ଜାମିଆ ସୁଟରଙ୍କ ଜାମିନ ଆବେଦନ ଖାରଜ , କୋର୍ଟ କହିଲେ – ” ହେଟ୍ ସ୍ପୀଚ୍ ଏବେ ଏକ ଫ୍ୟାଶନ “

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ଗତ ଜୁଲାଇ ୧୨ ତାରିଖରେ ହରିଆଣାର ପୌଟଦୀରେ ଥିବା ଏକ ମହାପଞ୍ଚାୟତରେ ହେଟ୍ ସ୍ପୀଚ୍ ଦେଇ ହରିଆଣା ପୋଲିସ ଦ୍ବାରା ଗିରଫ ହୋଇଥିଲେ ଜାମିଆ ସୁଟର ରାମଭଗତ ଗୋପାଳ ନାମକ । ବର୍ତ୍ତମାନ ଏହି ମାମଲାରେ ସ୍ଥାନୀୟ କୋର୍ଟ ଏହି ବ୍ୟକ୍ତିଙ୍କ ଜାମିନ୍ ଖାରଜ କରିଦେଇଛନ୍ତି। ଜାମିନ ଖାରଜ କରିବା ସହ ଜୁଡିସିଆଲ୍ ମାଜିଷ୍ଟ୍ରେଟ୍ ମହମ୍ମଦ ସାଗର କହିଛନ୍ତି ଯେ , ହେଟ୍ ସ୍ପୀଚ୍ ଏବେ ଏକ ଫ୍ୟାଶନ ପାଲଟିଛି । ଏହା ମହାମାରୀଠୁ ଭି ଅଧିକ ବିପଦ ବୋଲି ଗୁରୁଗ୍ରାମ କୋର୍ଟ କହିଛନ୍ତି। 

  ଗତବର୍ଷ ଜାନୁଆରୀରେ ନାଗରିକତା ସଂଶୋଧନ ଆଇନ୍ (ସିଏଏ)କୁ ବିରୋଧ କରି ଦିଲ୍ଲୀରେ ପ୍ରଥମେ ଆନ୍ଦୋଳନ ପରେ ଦଙ୍ଗା ହୋଇଥିଲା। ଆନ୍ଦୋଳନ ସମୟରେ ଜାମିଆ ମିଲିଆ ଛାତ୍ର ରାମଭଗତ ଗୋପାଳ ପୁଲିସ ଉପସ୍ଥିତରେ ଗୁଳି ଚଳାଇଥିବା ଅଭିଯୋଗ ହୋଇଥିଲା। ଯାହାର ଫଟୋ ଏବେ ସୋଶାଲ ମିଡିଆରେ ଭାଇରାଲ ହୋଇଥିଲା।

ଏହି ମାମଲାରେ କୋର୍ଟ କହିଛନ୍ତି ଯେ ,“ଏହା ସାମାଜରେ ପ୍ରଭାବ ପକାଇପାରେ। ହେଟ୍ ସ୍ପିଚ୍ ପରବର୍ତ୍ତୀ ସମୟରେ, ଅସୁରକ୍ଷିତ ଲୋକଙ୍କ ଉପରେ ବ୍ୟାପକ ଆକ୍ରମଣ, ଯାହା ଭେଦଭାବ, ବିଚ୍ଛିନ୍ନତା, ପୃଥକତା, ଦେଶାନ୍ତର, ହିଂସା ଏବଂ ଅତ୍ୟଧିକ ସାଙ୍ଘାତିକ ପରିସ୍ଥିତି ଉପୁଜି ପାରେ ବୋଲି କୋର୍ଟ କହିଛନ୍ତି। ଧର୍ମ କିମ୍ବା ଜାତି ଆଧାରରେ ଉତ୍ତେଜକ ଭାଷଣ ଆଜିକାଲି ଏକ ଫ୍ୟାଶନରେ ପରିଣତ ହୋଇଛି ବୋଲି ମାଜିଷ୍ଟ୍ରେଟ୍ ମହମ୍ମଦ ସାଗର କହିଛନ୍ତି।

 ଉକ୍ତ ଯୁବକ ନିର୍ଦ୍ଦୋଷ ବୋଲି ଆବେଦନକାରୀଙ୍କ ଯୁକ୍ତିକୁ ପ୍ରତ୍ୟାଖ୍ୟାନ କରି ମାଜିଷ୍ଟ୍ରେଟ୍ କହିଛନ୍ତି, “କୋର୍ଟରେ ଅଭିଯୁକ୍ତ ଜଣେ ସରଳ ନିରୀହ ଯୁବକ ନୁହଁନ୍ତି ବରଂ ସେ ଏହା ଦର୍ଶାଉଛନ୍ତି ଯେ ସେ ଅତୀତରେ ଯାହା କରିଥିଲା ବର୍ତ୍ତମାନ ସେଥିରେ ସକ୍ଷମ ହୋଇଛି। ବିନା କୌଣସି ଭୟରେ ହେଟ୍ ସ୍ପିଚ୍ ଦେଉଛି। ”

