କାହିଁକି ଏ ଭଲପାଇବା

ସତ୍ୟପାଠ ବ୍ୟୁରୋ : ଦିନେ ଯାହାର ଛାଇ ପଡିଲେ ନାହି ଡେଉଁଥିଲା, ଆଜିକାଲି ପରିବର୍ତିତ ପରିସ୍ଥିତିରେ ସେମାନଙ୍କୁ ପ୍ରାୟତଃ ଅନେକ ସଭା ସମିତିରେ ଦେଖିବାକୁ ମିଳୁଛି । ତଥାଗତ ଶତପଥୀ ଏବଂ ଧର୍ମେନ୍ଦ୍ର ପ୍ରଧାନଙ୍କ ଭିତରେ ଆଉ ପୂର୍ବଭଳି ତିକ୍ତ ସମ୍ପର୍କ ନାହିଁ । ତଥାଗତ ବାବୁ ଯେଉଁଦିନ ରାଜନୀତିରୁ ସନ୍ୟାସ ନେବାର ନିଷ୍ପତି ଗଣମାଧ୍ୟମକୁ ଜଣାଇଲେ ଠିକ ତା’ପରଦିନ ସକାଳୁ ସକାଳୁ ଧର୍ମେନ୍ଦ୍ର ପ୍ରଧାନ ଶତପଥିଙ୍କ ଗୋପବନ୍ଧୁ ଛକ ବାସଭବନରେ ପହଂଚିଯାଇ ଘଂଟାଏ କାଳ ଆଲୋଚନା କରିଥିଲେ । ଏବେ ଉଭୟଙ୍କ ଯେଉଁ ଖବରକୁ ନେଇ ରାଜନୈ÷ତିକ ମହଲରେ ଚର୍ଚ୍ଚା ଯୋରଧରିଛି ତାହା ହେଲା ସ୍ୱର୍ଗତ ନନ୍ଦିନୀ ଶତପଥିଙ୍କ ୮୮ତମ ଜୟନ୍ତୀ ଉତ୍ସବରେ ତଥାଗତଙ୍କ ସହ ଧର୍ମେନ୍ଦ୍ରଙ୍କ ଯୋଗଦାନ ଆଉ ନିବିଡତାପୂର୍ଣ୍ଣ ଆଲୋଚନା । ଆଗାମୀ ଦିନରେ ଏହି ଘଟଣା ହୁଏତ ରାଜ୍ୟ ରାଜନୀତିରେ ଏକ ନୂଆ ଅବପାତ ସୃଷ୍ଠି କରିପାରେ ।

ଅବଶ୍ୟ ଏକଥା ସମସ୍ତଙ୍କୁ ଜଣା ଯେ ବିଜେଡି ଖାତାରେ ନାମକୁ ମାତ୍ର ତଥାଗତଙ୍କ ନାମ ଗଡୁଛି ଆଉ ନବୀନ ବାବୁଙ୍କ ନେତୃତ୍ୱ ଏବଂ ଦଳର ଦର୍ଶନକୁ ସେ ଖୁଲମ୍ ଖୁଲ୍ଲା ସମାଲୋଚନା ଆରମ୍ଭ କରିଦେଇଛନ୍ତିି । ଏହି ଘଟଣା ଯେଉଁ ଦିଗକୁ ଆଙ୍ଗୁଳି ଦେଖାଉଛି ତାହା ହେଲା ବିଜେଡିର ଏକ ବିକଳ୍ପ ବା ଓଡିଶାରେ ଏକ ନୂଆ ଆଂଚଳିକ ଦଳର ପରିକଳ୍ପନା । ଏହା ବିଜେଡିରୁ ଉପେକ୍ଷିତ ବା ଅସନ୍ତୁଷ୍ଠଙ୍କୁ କେତେଦୁର ସହାୟକ ହେବ ନହେବ ତହାତ ଭିନ୍ନକଥା ହେଲେ ବିଜେପି ପାଇଁ ଏହାଯେ ଏକ ଶ୍ରେଷ୍ଠ ବିକଳ୍ପ ହେବ ଏକଥା ସ୍ପଷ୍ଠ ଭାବରେ ଅନୁମାନ କରାଯାଉଛି ।

ପ୍ରଥମତଃ ତଥାଗତ ବାବୁ ଗଣମାଧ୍ୟମରେ ସ୍ପଷ୍ଠ ଭାବରେ ଇଙ୍ଗୀତ ଦେଇସାରିଛନ୍ତି ଯେ ଓଡିଶାରେ ଆଉ ଏକ ଆଂଚଳିକ ଦଳର ଆବଶ୍ୟକତା ଅଛି କାରଣ ବିଜେଡି ସବୁ ଦିଗ ଦେଇ ବିଫଳ ହୋଇଥିବା କଥା ସେ ଆଗରୁ କହି ସାରିଛନ୍ତି । ଦ୍ୱିତୀୟରେ ଶତପଥୀ ବାବୁ ସିଧାସଳଖ ଭାବରେ ବିଜେପିରେ ଯୋଗଦାନ କରି ରାଜନୀତି କରିବା କଥା ଯେହେତୁ କ୍ଷୀଣ ତେଣି ଆଉ ଏକ ଆଂଚଳିକ ଦଳର ବିକଳ୍ପ ହିଁ ତାଙ୍କ ପାଇଁ ଶ୍ରେଷ୍ଠ ସୁଯୋଗ । ତୃତୀୟରେ ନିର୍ବାଚନୀ ରାଜନୀତିରୁ ସନ୍ୟାସ ନେଇଥିବା କଥା ସେ କହିଥିଲେ ବି ଏକ ନୂଆ ରାଜନୈତିକ ଦର୍ଶନ ବା ମେଂଟର ଯେ ସେ ପୃଷ୍ଠପୋଷକ ନହେବେ ସେକଥାକୁ ସେ କାହାକୁ ମନା କରିନାହାନ୍ତି ।

