ଭୁବନେଶ୍ୱର: ବଙ୍ଗୋପସାଗରରେ ପୁଣି ଦେଖାଦେଇଛି ବାତ୍ୟା ଆଶଙ୍କା । ଡିସେମ୍ବର ୫ରେ ଏନେଇ ସୃଷ୍ଟି ହୋଇପାରେ ଲଘୁଚାପ । ଏ ନେଇ ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ ।
ଦକ୍ଷିଣ ଆଣ୍ଡାମାନ ସାଗରରେ ଲଘୁଚାପ ସୃଷ୍ଟି ହୋଇ କ୍ରମେ ଏହା ପଶ୍ଚିମ ଓ ଉତ୍ତର-ପଶ୍ଚିମ ଦିଗରେ ଗତି କରିବ । ପରବର୍ତ୍ତୀ ୪୮ ଘଣ୍ଟାରେ ଏହା ଅବପାତର ରୂପ ନେବ । କ୍ରମେ ଏହା ୮ ତାରିଖ ବେଳକୁ ଦକ୍ଷିଣରେ ତାମିଲନାଡୁ ଓ ପୁଡୁଚେରୀ ଉପକୂଳରେ ପହଞ୍ଚିପାରେ । ଲଘୁଚାପ ନେଇ ଆଇଏମଡି ପୂର୍ବାନୁମାନ କରିଥିବା ବେଳେ ବାତ୍ୟା ହେବା ନେଇ କିନ୍ତୁ ଏପର୍ଯ୍ୟନ୍ତ ସ୍ପଷ୍ଟ କରିନାହିଁ ।
