ରାଜ୍ୟଗୋଷ୍ଠୀ କ୍ରୀଡା ୨୦୨୨: ଲଙ୍ଗ ଜମ୍ପରେ ରୌପ୍ୟ ପଦକ ହାସଲ କଲେ ଯୁବ ଆଥଲେଟ ମୁରଲୀ ଶ୍ରୀଶଙ୍କର

ବର୍ମିଂହାମ: 22ତମ ରାଜ୍ୟଗୋଷ୍ଠୀ କ୍ରୀଡା ପ୍ରତିଯୋଗିତା ରେ ଚମକୁଛନ୍ତି ଭରତୀୟ ଖେଳାଳି । ଭାରତ ଗୋଟିଏ ପରେ ଗୋଟିଏ ପଦକ ହାସଲ କରିବାରେ ଲାଗିଛି । ବିଭିନ୍ନ ଇଭେଣ୍ଟରେ ଦେଶକୁ ପଦକ ଭେଟି ଦେଉଛନ୍ତି ଭାରତୀୟ କ୍ରୀଡାବିତ ।

ପୁରୁଷ ବର୍ଗ ଉଚ୍ଚଡିଆଁ (ଲଙ୍ଗଜମ୍ପ)ରେ ବହୁ ମୂଲ୍ୟ ରୌପ୍ୟ ପଦକ ଜିତିଛନ୍ତି ମୁରଲୀ ଶ୍ରୀଶଙ୍କର । ପ୍ରଥମ ଭାରତୀୟ ପୁରୁଷ ଭାବେ ସେ ରାଜ୍ୟଗୋଷ୍ଠୀ ଲଙ୍ଗଜମ୍ପ ଇଭେଣ୍ଟରେ ରୌପ୍ୟ ପଦକ ହାସଲ କରିଛନ୍ତି । ପୂର୍ବରୁ ଚଳିତ ରାଜ୍ୟଗୋଷ୍ଠୀ କ୍ରୀଡାରେ ପ୍ରଥମ ଭାରତୀୟ ଭାବେ ଉଚ୍ଚଡିଆଁରେ ତେଜସ୍ବିନୀ ଶଙ୍କର ବ୍ରୋଞ୍ଜ ଜିତିଥିଲେ । 1978 ଏଡମଣ୍ଟନ କ୍ରୀଡାରେ ପ୍ରଥମ ଭାରତୀୟ ଭାବେ ସୁରେଶ ବୁବୁ ଲଙ୍ଗ ଜମ୍ପରେ ବ୍ରୋଞ୍ଜ ପଦକ ହାସଲ କରିଥିଲେ ।

ଯୋଗ୍ୟତା ପର୍ଯ୍ୟାୟରେ ଶ୍ରୀଶଙ୍କର ଏକମାତ୍ର ପ୍ରତିଯୋଗୀ ଭାବେ 8 ମିଟରରୁ ଅଧିକ ଜମ୍ପ ମାରିଥିଲେ । ଲୟକୁ ଫେରିବା ପାଇଁ ଶ୍ରୀଶଙ୍କର ସଂଘର୍ଷ କରିଥିଲେ । ପ୍ରଥମ ଜମ୍ପ 7.60 ମିଟର ରହିଥିଲା । ଦ୍ବିତୀୟ ଓ ତୃତୀୟ ଜମ୍ପରେ 7. 84 ମିଟର ଅତିକ୍ରମ କରିଥିଲେ । ଚତୁର୍ଥ ଜମ୍ପ ବେଳକୁ ଲୟକୁ ଫେରିଥିଲେ ହେଲେ 1 ସେଣ୍ଟି ମିଟର ପାଇଁ ଜମ୍ପିଟି ଫାଉଲ ହୋଇଥିଲା । ଚତୁର୍ଥ ଜମ୍ପ ଶେଷ ବେଳକୁ ଶ୍ରୀଶଙ୍କର ଷଷ୍ଠ ସ୍ଥାନରେ ରହିଥିଲେ । ପଞ୍ଚମ ପ୍ରୟାସରେ ଦମଦାର କମବ୍ୟାକ କରିଥିଲେ ଶ୍ରୀଶଙ୍କର । 8.08 ଜମ୍ପ ମାରି ରୌପ୍ୟ ଜିତିଥିଲେ । ବାହାମାର ଲାକ୍ବାନ ନାଇରନ 8.08 ମିଟର ଦୂର ଜମ୍ପ ମାରି ରୌପ୍ୟ ପଦକ ପକ୍କା କରିଥିଲେ । ବାହାମାର ଲାକ୍ବାନ ନାଇରନ ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି ।

ଶ୍ରୀଶଙ୍କରଙ୍କ ଏହି ସଫଳତା ପାଇଁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଟ୍ବିଟ କରି ରାଷ୍ଟ୍ରପତି କହିଛନ୍ତି, ”କମନୱେଲଥ ଗେମ୍ସରେ ତୁମ ଲଙ୍ଗ ଜମ୍ପ ଦେଶ ପାଇଁ ପଦକ ଆଣିିଛି । ତୁମର ଏହି ସଫଳତା ଭାରତୀୟଙ୍କୁ ତଥା ଯୁବ ଖେଳାଳିଙ୍କୁ ପ୍ରେରଣା ଦେବ’’ ବୋଲି କହିଛନ୍ତି ରାଷ୍ଟ୍ରପତି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ବିଟ କରି, ଶ୍ରୀଶଙ୍କରଙ୍କୁ ଶୁଭେଚ୍ଛା ଜଣାଇ କହିଛନ୍ତି, ”ଶ୍ରୀଶଙ୍କର ରୌପ୍ୟ ପଦକ ଜିତିବା ବହୁତ ସ୍ବତନ୍ତ୍ର । ଦଶନ୍ଧି ପରେ ପୁରୁଷ ଲଙ୍ଗଜମ୍ପରେ ଭାରତ ପଦକ ଜିତିଛି । ତାଙ୍କର ପ୍ରଦର୍ଶନ ଭାରତୀୟ ଆଥଲେଟିକ୍ସର ଭବିଷ୍ୟତ ପାଇଁ ଶୁଭ ସଙ୍କେତ । ତାଙ୍କୁ ଭବିଷ୍ୟତ ସଫଳତା ପାଇଁ ଅନେକ ଅନେକ ଶୁଭେଚ୍ଛା ।’’

Related Posts