ଉତ୍ତରପ୍ରଦେଶ ବିଧାନସଭାର ମୌସୁମୀ ଅଧିବେଶନ: ସିଆରପିସି ସଂଶୋଧନ ବିଲ ଆଗତ

ଲକ୍ଷ୍ନୌ : ଉତ୍ତରପ୍ରଦେଶ ବିଧାନସଭାର ମୌସୁମୀ ଅଧିବେଶନରେ ଆଗତ ହୋଇଛି ଏକ ଗୁରୁତର ବିଲ । ଗୁରୁବାର ସିଆରପିସି ସଂଶୋଧନ ବିଲ ଆଗତ ହୋଇଛି। ଏହି ବିଲ ଅନୁସାରେ ଗୁରୁତର ମହିଳା ଅପରାଧ ମାମଲାରେ ଅଭିଯୁକ୍ତଙ୍କୁ ଆଉ ଆଗୁଆ ଜାମିନ ମିଳିବନି। ମହିଳାଙ୍କ ଉପରେ ହୋଇଥିବା ଗୁରୁତର ଅପରାଧ ମାମଲାରେ ଆଗୁଆ ଜାମିନ ପ୍ରାବଧାନ ଏବେ ଶେଷ ହେବାକୁ ଯାଉଛି।

ରାଜ୍ୟରେ ମହିଳାଙ୍କ ବୃଦ୍ଧି ପାଉଥିବା ଅପରାଧକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସରକାରଙ୍କ ପକ୍ଷରୁ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି। ଯାହାକୁ ଖୁବ୍ ଶୀଘ୍ର ଲାଗୁ କରାଯିବ ।

Related Posts