ଜୁଲାଇ ୨୧ରେ ସ୍ୱତନ୍ତ୍ର ଓଜେଇଇ

ସତ୍ୟପାଠ ବ୍ୟୁରୋ : ରାଜ୍ୟରେ ଖାଲି ପଡିଥିବା ଇଂଜିନିୟରିଂ ସିଟ୍ ପାଇଁ ଜୁଲାଇ ୨୧ରେ ସ୍ୱତନ୍ତ୍ର ଓଜେଇଇ ଅନୁଷ୍ଠିତ ହେବ । ଜୁନ ୩୦ରୁ ଏନେଇ ଆଦେନ ପ୍ରକ୍ରିୟା ଆରମ୍ଭ ହେବ ।

ଯେଉଁ ଛାତ୍ରଛାତ୍ରୀମାନେ କୌଣସୀ କାରଣରୁ ପ୍ରଥମ ଓଜେଇଇରେ ଭାଗ ନେଇ ନାହାନ୍ତି କିମ୍ବା କାଉନସେଲିଂରେ ସାମିଲ ହୋଇପାରି ନାହାନ୍ତି ସେମାନେ ଏହି ସ୍ୱତନ୍ତ୍ର ଓଜେଇଇ ଦେଇପାରିବେ । ସ୍ୱତନ୍ତ୍ର ଓଜେଇଇ ପାଇଁ ଆବେଦନ ତାରିଖ ଜୁନ ୩୦ରୁ ଆରମ୍ଭ ହେବାକୁ ଥିବା ବେଳେ ଏହା ଜୁଲାଇ ୭ରେ ସରିବ । ଜୁଲାଇ ୧୫ରେ ଏଣ୍ଟ୍ରାନ୍ସ ପରୀକ୍ଷା ପାଇଁ ଆଡମିଟ୍ କାର୍ଡ ମିଳିବ । ଜୁଲାଇ ୨୧ରେ ପରୀକ୍ଷା ହେବାକୁ ଥିବା ବେଳେ ଏହାର ଫଳ ଜୁଲାଇ ୨୫ରେ ବାହାରିବ ।

Related Posts