ରାଜ୍ୟ ଅଗ୍ନିଶମ ବିଭାଗ ପକ୍ଷରୁ ଅଗ୍ନିକାଣ୍ଡ ଜନିତ ଦୁର୍ଘଟଣା ରିପୋର୍ଟ: ଗତ ବର୍ଷକ ମଧ୍ୟରେ ୯୫ଟି ଜୀବନ ବଂଚିଥିବା ବେଳେ, ୧୪ ଜଣଙ୍କ ମୃତ୍ୟୁ

କଟକ: ଲୋକଙ୍କୁ ପ୍ରାକୃତିକ ଦୁର୍ବିପାକ ସମୟରେ ଆଗକୁ ଆସି ସାହାଯ୍ୟର ହାତ ବଢ଼ାଉଛି ଅଗ୍ନିଶମ ବିଭାଗ | ସେ ଯେଉଁ କୌଣସି ବି ସ୍ତିତି ହେଉ ପାଣିରେ ବୁଡ଼ି ଯିବା ବେଳେ, ହେଉ ଅବା ଅଗ୍ନିକାଣ୍ଡ ସମାୟେର ଫସି ରହିଥିବା ବେଳେ, ଅନେକ ସମୟରେ ନିଜ ଉପସ୍ଥିତି ଜାହିର କରି ଆଗକୁ ଆସି ସାହାଯ୍ୟ କରିଛି |

ରାଜ୍ୟରେ ଥିବା ୩୩୯ଟି ଦମକଳ କେନ୍ଦ୍ରର କର୍ମଚାରୀ, ଅଧିକାରୀ ରାତି ଦିନ କାମ କରି ଆସୁଛନ୍ତି। ରାଜ୍ୟ ଅଗ୍ନିଶମ ବିଭାଗ ୨୦୨୧-୨୨ ଆର୍ଥିକ ବର୍ଷରେ ନିଜର କାର୍ଯ୍ୟକ୍ରମ ଓ ସଫଳତ‌ାର ପରିସଂଖ୍ୟାନ ଉପସ୍ଥାପନ କରିଛି। ଗଲା ବର୍ଷକ ଭିତରେ ଅଗ୍ନିଶମ ବିଭାଗ ପାଣିରେ ବୁଡିଯାଉଥିବା ଓ ଦୁର୍ଘଟଣାର ଶିକାର ହୋଇଥିବା ୭ ହଜାର ୮୩୪ ଜଣଙ୍କ ଜୀବନ ବଂଚାଇଛି। ୧୦ ହଜାର ୪୫୪ ପ୍ରାଣୀଙ୍କ ଜୀବନ ବି ରକ୍ଷା କରିଛି ଅଗ୍ନିଶମ ବାହିନୀ। ରାଜ୍ୟ ଅଗ୍ନିଶମ ବିଭାଗ ଅଗ୍ନିକାଣ୍ଡ ଜନିତ ଦୁର୍ଘଟଣାରୁ ୯୫ଟି ଅମୂଲ୍ୟ ଜୀବନକୁ ମରଣ ମୁହଁରୁ ଉଦ୍ଧାର କରିଥିବା ବେଳେ ୨୫୮ଟି ପ୍ରାଣୀ ସଂପଦକୁ ମଧ୍ୟ ବଂଚାଇ ପାରିଛି। କିନ୍ତୁ ଗତ ବର୍ଷକ ମଧ୍ୟରେ ଅଗ୍ନିକାଣ୍ଡରେ ୧୪ ଜଣ ମଣିଷ ଓ ୪୪୧ ପ୍ରାଣୀଙ୍କର ମୃତ୍ୟୁ ହୋଇଥିବା ଅଗ୍ନିଶମ ବିଭାଗ ଦର୍ଶାଇଛି।

୨୦୨୧-୨୨ ଆର୍ଥିକ ବର୍ଷରେ ଓଡ଼ିଶା ଅଗ୍ନିଶମ ବିଭାଗ ଅଗ୍ନିକାଣ୍ଡ ଜନିତ ୧୫ ହଜାର ୪୫୧ ଫାୟାର କଲ୍‌ (ଫୋନ୍‌) ଗ୍ରହଣ କରିଥିଲା। ସେଥିରୁ ୧୪ଟି ଫୋନ୍‌ ଅତି ଗୁରୁତର (ମୃତ୍ୟୁ ହେବା ଭଳି ଅଗ୍ନିକାଣ୍ଡ) ଥିଲା। ୨୯୦ଟି କଲ୍‌ ଗୁରୁତ୍ବପୂର୍ଣ୍ଣ ଥିଲା। ମୋଟ ଫୋନ୍ କଲ୍‌ରୁ ୧୫୭୧ଟି ମଧ୍ୟମ, ୧୩, ୫୧୨ଟି ଫୋନ୍‌ କଲ୍‌ ଛୋଟ ଧରଣର ଅଗ୍ନିକାଣ୍ଡ ଥିଲା। ତେବେ ଅଗ୍ନିଶମ ବିଭାଗ ୬୪ଟି ଫଲ୍‌ସ (ମିଛ) ଫାୟାର କଲ୍ ବି ପାଇଥିଲା। ଅଗ୍ନିଶମ ବିଭାଗ ପାଇଥିବା ୨୧,୨୬୭ କଲ୍ ମଧ୍ୟରୁ କିଛି କଲ୍‌ ଦୁର୍ଘଟଣାଜନିତ ବି ଥିଲା। ମୋଟାମୋଟି ଭାବେ ଅଗ୍ନିଶମ ବିଭାଗ କର୍ମଚାରୀ ୯୯୬ଟି ଦୁର୍ଘଟଣା, ପାଣିରେ ବୁଡି ଦୁର୍ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ କରିଥିଲା। ଅଗ୍ନିକାଣ୍ଡ ଯୋଗୁଁ ୬୦ କୋଟି ୪୭ ଲକ୍ଷ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଥିବା ଆକଳନ କରାଯାଇଥିବା ବେଳେ ଅଗ୍ନିଶମ ବିଭାଗର ତ୍ବରିତ ପଦକ୍ଷେପ ଯୋଗୁଁ ୨୪୭. ୩୫ କୋଟି ଟଙ୍କାର ସମ୍ପତ୍ତି ରକ୍ଷା କରାଯାଇ ପାରିଥିବା ଦର୍ଶାଯାଇଛି।

Related Posts