କ୍ରିକେଟରୁ ସନ୍ୟାସ ନେଲେ ଯୁବରାଜ ସିଂ

ସତ୍ୟପାଠ ବ୍ୟୁରୋ : ଆର୍ନ୍ତଜାତୀୟ କ୍ରିକେଟରୁ ସନ୍ୟାସ ନେଇଛନ୍ତି ଭାରତୀୟ କ୍ରିକେଟର ଯୁବରାଜ ସିଂ । ଏକ ସାମ୍ବାଦିକ ସମ୍ମିଳନୀ ଜରିଆରେ ସେ ଏହି ସୂଚନା ଦେଇଛନ୍ତି । ଯୁବି କହିଛନ୍ତି ସେ ନିଜ ବାପାଙ୍କ ସ୍ୱପ୍ନ ପୁରଣ କରିଛନ୍ତି । ୨୦୧୧ ବିଶ୍ୱକପ ତାଙ୍କ ପାଇଁ ସ୍ୱପ୍ନ ଥିବା କଥା କହି ଭାବୁକ ହୋଇପଡିଥିଲେ ଯୁବରାଜ ।

ଯୁବରାଜ ୩୦୪ଟି ଦିନିକିଆ, ୪୦ଟି ଟେଷ୍ଟ ଓ ୫୮ଟି ଟି-୨୦ ମ୍ୟାଚ୍ ଖେଳିଛନ୍ତି । ଅବସର ପରେ ସେ ଆଇସିସି ମାନ୍ୟତା ପ୍ରାପ୍ତ ବିଦେଶୀ ଟି-୨୦ ଲିଗରେ ଖେଳିବାକୁ ଚାହୁଁଥିବା କହିଛନ୍ତି । ୨୦୧୯ ୱାର୍ଲଡକପ୍ ଖେଳିବା ପାଇଁ ସେ ଚାହିଁଥିଲେ ବି ଖରାପ ଫର୍ମ ଓ ଫିଟନେଓ କାରଣରୁ ସେ ଖେଳି ପାରି ନଥିଲେ ।

Related Posts