟୁପି ଡେପୁଟି ସିଏମ୍ କହିଛନ୍ତି ଯେ ଆମେ ଗରିବଙ୍କ ବିଷୟରେ କହୁଛୁ, ସେମାନେ ଗୁଣ୍ଡାଙ୍କ ବିଷୟରେ କହୁଛନ୍ତି।

ୟୁପି ସରକାରଙ୍କ ଆଇନ ଶୃଙ୍ଖଳା ବିଷୟରେ ୟୁପି ଡେପୁଟି ସିଏମ୍ ଦାବି କରିଛନ୍ତି ଯେ ତାଙ୍କ ସରକାର ଆଇନ ଶୃଙ୍ଖଳା ଉପରେ ଅତ୍ୟନ୍ତ କଠୋର। କେଶବ ପ୍ରସାଦ ମୌର୍ଯ୍ୟ କହିଛନ୍ତି ଯେ ପୋଲିସ ଷ୍ଟେସନ, ବ୍ଲକ ଏବଂ ତହସିଲ ସ୍ତରରେ ଦାୟିତ୍ୱବାନ ଅଧିକାରୀଙ୍କୁ ବଡ଼ ଦାୟିତ୍ୱ ଦିଆଯାଇଛି । ଯେଉଁ ପୋଲିସ ଷ୍ଟେସନରୁ କିମ୍ବା ତହସିଲ ମୁଖ୍ୟାଳୟରୁ ଅଧିକ ଅଭିଯୋଗ ଆସିବ। ସେଠାରେ ଥିବା ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ । ଏବଂ ଯେଉଁମାନେ ଭଲ କାମ କରିବେ ସେମାନଙ୍କୁ ପୁରସ୍କାର ଦିଆଯିବ ବୋଲି ଉତ୍ତରପ୍ରଦେଶର ଉପମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟ କହିଛନ୍ତି । ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶର ରାଜନୈତିକ ମାହୋଲ ବେଶ ଚଳଚଞ୍ଚଳ ହୋଇ ଉଠିଛି ।

Related Posts