ସବୁଠାରୁ ବଡକଥା ହେଲା ତଥାଗତ ବାବୁ ପୂର୍ବରୁ ଆଉ ଏକ ଆଂଚଳିକ ଦଳର ଆବଶ୍ୟକଥା କଥା ବିଜୟ ମହାପାତ୍ରଙ୍କ ସହ ମିଶି ଓଡିଶା ଗଣପରିଷଦ ମାଧ୍ୟମରେ ପରଖି କରିସାରିଛନ୍ତି । ଏଠାରେ ପ୍ରଶ୍ନ ଉଠିପାରେ ବିଜେପି ବା ଧର୍ମେନ୍ଦ୍ରେଙ୍କ ଏହା ଦ୍ୱାରା ଲାଭ କଣ ହେବ? ଯଦି ଦେଖାଯାଏ ସଦ୍ୟ ସମାପ୍ତ ନିର୍ବାଚନ ଫଳାଫଳରୁ ଯାହା ଜଣାଡପଡୁଛି ବିଜେଡିକୁ ପରାସ୍ତ କରିବାକୁ ହେଲେ ରାଜ୍ୟରେ ଆଉ ଏକ ବିକଳ୍ପ ରାଜନୈ÷ତିକ ପରିକଳ୍ପନା ଏକାନ୍ତ ଆବଶ୍ୟକ । ଆଉ ଏକ ଆଂଚଳିକ ଦଳ ଯାହାର ନେତୃତ୍ୱ ନେବେ ତଥାଗତଙ୍କ ପରି କିଛି ଅଲୋଡା ପ୍ରତ୍ୟାକ୍ଷିତ ନେତୃତ୍ୱ । ବିଜେଡିରେ ଦାନା ବାନ୍ଧୁଥିବା ଅସନ୍ତୋଷକୁ ପୁଞ୍ଜି କରି ଯଦି ବିଜେପି ଏହି ବିକଳ୍ପ ସମିକରଣ କରିବାରେ ସଫଳ ହୁଏ ତାହେଲେ ଆଗାମୀ ଦିନରେ ମିଶନ ୧୨୦ ସଫଳ ହେବା କିଛି ଅସମ୍ଭବ ନୁହେଁ ବୋଲି ରାଜନୈ÷ତିକ ସମିକ୍ଷକ ମାନେ କହୁଛନ୍ତି ।

ବର୍ତମାନର ସ୍ଥିତିରେ ଯଦି ଧର୍ମେନ୍ଦ୍ରଙ୍କ ପରୋକ୍ଷ ସମର୍ଥନ ଆଉ ସହଯୋଗ ଏହି ବିକଳ୍ପ ସମିକରଣ ପଛରେ ଜାରୀରହେ, ତାହାହେଲେ ଆଗାମୀ ଦିନରେ ରାଜ୍ୟର ସ୍ୱାର୍ଥ ପାଇଁ ନାରା ଦେଇ ରାଜ୍ୟବାସୀଙ୍କ ଭାବାବେଗକୁ ଦୀର୍ଘ୍ୟ ୧୯ ବର୍ଷ ଧରି ହାତେଇ ଆସୁଥିବା ବିଜେଡି ପାଇଁ ଏହା ନିଶ୍ଚିତ ଭାବରେ କାଳ ହେବ ଏଥିରେ ତିଳେମାତ୍ର ସନ୍ଦେହ ନାହିଁ । ତଥାଗତଙ୍କ ରାସ୍ତାରେ ଆହୁରି ଅନେକ ଭେଟେରାନ ଥିଲେବି ସମୟ ସୁଯୋଗ ଦେଖି ସେମାନେବି ଏହି ନିବିଡତାର ଫାନ୍ଦରେ ପଡବାକୁ ଯାଉଛନ୍ତି । ସବୁ ଯଦି ଠିକ୍ଠାକ୍ ଚାଲେ ତାହେଲେ ଦାନା ବାନ୍ଧୁଥିବା ନୂଆ ଅବପାତ ରାଜ୍ୟ ରାଜନୀତିର ଆକାଶରେ ଏକ ନୂଆ ସମ୍ଭାବନାକୁ ସହଜ କରିବ ଏହା ଏକପ୍ରକାର ନିଶ୍ଚିତ ।

Related Posts