  ଯାଞ୍ଚ ଅଧିକାରୀଙ୍କ ଦ୍ବାରା ଦିଆଯାଇଥିବା ସୂଚନା ଅନୁଯାୟୀ, ଏ ହେଉଛନ୍ତି ସେହି ବ୍ୟକ୍ତି ଯିଏ ଜାମିଆର ଛାତ୍ରମାନଙ୍କ ଉପରକୁ ଗୁଳି ଚଳାଇଥିଲେ। ଯଦିଓ ସେହି ସମୟରେ ଦିଲ୍ଲୀର ନ୍ୟୁ ଫ୍ରେଣ୍ଡସ୍ କଲୋନୀ ପୋଲିସ୍ ଷ୍ଟେସନରେ ଏକ ଏଫ୍ଆଇଆର୍ ପଞ୍ଜୀକୃତ ହୋଇଥିଲା, ସେତେବେଳେ ସେ ଜଣେ ନାବାଳକ ଥିଲେ। ତେଣୁ ତାଙ୍କୁ ଦଣ୍ଡ ଦିଆଯାଇ ନଥିଲା । କୋର୍ଟ ଉଦବେଗ ପ୍ରକାଶ କରି କହିଛନ୍ତି ଯେ, ଏଥିରୁ ଜଣାପଡୁଛି ଯେ ଅଭିଯୁକ୍ତଙ୍କୁ ଅଦାଲତ ଦ୍ଵାରା ଦିଆଯାଇଥିବା ରିୟାୟତକୁ ସଠିକ୍ ଉପାୟରେ ନେବା ପରିବର୍ତ୍ତେ ସମ୍ବିଧାନର ମୌଳିକ ବୈଶିଷ୍ଟ୍ୟକୁ ନଷ୍ଟ କରିବା ପାଇଁ ସେ କିଛି ବି କରିବାକୁ ଚେଷ୍ଟା କରୁଛି। ଯାହାକୁ ଆମେ ହେଟ୍ ସ୍ପିଚ୍ କହି ‘ଧର୍ମନିରପେକ୍ଷତା’ ବୋଲି କହିଥିଲୁ।

  “ସେ ନିଜ କାର୍ଯ୍ୟ ଦ୍ୱାରା ଧମକ ଦେଇଛନ୍ତି ଯେ ସେ ଯାହା ଇଚ୍ଛା ତାହା କରିବେ। ଆଇନ, ଶୃଙ୍ଖଳା ଏବଂ ଶାନ୍ତି ବଜାୟ ରଖିବା ପାଇଁ ଦାୟିତ୍ୱରେ ସୁରକ୍ଷା କର୍ମୀ ଏଥିରେ କ’ଣ କରିବେ?  ପ୍ରତ୍ୟେକ ନାଗରିକଙ୍କର ନିଜର ଭାବନା ପ୍ରକାଶ କରିବାର ଅଧିକାର ଅଛି କିନ୍ତୁ ଏକ ନିର୍ଦ୍ଦିଷ୍ଟ ସମ୍ପ୍ରଦାୟକୁ ଟାର୍ଗେଟ କରି ହିଂସାକୁ ପ୍ରୋତ୍ସାହନ ଦେଉଥିବା ବେଳେ ଏହା ବେଆଇନ କାର୍ଯ୍ୟ ବୋଲି କୋର୍ଟ କହିଛନ୍ତି। 

  ସେ ତାଙ୍କ ପୂର୍ବପୁରୁଷମାନଙ୍କ ପାଇଁ ଅତ୍ୟନ୍ତ ଗର୍ବିତ ମନେହୁଏ । ଏପରିକି ସେ ଏକ ନିର୍ଦ୍ଦିଷ୍ଟ ସମ୍ପ୍ରଦାୟର ଲୋକଙ୍କୁ ହତ୍ୟା କରିବା ଏବଂ ଏ ବାବଦରେ ସ୍ଲୋଗାନ ବଦଳାଇବାକୁ ପ୍ରବର୍ତ୍ତାଇଥିଲେ।  ତାଙ୍କ ଦ୍ବାରା ବ୍ୟବହୃତ ସ୍ଲୋଗାନ ଏବଂ ଭାଷା ସ୍ପଷ୍ଟ ଭାବରେ ଆପତ୍ତିଜନକ ଏବଂ ଏକ ନିର୍ଦ୍ଦିଷ୍ଟ ଗୋଷ୍ଠୀର ଧାର୍ମିକ ଭାବନାକୁ କ୍ରୋଧିତ କରିବା ଏବଂ ବିଭିନ୍ନ ଗୋଷ୍ଠୀ / ଧାର୍ମିକ ସମ୍ପ୍ରଦାୟ ମଧ୍ୟରେ ହିଂସାକୁ ପ୍ରୋତ୍ସାହିତ କରିବା ପାଇଁ ଉଦ୍ଦିଷ୍ଟ ବୋଲି ମାଜିଷ୍ଟ୍ରେଟ୍ କହିଛନ୍ତି।

