ରାଜ୍ୟସ୍ତରୀୟ ଆଥଲେଟ ଚମ୍ପିୟନ ଏବେ ଡେଲିଭରି ବୟ: ତାଙ୍କ ସଙ୍ଘର୍ଷ କାହାଣୀ ଅନ୍ୟ ପାଇଁ ପ୍ରେରଣା

ଜଣେ ରାଜ୍ୟସ୍ତରୀୟ ଆଥଲେଟ ଚମ୍ପିୟନ ଏବେ ଖାଦ୍ୟ ଡେଲିଭରି କମ୍ପାନୀ ଜୋମାଟୋରେ କାର୍ଯ୍ୟରତ । ଏବେ ଜୋମାଟୋ ପକ୍ଷରୁ ଡେଲିଭରି ବୟର ସଂଘର୍ଷର କାହାଣୀ ସମସ୍ତଙ୍କୁ ସେୟାର କରିଛି। ସେ ଜମାଟୋରେ କାମ କରି ନିଜର ଓ ତାଙ୍କ ଭଉୀଣୀଙ୍କର ସ୍ୱପ୍ନ ପୁରଣ କରିବା ପାଇଁ ଚେଷ୍ଠା କରୁଛନ୍ତି ।କମ୍ପାନୀ ୟୁଟ୍ୟୁବ ମାଧ୍ୟମରେ ଏହି ଭିଡିଓ ସେୟାର କରିଛି।

ଡେଲିଭରି ବୟ ଜଣଙ୍କ ବିହାରରେ ଥିବା ବୈଶାଳି ଜିଲ୍ଲାର ମୁକେଶ କୁମାର । ମୁକେଶଙ୍କର କାହାଣୀ ବହୁତ ପ୍ରେରଣାଦାୟୀ ଅଟେ। ମୁକେଶ ବିଦ୍ୟାଳୟରେ ପଢ଼ୁଥିବା ସମୟରେ ଆଥଲେଟରେ ୪ଟି ସ୍ୱର୍ଣ୍ଣ ପଦକ ହାସଲ କରିଥିଲେ। ଏହାଦ୍ୱାରା ସେ ପଢ଼ୁଥିବା ବିଦ୍ୟାଳୟର ଶିକ୍ଷକମାନେ ପ୍ରଭାବିତ ହେବା ସହ ତାଙ୍କୁ ପ୍ରୋତ୍ସାହିତ କରିଥିଲେ। ତୁମେ ଭବିଷ୍ୟତରେ ବହୁତ ଭଲ ପ୍ରଦର୍ଶନ କରିବ ବୋଲି ଶିକ୍ଷକମାନେ ତାଙ୍କୁ କହିଥିଲେ।

ମୁକେଶ କହିଛନ୍ତି ସେ ଜଣେ ୪୦୦ ମିଟର ଦୌଡ଼ର ଖେଳାଳୀ। ରାଜ୍ୟସ୍ତରୀୟ ଆଥଲେଟ ଚମ୍ପିୟନସିପରେ ମୁଁ ସ୍ୱର୍ଣ୍ଣ ପଦକ ହାସଲ କରିଛି। ବିଶାଖାପାଟ୍ଟନମରେ ସେ ଜାତୀୟ ସ୍ଥରୀୟ ଆଥଲେଟ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିଥିଲେ। କିନ୍ତୁ କୌଣସି କାରଣରୁ ସେଥିରେ ସେ ଚତୁର୍ଥ ସ୍ଥାନ ହାସଲ କରିଥିଲେ। ଏହାପରେ ସେ ଅବସାଦ ଗ୍ରସ୍ତ ରହିବା ସହ କେବେବି ଖେଳରେ ଜିତି ପାରିବେ ନାହିଁ ବୋଲି ତାଙ୍କୁ ଅନୁଭବ ହୋଇଥିଲା।

