ପ୍ରବଳ ବର୍ଷାରେ ଭୁଷୁଡିଲା କାନ୍ଥ

୧୫ ମୃତ, ଉଦ୍ଧାର କାର୍ଯ୍ୟ ଜାରୀ

ସତ୍ୟପାଠ ବ୍ୟୁରୋ : ମହାରାଷ୍ଟ୍ର ପୁନେରେ କାନ୍ଥ ଭୁଷୁଡି ୧୫ଜଣଙ୍କ ମୃତ୍ୟୁ ହୋଇଛି । କାନ୍ଥ ତଳେ ଫସି ରହିଥିବା ଆହତଙ୍କୁ ଉଦ୍ଧାର କରାଯାଇ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତୀ କରାଯାଇଛି । କୋଣ୍ଡୱା ଅଂଚଳରେ ଘଟିଛି ଏହି ଅଭାବନୀୟ ଘଟଣା । ଏନଡିଆରଏଫ ଓ ସ୍ଥାନୀୟ ପ୍ରଶାସନ ଉଦ୍ଧାର କାର୍ଯ୍ୟ ଜାରୀ ରଖିଛନ୍ତି ।

ପୁନେ କୋଣ୍ଡୱା ନିକଟସ୍ଥ ମସଜିଦ ଅଂଚଳରେ ଏହି ଦୁର୍ଘଟଣା ଘଟିଛି । ପ୍ରବଳ ବର୍ଷା ଫଳରେ କାନ୍ଥ ଭୁଷୁଡି ପଡିଥିବା କୁହାଯାଉଛି । ଏକ ନିର୍ମାଣାଧିନ କୋଠାର କାନ୍ଥ ଭୁଷୁଡିବା ଫଳରେ କୋଠା ପାଶ୍ୱର୍ରେ ରହୁଥିବା ଲୋକେ ତା ତଳେ ଚାପି ହୋଇ ଯାଇଥିଲେ ।

Related Posts