ୟୁପି ବିଧାନସଭାରେ ଗେମ୍ ଖେଳିଲେ ବିଜେପି ବିଧାୟକ, ଭିଡ଼ିଓ ଟ୍ୱିଟ କରି ସମାଲୋଚନା କଲା ସମାଜବାଦୀ ପାର୍ଟି

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଉତ୍ତରପ୍ରଦେଶ ବିଧାନସଭା ଭିତରର ଭିଡ଼ିଓ ଟ୍ବିଟ କରି ବିଜେପିକୁ ଟାର୍ଗେଟ କଲା ସମାଜବାଦୀ ପାର୍ଟି। ନିଜ ଅଫିସିଆଲ୍ ଟ୍ୱିଟର ଆକାଉଣ୍ଟରେ ଦୁଇଟି ପୃଥକ ଭିଡିଓ ସେୟାର କରି ସମାଜବାଦୀ ପାର୍ଟି ବିଜେପିକୁ ଟାର୍ଗେଟ କରିଛି। ଭିଡିଓରେ ଦୁଇ ଜଣ ବିଜେପି ବିଧାୟକ ନଜର ଆସୁଥିବା ବେଳେ ଜଣେ ବିଧାୟକ ମୋବାଇଲରେ ଗେମ୍ ଖେଳୁଛନ୍ତି ଓ ଅନ୍ୟ ଜଣେ ବିଧାୟକ ପାନ ମସଲା ଖାଉଥିବା ଦେଖିବାକୁ ମିଳିଛି। ଏଭଳି ଭିଡିଓ ମାଧ୍ୟମରେ ସମାଜବାଦୀ ପାର୍ଟି ବିଜେପିକୁ ଟାର୍ଗେଟ କରିଛି। ଟ୍ୱିଟରେ ଏହା ସମାଜବାଦୀ ପାର୍ଟି ତରଫରୁ ଲେଖାଯାଇଛି ଯେ ଜନସାଧାରଣଙ୍କ ସମସ୍ୟା ସହ ବିଜେପି ବିଧାୟକଙ୍କ କୌଣସି ସମ୍ପର୍କ ନାହିଁ।

ଏହି ଭିଡିଓକୁ ନିଜ ଟ୍ୱିଟର ହ୍ୟାଣ୍ଡେଲରେ ସେୟାର କରି ସମାଜବାଦୀ ପାର୍ଟି ପକ୍ଷରୁ କୁହାଯାଇଛି ଯେ, ବିଜେପି ବିଧାୟକମାନେ ଗୃହର ସମ୍ମାନକୁ କ୍ଷୁଣ୍ଣ କରୁଛନ୍ତି। ମହୋବାର ବିଜେପି ବିଧାୟକ ବିଧାନସଭାରେ ଲୋକଙ୍କ ସମସ୍ୟା ଉଠାଇବା ପରିବର୍ତ୍ତେ ମୋବାଇଲରେ ଗେମ୍ ଖେଳୁଛନ୍ତି। ଏହା ସହ ଝାନ୍ସିର ବିଜେପି ବିଧାୟକ ତମାଖୁ ଖାଉଛନ୍ତି। ଏମାନଙ୍କ ପାଖରେ ଲୋକଙ୍କ ପ୍ରଶ୍ନର ଉତ୍ତର ନଥିବା ବେଳେ ଏମାନେ ବିଧାନସଭାରେ ଏଭଳି ନିଜର ମନୋରଞ୍ଜନ କରୁଛନ୍ତି। ଏହା ଅତ୍ୟନ୍ତ ନିନ୍ଦନୀୟ ଏବଂ ଲଜ୍ଜାଜନକ। ମୁଖ୍ୟମନ୍ତ୍ରୀ ଏହି ବିଧାୟକ ମାନଙ୍କ ଉପରେ ନୀତି ଗତ ବୁଲଡୋଜର ଚଳେଇବେ କି ? ବୋଲି ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ ପ୍ରଶ୍ନ କରିଛନ୍ତି।

Related Posts