
ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଶ୍ରୀମନ୍ଦିର ଚାରିପଟେ ଚାଲୁଥିବା କାମକୁ ନେଇ ସାରା ରାଜ୍ୟରେ ପ୍ରତିବାଦ କରାଯାଉଛି । ଏହା ମଧ୍ୟରେ ଭଦ୍ରକରେ ବିଶ୍ୱ ହିନ୍ଦୁ ପରିଷଦ, ବଜରଙ୍ଗ ଦଳ ସମେତ ବହୁ ହିନ୍ଦୁ ସମିତି ପକ୍ଷରୁ ବିରାଟ ଶୋଭାଯାତ୍ରା କରାଯାଇଛି । ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ସେପଟେ ଶ୍ରୀମନ୍ଦିର ସୁରକ୍ଷା ଦାବିରେ ବିଭିନ୍ନ ହିନ୍ଦୁ ସଂଗଠନ ପକ୍ଷରୁ ଭଦ୍ରକ ବାଇପାସ ସ୍ଥିତ ଜଗନ୍ନାଥ ମନ୍ଦିର ନିକଟରୁ ଏକ ଶୋଭାଯାତ୍ରା ସହର ପରିକ୍ରମ କରି ଜିଲ୍ଲାପାଳଙ୍କ କାର୍ୟ୍ୟାଳୟ ନିକଟରେ ପହଞ୍ଚିଥିଲା ।
ସେଠାରେ ଶ୍ରୀମନ୍ଦିରକୁ ସୁରକ୍ଷା ଦିଆଯାଉ ବୋଲି ନାରାବାଜି କରିଥିଲେ । ପୁରୀରେ ଚାଲିଥିବା ନିର୍ମାଣ କାର୍ୟ୍ୟ ମନ୍ଦିର ଉପରେ ପ୍ରଭାବ ପକାଇବ ବୋଲି କର୍ମକର୍ତ୍ତାମାନେ କହିଥିଲେ । ଏହାସହିତ ଯଦି ରାଜ୍ୟ ସରକାର ତୁରନ୍ତ କାର୍ୟ୍ୟକୁ ବନ୍ଦ ନକରନ୍ତି, ତେବେ ଆଗାମୀ ଦିନରେ ଏହି ଆନ୍ଦୋଳନକୁ ଜୋରଦାର କରାଯିବ ବୋଲି ଚେତାବନୀ ଦେଇଛନ୍ତି । ଶେଷରେ ହିନ୍ଦୁ ସଂଗଠନ ପକ୍ଷରୁ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି ।