
କଲୋମ୍ବୋ : ଘୋର ଆର୍ଥିକ ସଂକଟ ମଧ୍ୟରେ ଗତି କରୁଥିବା ଶ୍ରୀଲଙ୍କାର ସ୍ଥିତି ଦିନକୁ ଦିନ ବିଗିଡିବାରେ ଲାଗିଛି । ବର୍ତ୍ତମାନ ମଧ୍ୟ ଶ୍ରୀଲଙ୍କାରେ ହାହାକାର ପରିସ୍ଥିତି ଲାଗି ରହିଛି।
ରାଜନୈତିକତା ଅସ୍ଥିରତା ସାଙ୍ଗକୁ ଅର୍ଥକ ସଂକଟ ଦେଶର ସ୍ଥିତି କୁ ସମ୍ପୂର୍ଣ୍ଣ ବିଗାଡି ଦେଇଛି । ଚାରିଆଡେ଼ ହା ହା କାର ସ୍ଥିତି ଲାଗି ରହିଛି ।
ମିଳିଥିବା ସୂଚନାନୁଯାୟୀ , ଶ୍ରୀଲଙ୍କାରେ ଟମାଟୋର ଦର ଶ୍ରୀଲଙ୍କା ମୁଦ୍ରାରେ ୧୫୦ ଟଙ୍କା ପ୍ରତି କିଲୋ ପହଞ୍ଚିଛି। ସେହିପରି ମୂଳାର ମୂଲ୍ୟ ୪୯୦ ଟଙ୍କା ପ୍ରତି କିଲୋ ହୋଇ ସାରିଛି। ପିଆଜ ୨୦୦ ଟଙ୍କା ଓ ଆଳୁ ୨୨୦ ଟଙ୍କାରେ ବିକ୍ରି ହେଉଛି।
ପଡୋଶୀ ରାଷ୍ଟ୍ର ଶ୍ରୀଲଙ୍କାରେ ପରିସ୍ଥିତି ଗତ କିଛି ମାସରେ ଖୁବ ଶୋଚନୀୟ ଅବସ୍ଥାରେ ରହିଛି। ଆର୍ଥିକ ସଙ୍କଟ ଉପରେ ପରିସ୍ଥିତି ବିିଗିଡିବା ଠାରୁ ଆରମ୍ଭ ହୋଇ ଏବେ ତାହା ରାଜନୈତିକ ଅସ୍ଥିରତାର ପରିସ୍ଥିତି ସୃଷ୍ଟି କରିଛି। ତେବେ ଏହା ମଧ୍ୟରେ ଶ୍ରୀଲଙ୍କାର ରାଜଧାନୀ କଲୋମ୍ବୋର ମାର୍କେଟରେ ତାଜା ସୂଚନାନୁଯାୟୀ, ଟମାଟୋର ଦର ଶ୍ରୀଲଙ୍କା ମୁଦ୍ରାରେ ୧୫୦ ଟଙ୍କା ପ୍ରତି କିଲୋ ପହଞ୍ଚିଛି। ସେହିପରି ମୂଳାର ମୂଲ୍ୟ ୪୯୦ ଟଙ୍କା ପ୍ରତି କିଲୋ ,ପିଆଜ ୨୦୦ ଟଙ୍କା ଓ ଆଳୁ ୨୨୦ ଟଙ୍କାରେ ବିକ୍ରି ହେଉଛି। ଆଳୁ,ପିଆଜ ଓ ଟମାଟୋ ଭଳି ପନିପରିବା ପ୍ରତ୍ୟେକ ଦିନ ବ୍ୟବହାର କରାଯାଉଥିବା ସାଧାରଣ ପନିପରିବା। ତେଣୁ ଏସବୁ ପନିପରିବାର ମୂଲ୍ୟ ବୃଦ୍ଧି ପରେ ଶ୍ରୀଲଙ୍କା ବାସିନ୍ଦାଙ୍କ ସମସ୍ୟା ଆହୁରି ବଢି ଯାଇଛି।
ପୂର୍ବରୁ ଘନ ଘନ ବିଦ୍ୟୁତ କାଟ୍ , ପେଟ୍ରୋଲ –ଡିଜେଲ ମୂଲ୍ୟ ବୃଦ୍ଧି ପରେ ବର୍ତ୍ତମାନ ପନିପରିବାର ଆକାଶ ଛୁଆଁ ଦର ବିରାଟ ସମସ୍ୟା ସୃଷ୍ଟି କରିଛି ।