ବିଜେପୁର ପାଇଁ ଷ୍ଟାର ପ୍ରଚାରକ

ସତ୍ୟପାଠ ବ୍ୟୁରୋ: ବିଜେପୁର ଉପନିର୍ବାଚନ ପାଇଁ ପ୍ରକାଶ ପାଇଲା 3 ପ୍ରମୁଖ ରାଜନୈତିକ ଦଳର ଷ୍ଟାର ପ୍ରଚାରକମାନଙ୍କ ତାଲିକା । ୪୦ ଜଣିଆ ପ୍ରଚାରକ ତାଲିକା ପ୍ରକାଶ କରିଛନ୍ତି ବିଜେପି, ବିଜେଡି ଓ କଂଗ୍ରେସ । ବହୁ ହେଭିୱେଟ୍ ନେତା ପ୍ରଚାର କରିବାକୁ ବିଜେପୁର ମଇଦାନକୁ ଓହ୍ଲାଇବେ। ବିଜେଡିର ପକ୍ଷରୁ ନବୀନ ପଟ୍ଟନାୟକଙ୍କ ସହ ଏୟୁ ସିଂଦେଓ, ପ୍ରସନ୍ନ ଆଚାର୍ଯ୍ୟ, ମଙ୍ଗଳା କିଷାନ, ପ୍ରଫୁଲ୍ଲ ମଲ୍ଲିକ, ରାଜା ସ୍ଵାଇଁ, ଦେବୀ ମିଶ୍ର, ଟିକେଟ ଆସାୟୀ ଥିବା ପ୍ରଭାସ ସିଂ, ପ୍ରଭାତ ଆଦିତ୍ୟ ମିଶ୍ର ପ୍ରଚାର କରିବେ ।

ବିଜେପିର ଷ୍ଟାର ପ୍ରଚାରକ ତାଲିକାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଷ୍ଟ୍ରୀୟ କାର୍ଯ୍ୟକାରୀ ସଭାପତି ଜେପି ନଡ୍ଡା, ପ୍ରଭାରୀ ଅରୁଣ ସିଂ, ସ୍ମୃତି ଇରାନୀ, ପ୍ରତାପ ଷଡଙ୍ଗୀ, ଗିରିଧର ଗମାଙ୍ଗ, ଜୁଏଲ ଓରାମ, ବୈଜୟନ୍ତ ପଣ୍ଡା, ବସନ୍ତ ପଣ୍ଡା ଅଛନ୍ତି।

ସେହିପରି କଂଗ୍ରେସ ପାଇଁ ପ୍ରଚାର କରିବେ ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ, ମନମୋହନ ସିଂ, ପ୍ରଭାରୀ ଜିତେନ୍ଦ୍ର ସିଂ, ପିସିସ ସଭାପତି ନିରଞ୍ଜନ ପଟ୍ଟନାୟକ, ନରସିଂହ ମିଶ୍ର ଅଛନ୍ତି।

ଅକ୍ଟୋବର ୧୭ ଓ ୧୮ରେ ପଥପ୍ରାନ୍ତ ସଭା କରିବେ ନବୀନ | ନବୀନଙ୍କ 2 ଦିନିଆ ପ୍ରଚାର ଅଭିଯାନରେ ବିଜେପୁରରେ ରାତିରେ ରହିବା କାର୍ଯ୍ୟକ୍ରମ ରହିଛି। ବିଜେପୁର, ଗାଈସିଲଟ ଓ ବରପାଲି ବ୍ଲକରେ ରୋଡ୍‌ ସୋ କରିବେ ନବୀନ ।

Related Posts