ରାଜ୍ୟରେ ଥିବା ଜନ ବିରୋଧୀ ସରକାର ବିରୋଧରେ ନିର୍ଣ୍ଣାୟକ ଲଢେଇ ପାଇଁ ରଣନୀତି ପ୍ରସ୍ତୁତ ହେଉଛି: ପୃଥ୍ବୀରାଜ ହରିଚନ୍ଦନ

ଭୁବନେଶ୍ୱର୧୭/୧୨(ସତ୍ୟପାଠ ବ୍ୟୁରୋ): ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଆଜି ପଦ୍ମପୁର ଓ ଧାମନଗର ଉପନିର୍ବାଚନ ଫଳାଫଳ ନେଇ ସମୀକ୍ଷା ହୋଇଛି। ମନମୋହନ ସାମଲ ଧାମନଗର ଓ ଜୟ ନାରାୟଣ ମିଶ୍ର ପଦ୍ମପୁର ଉପରେ ରିପୋର୍ଟ ଦେଇଛନ୍ତି। ଏହି ୨ଟି ଉପନିର୍ବାଚନରେ ଯାହା ଦୋଷ ଦୁର୍ବଳତା ରହିଛି ସେଗୁଡିକରେ କିପରି ସୁଧାର ଅଣାଯିବ ସେନେଇ ଆଲୋଚନା ହୋଇଛି। ରାଜ୍ୟ ପଦାଧିକାରୀ ବୈଠକରେ ଜି-20ରେ ଭାରତର ସ୍ଥିତି ଏବଂ ସଙ୍ଗଠନକୁ ନେଇ ଆଲୋଚନା ହୋଇଛି। ଦଳକୁ ତୃଣମୂଳ ସ୍ତରରେ ଆହୁରି ଶକ୍ତିଶାଳୀ କରିବା, ଲୋକଙ୍କ ସହ ଦଳକୁ ସଂଯୋଗ କରି ରଖିବା ପାଇଁ ଯୋଜନା ପ୍ରସ୍ତୁତ ହେଉଛି। ରାଜ୍ୟରେ ଚାଲିଥିବା ଜନ ବିରୋଧୀ ସରକାର ବିରୋଧରେ ନିର୍ଣ୍ଣାୟକ ଲଢେଇ ହେବ ବୋଲି ବିଜେପି କର୍ମୀମାନେ ରଣନୀତି ପ୍ରସ୍ତୁତ କରିଛନ୍ତି। ରାଜ୍ୟ ପଦାଧିକାରୀ ବୈଠକକୁ ନେଇ ବିଜେପିର ସାମ୍ବାଦିକ ସମ୍ମିଳନୀ ପରେ ସାଧାରଣ ସଂପାଦକ ପୃଥ୍ବୀରାଜ ହରିଚନ୍ଦନ ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି।

ରାଜ୍ୟ ସରକାର ଚାଷୀ ଓ ଚାଷକୁ ହତ୍ୟା କରୁଛି ବୋଲି ପୃଥ୍ବୀରାଜ ହରିଚନ୍ଦନ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି। ସେ କହିଛନ୍ତି ଯେ, ବିଜେଡି ସରକାର ପଞ୍ଚାୟତରାଜ ବ୍ୟବସ୍ଥାକୁ ରାଜନୈତିକ କବଳିତ କରୁଛି। ଓଡ଼ିଶାର ବିଜୁଳି ଉପଭୋକ୍ତାଙ୍କୁ ଓଇଆରସି ଏବଂ ରାଜ୍ୟ ସରକାର ଅବହେଳା କରୁଛନ୍ତି। ରାଜ୍ୟ ସରକାର ଓଡ଼ିଶାର ଯୁବକ ମାନଙ୍କୁ ନିଯୁକ୍ତି ଦେବାରେ ଅକ୍ଷମ। ଏ ସବୁ ପ୍ରସଙ୍ଗକୁ ନେଇ ବିଜେପି ରାଜ୍ୟ ସାରା ଆନ୍ଦୋଳନକୁ ଜୋରଦାର କରିବ ବିଜେପି। ଦଳ ମୁଖ୍ୟତଃ ତୃଣମୂଳ ସ୍ତରରେ ସଙ୍ଗଠନ ମଜବୁତ କରିବା ସହ କ୍ରମାଗତ ଭାବେ ଆନ୍ଦୋଳନ କରିବ। ବିଜେପି ଏହି ନିଷ୍ପତ୍ତି ନେଇଛି, ଆସନ୍ତାକାଲି ଠାରୁ ପ୍ରକ୍ରିୟା ଆରମ୍ଭ ହେବ ବୋଲି ଶ୍ରୀ ହରିଚନ୍ଦନ ସୂଚନା ଦେଇଛନ୍ତି।

Related Posts