ବାରିପଦା ଟାଉନ୍‌ ଥାନା ହାଉସ୍କୁଲ ପାଖ ଓ୍ୱାର୍ଡ ନଂ ୪ରେ ଅଭାବନୀୟ ଘଟଣା: ମହିଳାଙ୍କ ଝୁଲନ୍ତା ମୃତଦେହ ଠାବ, ସ୍ୱାମୀ ନାଁରେ ହତ୍ୟା ଅଭିଯୋଗ

ବାରିପଦା :ବାରିପଦା ଟାଉନ୍‌ ଥାନା ହାଉସ୍କୁଲ ପାଖ ଓ୍ୱାର୍ଡ ନଂ ୪ରେ ଘଟିଛି ଏକ ଅଭାବନୀୟ ଘଟଣା । ଘରୁ ଉଦ୍ଧାର ହୋଇଛି ମହିଳାଙ୍କ ଝୁଲନ୍ତା ମୃତଦେହ । ସ୍ୱାମୀ ହତ୍ୟା କରିଥିବା ନେଇ ଥାନାରେ ଅଭିଯୋଗ ହୋଇଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ଖବର ଅନୁଯାୟୀ, ମୃତ ମହିଳା ସସ୍ମିତ ଜେନା ଓ ସ୍ୱାମୀ ମନୋଜ କୁମାର ଜେନାଙ୍କ ମଧ୍ୟରେ ବିବାଦ ଲାଗିରହିଥିଲା । ଏପିରିକି ମନୋଜ ନିଜ ସ୍ତ୍ରୀଙ୍କୁ ମାନସିକ ଓ ଶାରୀରିକ ନିର୍ଯାତନ ଦେଇ ଆସୁଥିଲେ । ଏବେ ତାଙ୍କୁ ମାରି ଫ୍ୟାନ୍‌ରେ ଟାଙ୍ଗି ଦେଇଥିବା ଅଭିଯୋଗ ହୋଇଛି । ଏନେଇ ଝିଅର ଭାଇ ଥାନାରେ ଅଭିଯୋଗ କରିଛନ୍ତି । ପୋଲିସ ଅଧିକ ତଦନ୍ତ ଜାରି ରଖିଥିବା ବେଳେ ସାଇଣ୍ଟିଫ୍‌କ ଟିମ୍‌ ପହଞ୍ଚି ପରେ ଅଧିକ ତଥ୍ୟ ମିଳିବ ବୋଲି ଆଶା କରାଯାଉଛି ।

Related Posts