“ଇଣ୍ଟରନେଟ ଯୁଗରେ ଜାମିନ ଆଦେଶ ପଠାଇବା ପାଇଁ କପୋତଙ୍କ ଖୋଜା ପଡୁଛି ?”: ସୁପ୍ରିମକୋର୍ଟ

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ଜାମିନ୍ ଆଦେଶ ମିଳିବା ପରେ ବି ଅନେକ ସମୟରେ ଜଣେ ବ୍ୟକ୍ତି ଜେଲରୁ ମୁକୁଳିବାରେ ବିଳମ୍ବ ହେଉଥିବାର ଦେଖାଯାଉଛି। ଏହାକୁ ନେଇ ସର୍ବୋଚ୍ଚ ନ୍ୟାୟାଳୟ ଉଦବେଗ ପ୍ରକାଶ କରିଛନ୍ତି। କୋର୍ଟ କହିଛନ୍ତି ଯେ, ” ଏଭଳି ହେବା ଦ୍ୱାରା ବ୍ୟକ୍ତିର ଅଧିକାର କ୍ଷୁର୍ଣ୍ଣ ହେଉଛି। ଜାମିନ୍ ଆଦେଶ ଦିଆଯିବାର ଅର୍ଥ ଆବଶ୍ୟକ ନିୟମ ପୂରଣ କରାଯାଇ ଜେଲରେ ଥିବା ବ୍ୟକ୍ତିଙ୍କୁ ଖୁବ୍ ଶୀଘ୍ର ମୁକ୍ତ କରାଯିବା ଦରକାର। ବର୍ତ୍ତମାନର ଇଣ୍ଟରନେଟ ଯୁଗରେ ପୁରୁଣା ବ୍ୟବସ୍ଥାରେ ସଂସ୍କାର ଆସିବା ଦରକାର ବୋଲି ଦେଶର ପ୍ରଧାନ ବିଚାରପତି ଜଷ୍ଟିସ୍ ଏ.ଭି ରମନ୍ନା କହିଛନ୍ତି । 

ସୁପ୍ରିମକୋର୍ଟ ଶୁକ୍ରବାର ଦିନ କହିଛନ୍ତି ଯେ ଇଣ୍ଟରନେଟ୍ ଯୁଗରେ ସ୍ନେଲ୍ ପେସ୍ ଡାକ ସେବା ମାଧ୍ୟମରେ ଜାମିନ ଆଦେଶର ସାର୍ଟିଫିକେଟ୍ କପି ପାଇଁ ଜେଲ୍ କର୍ତ୍ତୃପକ୍ଷଙ୍କ ଜିଦ ଯୋଗୁଁ ଅନ୍ତେବାସୀଙ୍କ ମୁକ୍ତିରେ ବିଳମ୍ବ ଘଟିଛି । ଏଭଳି ହେବା ଦ୍ୱାରା ଲୋକଙ୍କ ବ୍ୟକ୍ତିଗତ ସ୍ୱାଧୀନତା ପ୍ରଭାବିତ ହୋଇଛି ବୋଲି କୋର୍ଟ କହିଛନ୍ତି। ଏବଂ ଜାମିନ୍ ଆଦେଶ ଶ୍ରୀଘ୍ରରୁ ଅତି ଶୀଘ୍ର ଜେଲ୍ କର୍ତ୍ତୃପକ୍ଷଙ୍କ ପାଖରେ ପହଞ୍ଚିପାରିବ ତା ଉପରେ ଗୁରୁତ୍ୱ ଦେବାର ଆବଶ୍ୟକତା ରହିଛି ବୋଲି କୋର୍ଟ କହିଛନ୍ତି। ଏହି ବ୍ୟବସ୍ଥା ‘FASTER’ କିମ୍ବା ‘ Fast and Secure Transmission of Electronic Records’ ନାମକ ଏକ ନୂଆ ବ୍ୟବସ୍ଥା କରିବାକୁ ରାଜ୍ୟ ସରକାର ମାନଙ୍କୁ କହିଛନ୍ତି। ଏବଂ ସର୍ବୋଚ୍ଚ ନ୍ୟାୟାଳୟ, ଜିଲ୍ଲା କୋର୍ଟ, ଜେଲ୍ ଏବଂ ଅନ୍ୟାନ୍ୟ ଅଧିକାରୀଙ୍କ ନିକଟରେ ସର୍ବୋଚ୍ଚ ନ୍ୟାୟାଳୟର ନିର୍ଦ୍ଦେଶ ପ୍ରଦାନ କରିବ ।

