ରାଜ୍ୟ ବଜେଟ; କୃଷି ପାଇଁ ୨୧ ହଜାର କୋଟି

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ରାଜ୍ୟ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କ ପକ୍ଷରୁ ଆଜି ବିଧାନସଭାରେ ସମ୍ପୂର୍ଣ୍ଣ ବଜେଟ ଉପସ୍ଥାପିତ କରିଛନ୍ତି । ତେବେ  ବଜେଟର ଆକାର ୨ ଲକ୍ଷ କୋଟି ଟଙ୍କା ଥିବାବେଳେ କୃଷି କ୍ଷେତ୍ର ପାଇଁ ୨୧ ହଜାର ୧୬୬ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି । ବିଗତ କିଛି ବର୍ଷ ପରି ଏଥର ମଧ୍ୟ ରାଜ୍ୟ ବଜେଟର ପ୍ରଥମ ଭାଗ କୃଷି ବଜେଟ୍ ଭାବେ ଘୋଷଣା କରାଯାଇଥିଲା । ସେପଟେ କାଳିଆ ଯୋଜନା ପାଇଁ ୧ ହଜାର ୫୭୪ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି । ୩୮ ଲକ୍ଷ କ୍ଷୁଦ୍ର ଓ ନାମ ମାତ୍ର ଚାଷୀ ୧୮ ଲକ୍ଷ ଭୂମିହୀନ ଚାଷୀ ପରିବାରକୁ ଏହି ସହାୟତା ମିଳୁଛି ।

କାଳିଆ ଯୋଜନାରେ ଚାଷୀ ମାନଙ୍କୁ ବିନା ସୁଧରେ ୫୦ ହଜାର ଟଙ୍କା ଋଣ ବ୍ୟବସ୍ଥା ଏବଂ ୫୦ ହଜାର ରୁ ୩ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ୨ ପ୍ରତିଶତ ସୁଧରେ ଋଣ ଯୋଗାଇ ଦେବାର ବ୍ୟବସ୍ଥା । ଏଥିପାଇଁ ୮୯୩ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି । ଉଦ୍ୟାନ କୃଷି ପାଇଁ ୩୧୨ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି । ୨୦୨୨-୨୩ ଆର୍ଥିକ ବର୍ଷ ରେ ଅତିରିକ୍ତ ୨ ଲକ୍ଷ ୮୦ ହଜାର ହେକ୍ଟର ଜମିକୁ ଜଳ ସେଚନ ଯୋଗାଇ ଦିଆଯିବାକୁ ବଜେଟରେ ଘୋଷଣା କରାଯାଇଛି । ୩୦ ଟି ଇନଷ୍ଟ୍ରିମ ଷ୍ଟୋରେଜ୍ ହାତକୁ ନିଆ ଯାଇଥିବା ବେଳେ ସେଥିରୁ ୧୬ଟି ପାଇଁ ୧ ହଜାର ୪୪  କୋଟି ଟଙ୍କାର ବ୍ୟୟ ବରାଦ ହୋଇଛି । ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶରେ ଏନେଇ ଚର୍ଚ୍ଚା ଜୋର୍ ଧରିବାରେ ଲାଗିଛି।  

Related Posts