ବ୍ରିଟେନର ରାଜଧାନୀ ଲଣ୍ଡନରେ ବଡ ଧରଣର ଅଘଟଣ: ଆକ୍ୱାଟିକ ସେଣ୍ଟରରେ ଅଜଣା ଗ୍ୟାସ ଲିକ୍ ଯୋଗୁ ଅନେକ ଲୋକ ଆହତ

ବ୍ରିଟେନର ରାଜଧନୀ ଲଣ୍ଡନରେ ଆଜି ଘଟିଛି ଏକ ବଡ ଧରଣର ଅଘଟଣ । ଆକ୍ୱାଟିକ ସେଣ୍ଟରରେ ଅଜଣା ଗ୍ୟାସ ଲିକ୍ ଯୋଗୁଁ ଅନେକ ଆହତ ହୋଇ ହସ୍ପିଟାଲେ ଚିକିତ୍ସିତ ହେଉଛନ୍ତି । ଲଣ୍ଡନ ଆମ୍ୱୁଲାନ୍ସ ସର୍ଭିସ ଲୋକେ ଆହତ ହୋଇଥିବା କଥା ସ୍ପଷ୍ଟ କରିଛି । ଲୋକମାନଙ୍କୁ ସମ୍ପୃକ୍ତ ଅଞ୍ଚଳଠୁ ଦୂରରେ ରହିବାକୁ ଲଣ୍ଡନ ମେୟର ସାଦିକ୍ ଖାନ ଅପିଲ କରିଛନ୍ତି।

ଲୋକଙ୍କ ଉଦ୍ଧାର କାର୍ଯ୍ୟ ସହ ସ୍ଥିତିକୁ ନିୟନ୍ତ୍ରଣକୁ ଆଣିବା ପାଇଁ ଲଣ୍ଡନ ଆମ୍ୱୁଲାନ୍ସ ସର୍ଭିସ, ଲଣ୍ଡନ ଅଗ୍ନିଶମ ବାହିନୀ ଏବଂ ସ୍ଥାନୀୟ ପୋଲିସ ନିୟୋଜିତ ହୋଇଛନ୍ତି। ପ୍ରତ୍ୟେକ୍ଷଦର୍ଶୀଙ୍କ କହିବା କଥା, ସୁଇମିଂ ପୁଲର ଦୃଶ୍ୟ ଅତ୍ୟନ୍ତ ଭୟଙ୍କର ଥିଲା। ଲୋକେ ନିଜର ମୁହଁକୁ ଘୋଡାଇ ସେଠାରୁ ବାହାରିବା ପାଇଁ ଦୌଡୁଥିଲେ। ଲୋକମାନଙ୍କୁ ସୁମିଂ ସୁଟରେ ଉଦ୍ଧାରକାରୀ ମାନେ ବାହାର କରିଥିଲେ।

ସେହିପରି ଆକ୍ୱାଟିକ୍ ପାର୍କ ପୂରା ଘଟଣା ଉପରେ ବୟାନ ଜାରି କରିଛି । ସକାଳେ ଆକ୍ୱାଟିକ୍ ସେଣ୍ଟରରେ ଗ୍ୟାସ ଲିକ୍ ହୋଇଥିବା ପାର୍କ ସ୍ପଷ୍ଟ କରିଛି। ସମ୍ପୃକ୍ତ ଅଞ୍ଚଳରୁ ସିଲ୍ କରାଯାଇଛି। ଗ୍ୟାସ ଲିକ୍ ଯୋଗୁଁ ଅନେକ ଲୋକଙ୍କ ନିକଟରେ ଶ୍ୱାସଜନିତ ସମସ୍ୟା ଦେଖା ଦେଇଥିଲା।

ଉଲ୍ଲେଖଯୋଗ୍ୟ ଯେ, ଲଣ୍ଡନର ଏହି ଆକ୍ୱାଟିକ୍ ସେଣ୍ଟର ୨୦୧୨ ମହିସାରେ ଲଣ୍ଡନ ଅଲିମ୍ପିକ୍ସ ପାଇଁ ଯାଉଥିବା ବେଳେ ଏବେ ଏହା ସାଧାରଣ ଲୋକଙ୍କ ମଧ୍ୟ ଉପଲବ୍ଧ ।

Related Posts