ଭୁବନେଶ୍ୱର,୧୬/୧(ସତ୍ୟପାଠ ବ୍ୟୁରୋ): ମଙ୍ଗଳବାରଠୁ ରାଜ୍ୟରେ ଆରମ୍ଭ ହେବାକୁ ଥିବା ବସ୍ ଧର୍ମଘଟ ସ୍ଥଗିତ। ରାଜ୍ୟ ସରକାରଙ୍କ ସହ ଆଲୋଚନା ପରେ ଘରୋଇ ବସ ମାଲିକ ସଂଘ ସୋମବାର ଏହି ବଡ ନିଷ୍ପତ୍ତି ନେଇଛନ୍ତି।
ମିଳିଥିବା ସୂଚନା ଅନୁଯାୟୀ, ଘରୋଇ ବସ୍ ମାଲିକ ସଂଘ ଆସନ୍ତାକାଲି ୧୦ ଦଫା ଦାବି ନେଇ ରାଜ ରାସ୍ତାକୁ ଓହ୍ଲାଇବା ସହ ଆନ୍ଦୋଳନ କରିବାର କାର୍ଯ୍ୟକ୍ରମ ରହିଥିଲା । କିନ୍ତୁ ଏହି ଆନ୍ଦୋଳେନ ବର୍ତ୍ତମାନ ହେବ ନାହିଁ ବୋଲି ଘରୋଇ ମାଲକ ସଂଘ ସଂପାଦକ ଦେବେନ୍ଦ୍ର ସାହୁ ସୂଚନା ଦେଇଛନ୍ତି । ସେ ଏକ ପ୍ରେସମିଟ ଜରିଆରେ ଏହି ସୂଚନା ଦେବା ସହ କହିଛନ୍ତି ଯେ, ସରକାରଙ୍କ ସହ ସଂଘର ଆଲୋଚନା ହୋଇଛି । ଆଲୋଚନା ପରେ ସରକାର ସେମାନଙ୍କ ୧୦ ଦଫା ଦାବିରୁ ୩ ଦଫା ଦାବି ମାନି ନେଇଛନ୍ତି । ତେଣୁ ବର୍ତ୍ତମାନ ଏହି ଧର୍ମଘଟକୁ ସ୍ଥଗିତ କରାଯାଇଛି । ତେବେ ଅନ୍ୟ ୭ଟି ଦାବି ମାର୍ଚ୍ଚ ୩୧ ସୁଦ୍ଧା ପୂରଣ ପାଇଁ ସରକାର ପ୍ରତିଶୃତି ମଧ୍ୟ ଦେଇଛନ୍ତି । ତେଣୁ ମାର୍ଚ୍ଚ ୩୧ ପରେ ପରବର୍ତ୍ତି ନିଷ୍ପତ୍ତି ନିଆଯିବ ବୋଲି ଘରୋଇ ମାଲକ ସଂଘ ସଂପାଦକ ଦେବେନ୍ଦ୍ର ସାହୁ ସୂଚନା ଦେଇଛନ୍ତି ।