ଏପରି ସ୍ଥିତି ଦେଖି ମୁକେଶଙ୍କୁ ତାଙ୍କ ଶିକ୍ଷକ ସାଥ ଦେଇଥିଲେ ଓ କହିଥିଲେ ଏବେ ତୁମେ ହାରି ଯାଇଛ, କିନ୍ତୁ ଦିନେନା ଦିନେ ତୁମେ ନିଶ୍ଚିତ ଜିତିବ। ଶିକ୍ଷକଙ୍କ କଥା ଶୁଣି ମୁକେଶ ପୁଣି ଅଭ୍ୟାସ ଆରମ୍ଭ କରିଥିଲେ ଓ ଏବେ ମଧ୍ୟ ତାହା ଜାରି ରହିଛି। ଏପରିବି କରୋନା ମହାମାରି ବେଳେ ସମସ୍ତ ଷ୍ଟାଡିୟମ ବନ୍ଦ ଥିବା ସମୟରେ ସେ ଗଙ୍ଗା ଘାଟରେ ଯାଇ ଅଭ୍ୟାସ କରୁଥିଲେ।

ତାଙ୍କ ପରିବାର ବିଷୟରେ ମୁକେଶ କହିଛନ୍ତି ତାଙ୍କ ବାପା ଜଣେ କୃଷକ ଓ ତାଙ୍କ ରୋଜଗାର ବହୁତ କମ। ତଥାପି ସେ ତାଙ୍କୁ ବହୁତ ସାହାଜ୍ୟ କରନ୍ତି। କିନ୍ତୁ ତାଙ୍କ ପାଇଁ ତାହା ଯଥେଷ୍ଟ ହୁଏ ନାହିଁ। ଏହି ସମୟରେ ମୁକେଶଙ୍କୁ ତାଙ୍କ ସାଙ୍ଗ ଡେଲିଭରି ପାର୍ଟନର ହୋଇ ପଇସା ରୋଜଗାରର ଉପାୟ କହିଲା । ତେଣୁ ସେ ଜୋମାଟୋରେ ଯୋଗ ଦେଇଥିଲେ ।

ମୁକେଶ କହନ୍ତି ସେ ତାଙ୍କ ପ୍ରଥମ ଦରମାରେ ତାଙ୍କ ଭଉଣୀ ପାଇଁ ଜୋତା କିଣିଥିଲେ। ତାଙ୍କ ଭଉଣୀ ମଧ୍ୟ ଜଣେ ରାଜ୍ୟ ସ୍ତରୀୟ ଆଥଲେଟ ଚମ୍ପିୟନ। ସେ ଆହୁରି ଆଗକୁ ଖେଳୁ ଓ ଜାତୀୟ ଅନ୍ତର୍ଜାତୀୟ ସ୍ତରରେ ସ୍ୱର୍ଣ୍ଣ ପଦକ ହାସଲ କରୁ ବୋଲି ସେ ଚାହାନ୍ତି । ଏହା ସହ ଅନ୍ତରାଷ୍ଟ୍ରୀୟ ସ୍ତରରେ ଖେଳି ନାଁ କରିବାକୁ ମୁକେଶ ଲକ୍ଷ ରଖିଛନ୍ତି । ଆର୍ଥିକ ସଙ୍କଟ ମଧ୍ୟରେ ତାଙ୍କର ଏହି ପରିଶ୍ରମ ଏବେ ଯୁବ ପିଢ଼ି ଙ୍କ ପାଇଁ ପ୍ରେରଣା ସାଜିଛି । କିଛି କରିବାର ଓ ନିଜ ପରିବାର ଲୋକଙ୍କ ପାଇ କିଛି କରିବାର ଇଚ୍ଛା ଆଜି ତାଙ୍କୁ ଅନେକ ଯୁବକଙ୍କ ପାଇଁ ପ୍ରେରଣା ପ୍ରଦାନ କରିଛନ୍ତି ।

Related Posts