ଆସାମ ରେ ଦଳର ପରାଜୟ ପରେ ଇସ୍ତଫା ଦେଲେ ରାଜ୍ୟ କଂଗ୍ରେସ ମୁଖ୍ୟ ରିପୁନ ବୋରା

(ସତ୍ୟପାଠ ବ୍ୟୁରୋ)ଭୁବନେଶ୍ଵର : ବିଧାନସଭା ନିର୍ବାଚନରେ ଦଳର ପରାଜୟ ପାଇଁ ଆସାମର କଂଗ୍ରେସ କମିଟି ମୁଖ୍ୟ ରିପୁନ ବୋରା । ରବିବାର ସନ୍ଧ୍ୟାରେ ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି । ଦଳର ଖରାପ ପ୍ରଦର୍ଶନ ପରେ ବୋରା ଅଲ ଇଣ୍ଡିଆ କଂଗ୍ରେସ କମିଟି ସଭାପତି ସୋନିଆ ଗାନ୍ଧୀଙ୍କ ନିକଟକୁ ଏକ ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି। ଗୋହପୁର ଆସନରୁ ବିଜେପିର ଉତ୍ପଳ ବୋରାହ କଂଗ୍ରେସ ନେତାଙ୍କୁ ୨୯୦୦୦ ଭୋଟ ବ୍ୟବଧାନରେ ହରାଇଛନ୍ତି। ବୋରା ତାଙ୍କ ଚିଠିରେ ଲେଖିଛନ୍ତି ଯେ, ଆସାମ ପ୍ରଦେଶ କଂଗ୍ରେସ କମିଟିର ସଭାପତି ପଦରୁ ମୁଁ ମୋର ଇସ୍ତଫା ପତ୍ର ପ୍ରଦାନ କରୁଛି। ବୋରା କହିଛନ୍ତି  ମୁଁ ଅତ୍ୟଧିକ ଦୁଖିତ ଏବଂ ନିରାଶ ହୋଇଛି ଯେ ମୋର ଅପାର ପରିଶ୍ରମ ସତ୍ତ୍ବେ ବିଜେପି ଏବଂ ଆରଏସଏସ ଦ୍ୱାରା ଖେଳାଯାଇଥିବା ବିଭେଦ ତଥା ସାମ୍ପ୍ରଦାୟିକ ରାଜନୀତିର ମୁକାବିଲା କରିବାରେ ଆମେ ଅସମର୍ଥ । ୯୫ ଟି ଆସନରେ ପ୍ରତିଦ୍ୱନ୍ଦ୍ୱିତା କରିଥିବା କଂଗ୍ରେସ ରାତି 11:00 ପର୍ଯ୍ୟନ୍ତ ୧୮ଟି ଆସନ ଜିତିଥିଲା ଏବଂ ଅନ୍ୟ ୧୨ ଟିରେ ଆଗୁଆ ରହିଥିଲା। ଏହାର ସହଯୋଗୀ ଅଂଶୀଦାର, ଅଲ ଇଣ୍ଡିଆ ୟୁନାଇଟେଡ୍ ଡେମୋକ୍ରାଟିକ୍ ଫ୍ରଣ୍ଟ ଏବଂ ବୋଡୋଲାଣ୍ଡ ପିପୁଲ୍ସ ପାର୍ଟି ଏବଂ ସିପିଆଇ (ଏମ୍) ୧୨ଟି ସିଟ୍ ଜିତି ୯ ଟି ସିଟ୍ରେ ଆଗୁଆ ରହିଥିଲେ।୨୦୧୬ ରେ କଂଗ୍ରେସ୨୬ ଟି ସିଟ୍ ଜିତିଥିବାବେଳେ AIUDF ଏବଂ BPF ଯଥାକ୍ରମେ ୧୩ଏବଂ ୧୨ ଟି ସିଟ୍ ଜିତିଥିଲେ |

Related Posts