ଓଡ଼ିଶାରେ କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ

କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ ଓଡ଼ିଶା ଗସ୍ତ ରେ ଆସି ଏକ ବୈଠକରେ ଯୋଗ ଦେଇ ନକ୍ସଲ ଓ ଦେଶରେ ବଢୁଥିବା ଦୁଷ୍କର୍ମ ସମ୍ପର୍କରେ ପ୍ରତିକ୍ରିୟା ଦେଇଛନ୍ତି ।

ସୂଚନାନୁସାରେ, ଆଜି କଟକସ୍ଥିତ ବୟାଳିଶ ମୈାଜାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ ଯୋଗ ଦେବା ଅବସରରେ ନକ୍ସଲଙ୍କ ସମ୍ପର୍କରେ ପ୍ରତିକ୍ରିୟା ଦେଇଛନ୍ତି । ନକ୍ସଲଙ୍କୁ ସମାଜର ମୁଖ୍ୟସ୍ରୋତକୁ ଫେରାଇ ଆଣିବାକୁ ଚେଷ୍ଟା ଚାଲିଛି । କେନ୍ଦ୍ର ସରକାରଙ୍କ ଉଦ୍ୟମ ସଫଳ ହେବାରୁ ବହୁ ନକ୍ସଲ ମୁଖ୍ୟସ୍ରୋତକୁ ଫେରିଛନ୍ତି । ଆବଶ୍ୟକ ହେଲେ ନକ୍ସଲ ଦମନ ପାଇଁ ସେନାର ସାହର୍ଯ୍ୟ ନିଆଯିବ । ଏହା ସହ ଦେଶରେ ବଢୁଥିବା ଦୁଷ୍କର୍ମ ମାମଲାରେ ସେ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ପୂର୍ବରୁ ଦୁଷ୍କର୍ମ ପୀଡ଼ିତା ଭୟ ଅଥବା ସାମାଜିକ ଲଜ୍ଜା କାରଣରୁ ଥାନାରେ ଅଭିଯୋଗ କରୁନଥିଲେ । କିନ୍ତୁ ବିଜେପି ସରକାର କ୍ଷମତାକୁ ଆସିବା ପରେ ଏଥିରେ ପରିବର୍ତ୍ତନ ହୋଇଛି । ଦେଶରେ ହେଉଥିବା ଦୁଷ୍କର୍ମ ମାମଲା ରୁଜ୍ଜୁ ହେବା ସହ ଦୋଷୀଙ୍କ ପ୍ରତି କାର୍ଯ୍ୟାନୁଷ୍ଠାନ ନିଆଯାଉଛି ।

Related Posts