
ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଭିଜିଲାନ୍ସ ହାତରେ ଧରାପଡିବା ପରେ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ଉପରେ ଅଭିଯୋଗ ଆଣିଲେ ଅତିରିକ୍ତ ତହସିଲଦାର । ସେ କହିଛନ୍ତି ଏନଫୋର୍ସମେଣ୍ଟ ଉପରେ ତାଙ୍କର ପାଷ୍ଟ ରେକର୍ଡ ଭଲ ରହିଥିବାରୁ ତାଙ୍କର ଅନେକ ଶତୃ ସୃଷ୍ଟି ହୋଇଛନ୍ତି । ଏହି କେସରେ ମନ୍ତ୍ରୀ ନବ ଦାସଙ୍କ ପ୍ରେସରରେ ଥିବା ସାରଦା ମହାରଣା କହିଛନ୍ତି । ତାଙ୍କୁ ବହୁତ ଥର ଧମକ ଚମକ ଦିଆଯାଉଥିବା ସେ ଗଣମାଧ୍ୟମ ଆଗରେ କହିଛନ୍ତି ।
ଏନେଇ ସେ ଉପଜିଲ୍ଲାପାଳଙ୍କୁ ଜଣାଇବା ସହ ତାଙ୍କ ତତ୍ତ୍ବାବଧାନରେ କାମ କରିଥିବା କହିବା ସହ ମନ୍ତ୍ରୀ ତାଙ୍କୁ ହଇରାଣ କରିବାକୁ ଚେଷ୍ଟା କରିଥିବା ସେ କହିଛନ୍ତି । ସୂଚନା ଅନୁସାରେ ବେଆଇନ ମାଟି ଉଠାଣ ସମୟରେ ଜବତ ହୋଇଥିବା ଗାଡି ରିଲିଜ କରିବା ପାଇଁ ସେ ୧ଲକ୍ଷ ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ତାଙ୍କୁ ଧରିଥିଲା । ଭିଜିଲାନ୍ସ ତାଙ୍କୁ ଗିରଫ କରିଛି । ଏ ଖବର ସାମ୍ନାକୁ ଆସିବା ପରେ ସାରା ରାଜ୍ୟରେ ଏନେଇ ଚର୍ଚ୍ଚା ଜୋର ଧରିଛି ।