IAS ସ୍ତରରେ ହେଲା ବଡ ଅଦଳବଦଳ

12

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର: ରାଜ୍ୟରେ ଆଇଏଏସ ସ୍ତରରେ ବଡ ଅଦଳବଦଳ ହୋଇଥିବାର ଦେଖିବା ପାଇଁ ମିଳିଛି । ତେବେ ଅର୍ଥ ବିଭାଗ ସଚିବ ଥିବା ଆଇଏଏସ ଅଶୋକ ମୀନାଙ୍କୁ ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗ ସଚିବ ଭାବେ ବଦଳି କରାଯାଇଛି । ସେହିପରି ପର୍ଯ୍ୟଟନ ଓ କ୍ରୀଡା ବିଭାଗ ସଚିବ ଥିବା ଆଇଏଏସ ବିଶାଲ ଦେବଙ୍କୁ ଅର୍ଥ ବିଭାଗ ସଚିବ ଭାବେ ବଦଳି କରାଯାଇଛି । ଅପରିପକ୍ଷେ ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗ ସଚିବ ଥିବା ଆଇଏଏସ ଡି.କେ. ସିଂଙ୍କୁ ଇସ୍ପାତ ଓ ଖଣି ବିଭାଗ ସଚିବ ଭାବେ ବଦଳି କରାଯାଇଛି ।

ଇସ୍ପାତ ଓ ଖଣି ବିଭାଗ ସଚିବ ଥିବା ଆଇଏଏସ ସୁରେନ୍ଦ୍ର କୁମାରଙ୍କୁ ସାଧାରଣ ପ୍ରଶାସନ ବିଭାଗ ସଚିବ ଭାବେ ବଦଳି କରାଯିବା ସହ ପର୍ଯ୍ୟଟନ ବିଭାଗ ଅତିରିକ୍ତ ଦାୟିତ୍ବ ପ୍ରଦାନ କରାଯାଇଛି । କେବଳ ଏତିକି ନୁହେଁ ବରଂ ମୁଖ୍ୟମନ୍ତ୍ରୀଙ୍କ ସ୍ବତନ୍ତ୍ର ସଚିବ ଥିବା ଆଇଏଏସ ଭିନୀଲ କ୍ରୀଷ୍ଣାଙ୍କୁ କ୍ରୀଡା ଏବଂ ଯୁବ ବ୍ୟାପାର ବିଭାଗ କମିଶନର ସହ ସଚିବ ଭାବେ ଅତିରିକ୍ତ ଦାୟିତ୍ବ ପ୍ରଦାନ କରାଯାଇଛି ।

Related Posts