ଶପଥ ସମାରୋହ ନିରାଡମ୍ବର ହେବ: ଷ୍ଟାଲିନ

STALIN

(ସତ୍ୟପାଠ ବ୍ୟୁରୋ)ଭୁବନେଶ୍ୱର: ବିଧାନସଭା ନିର୍ବାଚନରେ ଚମତ୍କାର ବିଜୟ ପରେ ଏମ.କେ ଷ୍ଟାଲିନ ବଡ ଘୋଷଣା କରିଛନ୍ତି । ତେବେ କୋଭିଡ ମହାମାରୀକୁ ଦୃଷ୍ଟିରେ ରଖି ତାଙ୍କ ଶପଥ ଗ୍ରହଣ ସମାରୋହକୁ ସରଳ ଉପାୟରେ ଆୟୋଜନ କରାଯିବ ବୋଲି କହିଛନ୍ତି । ଆସନ୍ତା କାଲି ନବନିର୍ବାଚିତ ବିଧାୟକଙ୍କ ବୈଠକ ଡକା ହେବ ଏବଂ ଆନୁଷ୍ଠାନିକ ଭାବରେ ଅଧ୍ୟକ୍ଷ ଚୟନ କରାଯିବ ବୋଲି ସ୍ପଷ୍ଟ କରିଛନ୍ତି । ଷ୍ଟାଲିନଙ୍କ ଚମତ୍କାର ବିଜୟ ପରେ ସେ ତାମିଲନାଡୁବାସୀଙ୍କୁ କୃତଜ୍ଞତା ଜଣାଇଛନ୍ତି । ଏହା ସହ ସେ କହିଛନ୍ତି, ଆମେ ଶପଥ ଗ୍ରହଣ ସମାରୋହକୁ ସରଳ ଢଙ୍ଗରେ ଆୟୋଜନ କରିବାକୁ ଯାଉଛୁ କାରଣ କୋଭିଡ-୧୯ର ପ୍ରଭାବ ଅଧିକ । ମୁଁ ଆସନ୍ତାକାଲି ଘୋଷଣା କରିବି । ଅନ୍ୟପଟେ ନିର୍ବାଚନ ଆୟୋଗର ସର୍ବଶେଷ ଧାରା ଅନୁଯାୟୀ ଡିଏମକେ ୧୧୧ଟି ସିଟ ଜିତିଛି ଏବଂ ୨୩୪ ଜଣିଆ ବିଧାନସଭାରେ ୨୧ରେ ଆଗୁଆ ରହିଛିି । ପିଏମକେ ଚାରିଟି ଆସନ ଜିତି ଗୋଟିଏରେ ଆଗୁଆ ରହିଛି । ଏହା ସହ ଡିଏମକେର ସହଯୋଗୀ ଥିବା କଂଗ୍ରେସ ୧୩ଟି ଆସନ ଜିତିଛି ଏବଂ ୫ଟିରେ ଆଗୁଆ ରହିଛି ।

Related Posts