 ପ୍ରଧାନ ବିଚାରପତି ରମନା ଏବଂ ଜଷ୍ଟିସ୍ ଏଲ୍ ଏନ୍ ରାଓ ଏବଂ ଏ ଏସ୍ ବୋପନ୍ନଙ୍କ ଏକ ବେଞ୍ଚ କହିଛନ୍ତି, “ଆଇଟି ଏବଂ ଇଣ୍ଟରନେଟ୍ ଯୁଗରେ, ଆମେ ଏବେ ବି ଗୋଟିଏ ଜାମିନ୍ ଅର୍ଡର ଜେଲ କର୍ତ୍ତୃପକ୍ଷଙ୍କ ପାଖରେ ପହଞ୍ଚାଇବା ପାଇଁ ଆକାଶରେ ଉଡି ବୁଲୁଥିବା କପୋତମାନଙ୍କୁ ଅର୍ଡର କରିବା ଭଳି ସ୍ଥିତି ଉପୁଜିଛି। ତେଣୁ ଏହାର ସମାଧାନ ନିହାତି ହେବା ଦରକାର।” 

ଏହାପରେ ସିଲିସିଟର ଜେନେରାଲ ତୁଷାର ମେହେଟା ଏବଂ ଆମିକସ୍ କ୍ୟୁରିଆ ଦୁଶାନ୍ତ ଡେଭଙ୍କ ପରାମର୍ଶ କ୍ରମେ  ଓ୍ୱେବସାଇଟରେ ଜାମିନ୍ ଅର୍ଡର ଅପଲୋଡ କରି ଜାମିନ ପ୍ରକ୍ରିୟା ପୂରଣ ହେବା ପାଇଁ ବ୍ୟବସ୍ଥା କରାଯିବ ବୋଲି କହିଛନ୍ତି। ଏହା ପଛର ଉଦ୍ଦେଶ୍ୟ ହେଉଛି କିଭଳି ସୁରକ୍ଷିତ ଭାବରେ ଗୋଟିଏ ଅର୍ଡର ବା ଆଦେଶ ଶୀଘ୍ର ଏବଂ ସୁରକ୍ଷିତ ପହଞ୍ଚିବ। ଏହାପରେ ଦୁଇ ସପ୍ତାହ ମଧ୍ୟରେ ଜେଲ ଗୁଡିକରେ ଇଣ୍ଟରନେଟ୍ ବ୍ୟବସ୍ଥା କିଭଳି ରହିଛି ତାର ଏକ ରିପୋର୍ଟ ସମସ୍ତ ସରକାରଙ୍କ ପାଖରୁ ଆଣି ଦାଖଲ କରିବାକୁ ସୁପ୍ରିମକୋର୍ଟ କହିଛନ୍ତି। ସୁପ୍ରିମକୋର୍ଟର ସେକେଟ୍ରେରୀ ଜେନେରାଲ ଏହି ରିପୋର୍ଟ ସରକାରଙ୍କ ପାଖରୁ ଆଣି ଦାଖଲ କରିବେ।

