
ସତ୍ୟପାଠ ବ୍ୟୁରୋ : ପ୍ରଖ୍ୟାତ କନ୍ନଡ ଲେଖକ ତଥା ନିର୍ଦ୍ଦେଶକ ଗିରିଶ କର୍ଣ୍ଣଡଙ୍କ ପରଲୋକ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୮୧ ବର୍ଷ ବୟସ ହୋଇଥିଲା । ଦୀର୍ଘଦିନ ଧରି ସେ ଅସୁସ୍ଥ ଥିଲେ । ତେବେ ବେଙ୍ଗାଲୁରୁର ଏକ ଘରୋଇ ହସପିଟାଲରେ ତାଙ୍କର ଦେହାନ୍ତ ହୋଇଛି ।
ଗିରିଶ ପ୍ରଥମେ କନ୍ନଡ ଭାଷାରେ ନାଟକ ଲେଖୁଥିଲେ । ପରବର୍ତ୍ତୀ ସମୟରେ ତାହାକୁ ଇଂରାଜୀରେ ଅନୁବାଦ କରାଯାଇଛି । ଯତାତି, ତୁଗଲକ, ହୟବଦନା, ଅଂଜୁ ମଲ୍ଲିଙ୍ଗେ ଓ ନଣ୍ଡା ମଣ୍ଡଲା ଭଳି ଚର୍ଚ୍ଚିତ କାହାଣୀର ଲେଖକ ହେଉଛନ୍ତି ଗିରିଶ । ସେ ପଦ୍ମଶ୍ରୀ, ପଦ୍ମ ଭୂଷଣ ସହ ସମ୍ମାନଜନକ ଜ୍ଞାନପୀଠ ସମ୍ମାନରେ ସମ୍ମାନୀତ ହୋଇଛନ୍ତି ।
Girish Karnad will be remembered for his versatile acting across all mediums. He also spoke passionately on causes dear to him. His works will continue being popular in the years to come. Saddened by his demise. May his soul rest in peace.
— Narendra Modi (@narendramodi) June 10, 2019
ତାଙ୍କ ପରଲୋକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି , ଏଆଇସିସି ଅଧ୍ୟକ୍ଷ ରାହୁଲ ଗାନ୍ଧୀ ପ୍ରମୁଖ ଶୋକବ୍ୟକ୍ତ କରିଛନ୍ତି । ସେହିପରି କନ୍ନଡ ସିନେ ଦୁନିଆ ଓ ବଲିଉଡରେ ଶୋକର ଛାୟା ଖେଳି ଯାଇଛି ।
Playwright, actor, director but above all a great human being, in Girish Karnad’s passing India has lost a beloved son, whose memory will live on in the vast treasure trove of creative work he leaves behind.
My condolences to his family & fans around the world. pic.twitter.com/arE8f58ArA
— Rahul Gandhi (@RahulGandhi) June 10, 2019