  “କୌଣସି ସଭ୍ୟ ସମାଜରେ ଏଭଳି କାର୍ଯ୍ୟକଳାପକୁ ବରଦାସ୍ତ କରାଯାଇପାରିବ ନାହିଁ।  ଧର୍ମ କିମ୍ବା ଜାତି ଉପରେ ଆଧାରିତ ହେଟ୍ ସ୍ପିଚ୍ ଆଜିକାଲି ଫ୍ୟାଶନରେ ପରିଣତ ହୋଇଛି।  ଏଭଳି ଘଟଣାର ମୁକାବିଲା କରିବାରେ ପୋଲିସ ଅସହାୟ ମନେ  ହେଉଛି ।  ଏହି ପ୍ରକାର କାର୍ଯ୍ୟକଳାପ ପ୍ରକୃତରେ ଆମ ଦେଶର ଧର୍ମନିରପେକ୍ଷତାକୁ ବିଚଳିତ କରୁଛି ଏବଂ ଭାରତର ସମ୍ବିଧାନର ଆତ୍ମାକୁ ହତ୍ୟା କରୁଛି ବୋଲି କୋର୍ଟ କହିଛନ୍ତି। 

 ବିଚାରପତି କହିଛନ୍ତି ଯେ ଧର୍ମ କିମ୍ବା ଜାତି ଆଧାରରେ ଉତ୍ତେଜକ ଭାଷଣ ଆଜିକାଲି ଏକ ଫ୍ୟାଶନରେ ପରିଣତ ହୋଇଛି। ଏଭଳି ଘଟଣାର ମୁକାବିଲା କରିବାରେ ପୁଲିସ ଅସହାୟ ବୋଲି ଦୃଦବୋଧ ହୋଇଛି। ଏପରି କାର୍ଯ୍ୟକଳାପ ପ୍ରକୃତରେ ଆମ ଦେଶର ଧର୍ମନିରପେକ୍ଷତାକୁ ବିଚଳିତ କରୁଛି। ଏହା ଭାରତର ସମ୍ବିଧାନର ଆତ୍ମାକୁ ହତ୍ୟା କରୁଛି।

  ଜାମିନରେ ମୁକ୍ତ ହେଲେ ଅଭିଯୁକ୍ତ ଅସାମ୍ବିଧାନିକ ତଥା ବେଆଇନ କାର୍ଯ୍ୟକଳାପରେ ଲିପ୍ତ ରହିପାରନ୍ତି ଏବଂ , ଅଭିଯୋଗକାରୀ ତଥା ଅନ୍ୟ ସାକ୍ଷୀଙ୍କୁ ଧମକ ଦେଇ ତଦନ୍ତରେ ବାଧା ମଧ୍ୟ ଦେଇପାରନ୍ତି ବୋଲି କୋର୍ଟ କହିଛନ୍ତି। 

  କୋର୍ଟ ଏପରି କାମକୁ ଦୃଢ଼ ଶବ୍ଦରେ ନିନ୍ଦା କରିଛନ୍ତି। ଯେଉଁମାନେ ଏପରି ସାମ୍ପ୍ରଦାୟିକ ଭାବରେ ଅଭିଭାଷଣ ଦେଇ ଅସହଯୋଗ ପରିସ୍ଥିତି କରୁଛନ୍ତି ସେମାନେ କୋଭିଡ ମହାମାରୀ ଅପେକ୍ଷା ଦେଶ ପାଇଁ ଅଧିକ ବିପଦ। ଶତ୍ରୁ ସୃଷ୍ଟି କରିବା ଏବଂ ସାଧାରଣ ଲୋକଙ୍କ ମଧ୍ୟରେ ଘୃଣା ଭାବ ବିସ୍ତାର କରିବାକୁ ଚେଷ୍ଟା କରୁଥିବା ଏପରି ବ୍ୟକ୍ତିମାନେ ମହାମାରୀ ଅପେକ୍ଷା ଦେଶ ପାଇଁ ଅଧିକ କ୍ଷତି କରୁଛନ୍ତି ବୋଲି ବିଚାରପତି କହିଛନ୍ତି।

  ଦ ୱାୟାର ପାଇଁ ଏକ ଲେଖିଥିବା ଏକ ରିପୋର୍ଟରେ କୌଶିକ ରାଜ ଏବଂ ଆଲିଶାନ ଜାଫ୍ରି ନିକଟରେ ଜଣାଇଥିଲେ ଯେ ଜାମିଆ ସୁଟରଙ୍କ ସୋସିଆଲ ମିଡିଆ ପୋଷ୍ଟରେ ଅନେକ ହେଟ୍ ସ୍ପିଚ୍ ରହିଛି ।   

Related Posts