ସୂଚନାଯୋଗ୍ୟ ଯେ , ଆଗ୍ରା ଜେଲରେ ଥିବା ୧୩ ଜଣ କଏଦୀଙ୍କୁ ସୁପ୍ରିମକୋର୍ଟ ଜୁଲାଇ ୮ରେ ଜାମିନ ପ୍ରଦାନ କରିଥିଲେ। କିନ୍ତୁ ଜେଲ କର୍ତ୍ତୃପକ୍ଷ ସୁପ୍ରିମକୋର୍ଟଙ୍କ ଅର୍ଡର କପି ପହଞ୍ଚିନଥିବା କହି ୪ ଦିନ ବିଳମ୍ୱରେ ସେମାନଙ୍କୁ ଛାଡ଼ିଥିଲେ। ସେହିପରି ଦିଲ୍ଲୀ ହାଇକୋର୍ଟ ନିକଟରେ ପିଞ୍ଜରା ତୋଡ୍ ସଦସ୍ୟଙ୍କୁ ଜାମିନ ପ୍ରଦାନ କରିଥିଲେ। ହେଲେ ସେହି ଦୁଇ ବ୍ୟକ୍ତି ଦୁଇ ଦିନ ପରେ ତିହାର ଜେଲରୁ ବାହାରିଥିଲେ।

 ଡାକ ସେବା ଆସିବା ପୂର୍ବରୁ, ବିଶେଷ କରି ଯୁଦ୍ଧ ସମୟରେ କପୋତ ଦ୍ବାରା ଚିଠି ପ୍ରଚଳନ ଲୋକପ୍ରିୟ ଥିଲା ଏବଂ ଦ୍ୱିତୀୟ ବିଶ୍ୱଯୁଦ୍ଧ ପର୍ଯ୍ୟନ୍ତ ଏହା ସକ୍ରିୟ ଭାବରେ ବ୍ୟବହୃତ ହେଉଥିଲା। ଭାରତରେ କପୋତ ଜରିଆରେ ଏହି ସେବା ୧୯୪୬ ମସିହାରୁ ଆରମ୍ଭ ହୋଇଥିଲା, ଯେତେବେଳେ ଏହାକୁ ସେନା ଏବଂ ପୋଲିସ ବ୍ୟବହାର କରୁଥିଲେ ​​। ଏହାର ମୁଖ୍ୟ କାର୍ଯ୍ୟାଳୟ ଓଡ଼ିଶାର କଟକଠାରେ ଥିଲା।  କପୋତ ସେବା ଆନୁଷ୍ଠାନିକ ଭାବରେ ୨୦୦୨ରେ ଶେଷ ହୋଇଥିଲା।

    କପୋତ ପୋଷ୍ଟ ପାଇଁ ଡେଥ୍ ୱାରେଣ୍ଟରେ ଦସ୍ତଖତ କରୁଥିବା ଡାକ ସେବା ଏବଂ ଟେଲିଫୋନ୍ ସେବା ବର୍ତ୍ତମାନ ଇଣ୍ଟରନେଟ୍ ଇମେଲ୍ ବ୍ୟବସ୍ଥାରେ ପରିବର୍ତ୍ତନ ହୋଇଛି। ସୁପ୍ରିମକୋର୍ଟଙ୍କ ଏହି ବ୍ୟବସ୍ଥାକୁ ଆଟର୍ଣ୍ଣି ଜେନେରାଲ କେକେ ଭେନୁଗୋପାଳ ମଧ୍ୟ ପ୍ରଶଂସା କରିଛନ୍ତି। ସୁପ୍ରିମକୋର୍ଟ କହିଛନ୍ତି ଯେ ଜେଲ କର୍ତ୍ତୃପକ୍ଷ ଇଲେକ୍ଟ୍ରୋନିକ୍ ମୋଡ୍ ମାଧ୍ୟମରେ କୋର୍ଟଙ୍କ ନିର୍ଦ୍ଦେଶ ଗ୍ରହଣ କରିବା ପାଇଁ ପ୍ରତ୍ୟେକ ଜେଲରେ ଇଣ୍ଟରନେଟ୍ ସଂଯୋଗ କରିବା ଆବଶ୍ୟକ।  

Related Posts