ଆଜି ରାଜ୍ୟ ବଜେଟ୍‌: ନିଅଣ୍ଟିଆ ଅର୍ଥିକ ସ୍ଥିତି ହେବ ମୁଖ୍ୟ ଚ୍ୟାଲେଞ୍ଜ

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ବର: ଆଜି ବିଧାନସଭାରେ ୨୦୨୦-୨୦୨୧ ଆର୍ଥିକ ବର୍ଷ ପାଇଁ ରାଜ୍ୟ ବଜେଟ ଉପସ୍ଥାପନ ହେବ । ଏହା ହେବ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱାଧୀନ  ବିଜେଡି ସରକାରର ପଞ୍ଚମ ପାଳିର ଏହି ଦ୍ୱିତୀୟ ବଜେଟକୁ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଆଗତ କରିବେ । ଯଦିଓ ରାଜ୍ୟର ଆର୍ଥିକ ସ୍ଥିତି ସେତେ ସ୍ୱଚ୍ଛଳ ନାହିଁ ତଥାପି ଲୋକଙ୍କ ସ୍ୱାର୍ଥକୁ ଦୃଷ୍ଟିର ରଖି ସରକାର କେତେକ ଜନହିତକର ଯୋଜନା ଆଣିପାରନ୍ତି ।

୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ଆଜି ଆସିବ ରାଜ୍ୟ ବଜେଟ୍‌

ପୂର୍ବାପେକ୍ଷା ବଡ଼ ବଜେଟ୍ ଆଣିପାରେ ବଡ଼ ଚ୍ୟାଲେଞ୍ଜ

ନିଅଣ୍ଟିଆ ଆର୍ଥିକ ସ୍ଥିତି ସରକାରଙ୍କ ପାଇଁ ହେବ ମୁଖ୍ୟ ଚ୍ୟାଲେଞ୍ଜ

ବଜେଟ୍‌ରେ ରାଜସ୍ବ ସଂଗ୍ରହ ଉପରେ ରହିପାରେ ଫୋକସ

ଭିତ୍ତିଭୂମି ବିକାଶ, ଚାଷ, ଗମନାଗମନ କ୍ଷେତ୍ରକୁ ଦିଆଯାଇପାରେ ଗୁରୁତ୍ବ

ବଜେଟକୁ ପେପରଲେସ୍ କରିବାକୁ ସରକାରଙ୍କ ନିଷ୍ପତ୍ତି 

ନିଅଣ୍ଟିଆ ଆର୍ଥିକ ସ୍ଥିତିର ମୁକାବିଲା ଉପରେ ବିରୋଧୀଙ୍କ ନଜର

ରାଜ୍ୟର ବିକାଶ ହାରକୁ ତ୍ୱରାନ୍ୱିତ କରିବାକୁ ଅର୍ଥମନ୍ତ୍ରୀ କେତେ ସଂସ୍କାରମୂଳକ ପଦକ୍ଷେପ ଘୋଷଣା କରିପାରନ୍ତି । ବଜେଟରେ ଫାଇଭ-ଟି, ମୋ ସରକାର ଉପରେ ଅଧିକ ଗୁରୁତ୍ୱ ଦିଆଯାଇପାରେ । ବଜେଟର ଆକାର ଦେଢ ଲକ୍ଷ କୋଟି ଟଙ୍କା ଟପିବ ବୋଲି ଆକଳନ କରାଯାଉଛି । ୨୦୧୯-୨୦୨୦ରେ ବଜେଟ ପରିମାଣ ୧ ଲକ୍ଷ ୩୯ ହଜାର କୋଟି ଥିଲା ।

ତେବେ ବଜେଟ ପୂର୍ବରୁ ବିଧାନସଭାରେ ଗତକାଲି ଉପସ୍ଥାପିତ ହୋଇଥିଲା ଅର୍ଥନୈତିକ ସର୍ଭେ ରିପୋର୍ଟ । ରିପୋର୍ଟରେ କୁହାଯାଇଛି, ରାଜ୍ୟରେ ଅଭିବୃଦ୍ଧି ହାର କମିଛି । ଚଳତବର୍ଷ ଅଭିବୃଦ୍ଧି ହାର ୭ ଦଶମିକ ୯୦ରୁ ଖସି ୬.୧୬ ରହିବା ନେଇ ସର୍ଭେରେ ଆକଳନ କରାଯାଇଛି । ସେହିଭଳି ବାତ୍ୟା ଯୋଗୁଁ କୃଷି ଉତ୍ପାଦନ କମିଥିବାରୁ ରାଜ୍ୟର ଅଭିବୃଦ୍ଧି ହାର କମିଛି । ଗତବର୍ଷ ରାଜ୍ୟରେ ଆର୍ଥିକ ଅଭିବୃଦ୍ଧି ହାର ୭.୯୦ ରହିଥିଲା । ଖଣିଜ କାରବାରରରେ ମାନ୍ଦା ଯୋଗୁଁ ଅଭିବୃଦ୍ଧି ଖସିଛି ।

ଗତ ଆର୍ଥିକ ବର୍ଷ ତୁଳନାରେ ଏଥର ଯଥେଷ୍ଟ ହ୍ରାସ ପାଇଛି କେନ୍ଦ୍ରୀୟ ଅନୁଦାନ ।  ପଞ୍ଚଦଶ ଅର୍ଥ କମିଶନ, ମନରେଗା, ପାନୀୟ ଜଳ ପ୍ରକଳ୍ପ ଓ ରେଳ ବଜେଟ୍‌ କ୍ଷେତ୍ରରେ କେନ୍ଦ୍ରୀୟ ଅନୁଦାନ ହାର କମିଛି ।  ସେ ଦୃଷ୍ଟିରୁ ଆର୍ଥିକ ସ୍ଥିତିର ଭରଣା ପାଇଁ ରାଜ୍ୟ ସରକାର କି ପଦକ୍ଷେପ ନେବେ ତାହା ଉପରେ ରହିବ ସମସ୍ତଙ୍କ ନଜର ।

Related Posts